ETV Bharat / bharat

ଲୋକସଭା ନିର୍ବାଚନ ଲଢିବେ ଅଭିଷେକ ବଚ୍ଚନ !

author img

By

Published : Jul 16, 2023, 8:10 AM IST

ଉତ୍ତରପ୍ରଦେଶ ଆହ୍ଲାବାଦରୁ ଆଗାମୀ ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ
ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ

ଲକ୍ଷ୍ନୌ: ବାପାମାଆଙ୍କ ପଦାନୁସରଣ କରି ରାଜନୀତିରେ ଏଣ୍ଟ୍ରି ମାରିପାରନ୍ତି ଅଭିନେତା ଅଭିଷେକ ବଚ୍ଚନ । ଅଭିଷେକ ଆସନ୍ତା ଲୋକସଭା ନିର୍ବାଚନ ଲଢି ପାରନ୍ତି । ସେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇ ଉତ୍ତରପ୍ରଦେଶର ଆହ୍ଲାବାଦ (ଏବେର ପ୍ରୟାଗରାଜ) ସଂସଦୀୟ କ୍ଷେତ୍ରରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି । ୧୯୮୪ ମସିହାରେ ତାଙ୍କ ବାପା ଅମିତାଭ ବଚ୍ଚନ ମଧ୍ୟ ଆହ୍ଲାବାଦରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିଥିଲେ । ଏହି ନିର୍ବାଚନରେ ବିଗ୍ ବି ଲୋକ ଦଳ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ବଡ ବିଜୟ ହାସଲ କରିଥିଲେ ।

ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ମାଆ ଜୟ ବଚ୍ଚନ ସାମଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଅଛନ୍ତି । ଏପରି ସ୍ଥଳେ ଅଭିଷେକ ବଚ୍ଚନ ମଧ୍ୟ ସମାଜବାଦୀ ପାର୍ଟି ଟିକେଟରେ ଆହ୍ଲାବାଦରେ ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଦାବି କରାଯାଉଛି । ଅନ୍ୟପଟେ ବିଜେପି ସାଂସଦ ରୀତା ବହୁଗୁଣାଙ୍କ ପୁଅ ମୟଙ୍କ ଯୋଶୀ ସମାଜବାଦୀ ପାର୍ଟିରେ ମିଶି ସାରିଛନ୍ତି । ଏହି ଦୃଷ୍ଟିରୁ ରୀତା ବହୁଗୁଣା ବିଜେପି ପ୍ରାର୍ଥୀ ଭାବେ ଆହ୍ଲାବାଦରୁ ପ୍ରତିଦ୍ବନ୍ଦିତା ନକରିବାର ସମ୍ଭାବନା ରହିଛି । ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ଆହ୍ଲାବାଦ ଆସନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିପାରେ ।

ଏହାମଧ୍ୟ ପଢନ୍ତୁ: Hate speech case: ଆଜମ ଖାନ ପୁଣି ଦୋଷୀ ସାବ୍ୟସ୍ତ, 2ବର୍ଷ ଜେଲ ଦଣ୍ଡାଦେଶ

ଏହାମଧ୍ୟ ପଢନ୍ତୁ: Modi Surname Defamation Case: ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ରାହୁଲ

ଗତ ଲୋକସଭା ନିର୍ବାଚନରେ ବିଜେପିର ରୀତା ବହୁଗୁଣା ଯୋଶୀ ଆହ୍ଲାବାଦ ଆସନରୁ ପ୍ରଚଣ୍ଡ ବିଜୟ ହାସଲ କରିଥିଲେ । ବର୍ତ୍ତମାନ ତାଙ୍କର ପୁଅ ମୟଙ୍କ ଯୋଶୀ ସମାଜବାଦୀ ପାର୍ଟିରୁ ଯୋଗ ଦେବାପରେ ରୀତା ବହୁଗୁଣାଙ୍କ ପ୍ରୟାଗରାଜରୁ(ଆହ୍ଲାବାଦ) ବିଜେପି ଟିକେଟ୍ ମିଳିବ କି ନାହିଁ ସେନେଇ ପ୍ରଶ୍ନ ଉଠଛି ।

ଯେତେବେଳେ ବିଗ୍ ବି ଅମିତାଭ ବଚ୍ଚନ ଆହ୍ଲାବାଦରୁ ନିର୍ବାଚନ ଲଢୁଥିଲେ, ସେହି ସମୟରେ ପ୍ରାୟ ଏକ ଲକ୍ଷ ଲୋକ ତାଙ୍କୁ କେବଳ ଦେଖିବା ପାଇଁ ଆସିଥିଲେ । ବିଗ୍ ବି ପୂର୍ବରୁ ଆହ୍ଲାବାଦ ସହ ଜଡିତ ଥିଲେ । ସେ ନିଜକୁ 'ଛୋରା ଗଙ୍ଗା କିନାରା ୱାଲା' ବୋଲି କହୁଥିଲେ । ତେଣୁ ସମାଜବାଦୀ ପାର୍ଟି ବାପାଙ୍କ ଆସନରେ ପୁଅ ଛିଡା କରି ପୁଣିଥରେ ବଡ ବିଜୟ ହାସଲ କରିବା ପାଇଁ ବିଚାର କରୁଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.