ETV Bharat / bharat

Manipur Violence: ଜଳୁଛି ମଣିପୁର, 10 ପରିତ୍ୟକ୍ତ ଓ ସ୍କୁଲ ଘର ଜାଳି ଦେଲେ

author img

By

Published : Jul 24, 2023, 12:46 PM IST

ମଣିପୁରରେ ହିଂସା ଥମିବାର ନାମ ନେଉନାହିଁ । ନିଆଁ ଭଳି ବ୍ୟାପୁଛି ହିଂସା । ମଣିପୁର ବିଷ୍ଣୁପୁର ଜିଲ୍ଲାରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Houses set on fire in Manipur
Manipur Violence

ଇମ୍ପାଲ: ଜଳୁଛି ମଣିପୁର । ଅଶାନ୍ତ ମଣିପୁରରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ସୀମା ପାର କରୁଛି ବର୍ବରତା । ମଣିପୁରରେ ସଂରକ୍ଷଣକୁ ନେଇ ଲାଗି ରହିଥିବା ସଂଘର୍ଷ ଥମିବାର ନାମ ନେଉନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ଶତ ଚେଷ୍ଟା ସତ୍ତ୍ବେ ହିଂସା ଉପରେ ନିୟନ୍ତ୍ରଣ ଆସୁନାହିଁ । ସୁପ୍ରିମକୋର୍ଟରୁ ନେଇ ସଂସଦ ଯାଏ କମ୍ପନ ସୃଷ୍ଟି ହୋଇଛି । ନୃଶସଂତା ଓ ହିଂସାର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ବିଷ୍ଣୁପୁର ଜିଲ୍ଲା ସୀମାକୁ ଲାଗି ଚୁରାଚାନ୍ଦପୁର ଜିଲ୍ଲା ତୋରବୁଙ୍ଗ ଅଞ୍ଚଳରେ ଦୁର୍ବୃତ୍ତମାନେ ପାଖାପାଖି 10 ଘର ଓ ଗୋଟିଏ ସ୍କୁଲ ଘରେ ନିଆଁ ଲଗାଇ ଦେଇଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମଣିପୁର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,''ଶନିବାର ସନ୍ଧ୍ୟାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଜଣେ ସ୍ଥାନୀୟ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି ମହିଳାଙ୍କ ନେତୃତ୍ବରେ ଟୋରବଙ୍ଗ ବଜାର ସ୍ଥିତ ଏକ ହାଇସ୍କୁଲରୁ ନିଆଁ ଲାଗାଇ ଦିଆଯାଇଛି । ଆକ୍ରମଣକାରୀଙ୍କୁ ଦେଖି ଭୟଭୀତ ହୋଇଯାଇଥିଲୁ । କିଛି କରିପାରୁ ନଥିଲୁ କାରଣ ମହିଳାମାନଙ୍କ ନେତୃତ୍ବରେ ଏପରି ପରିସ୍ଥିତି ଉପୁଜିଥିଲା । ଆକ୍ରମଣକାରୀ ବିଏସଫଙ୍କ ଗାଡି ଛଡାଇ ନେଇଥିଲେ ଓ ଆମ ଘରେ ନିଆଁ ଲଗାଇ ଦେଇଥିଲେ ।''

ଏହା ବି ପଢନ୍ତୁ...Manipur Violence: ସ୍ବାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜାଳିଦେଲେ, ମେ’ 28 ରେ ଘଟିଛି ଜଘନ୍ୟକାଣ୍ଡ

ଏହା ବି ପଢନ୍ତୁ...ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କ ମଣିପୁର ଗସ୍ତ, ଯାତ୍ରା ସ୍ଥଗିତ ପାଇଁ ମିଳିଥିଲା ପରାମର୍ଶ

ଏହା ବି ପଢନ୍ତୁ...Manipur Violence: ହିଂସାକାଣ୍ଡ ନେଇ ଶୁଣନ୍ତୁ କଣ କହୁଛନ୍ତି ମଣିପୁର ଛାତ୍ର

ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ସଂରକ୍ଷଣକୁ 3 ମାସ ହେବ ହିଂସା ଲାଗି ରହିଛି । ମେ 3ରୁ ମଣିପୁରରେ ହିଂସା ଥମିବାର ନା ନେଉନାହିଁ । ମଣିପୁରରେ ସଂରକ୍ଷଣକୁ ନେଇ କୁକୀ ଓ ମୈତେଇ ସମୁଦାୟଙ୍କ ମଧ୍ୟରେ ଉପୁଜିଥିବା ହିଂସାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । 100ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । 50 ହଜାରରୁ ଅଧିକ କ୍ୟାମ୍ପରେ ରହୁଛନ୍ତି । ଦିନକୁ ଦିନ ସ୍ଥିତି ବିଗିିଡିବାରେ ଲାଗିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅସଫଳ ହୋଇଛନ୍ତି । ନିକଟରେ ଗତ ଜୁନ 20 ତାରିଖରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଭିଡିଓ ସାମ୍ନାକୁ ଆସିବା ପରେ ସଡକରୁ ନେଇ ସଂସଦ ସବୁଠି ସ୍ବର ଉଠିଥିଲା । ଦେଶକୁ ସ୍ତବ୍ଧ କରିଥିଲା ଉକ୍ତ ଘଟଣା । ଦିନ ଗଡିବା ସାଙ୍ଗକୁ ସୋସିଆଲ ମିଡିଆରେ ହିଂସାର ମାଳ ମାଳ ଭିଡିଓ ସାମ୍ନାକୁ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.