ETV Bharat / bharat

ଗୁଜୁରାଟରେ ଆପ ନେତାଙ୍କ ରାଲିରେ ଆକ୍ରମଣ ଘଟଣା; BJP ହାତ ଥିବା ଅଭିଯୋଗ - ଜନ ସମ୍ବାଦ ଯାତ୍ରା

ଗୁଜୁରାଟରେ ଆପ ନେତାଙ୍କ ଜନ ସମ୍ବାଦ ଯାତ୍ରା ରାଲିରେ ଆକ୍ରମଣ ଘଟଣା । ମୁହଁ ଖୋଲିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ...

AAP says convoy attacked in Gujarat, blames BJP
ଗୁଜୁରାଟରେ ଆପ ନେତାଙ୍କ ରାଲିରେ ଆକ୍ରମଣ ଘଟଣା; BJPର ହାତ ଥିବା ଅଭିଯୋଗ
author img

By

Published : Jul 1, 2021, 10:48 PM IST

ନୂଆଦିଲ୍ଲୀ : ଗୁଜୁରାଟରେ ଆପ ନେତା ଇସୁଦାନ ଗଡଭୀଙ୍କ ଜନ ସମ୍ବାଦ ଯାତ୍ରା ରାଲିରେ ଆକ୍ରମଣ ଘଟଣା । ଏନେଇ ମୁହଁ ଖୋଲିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଏହି ଆକ୍ରମଣ ପଛରେ ବିଜେପିର ହାତ ଥିବା ଅଭିଯୋଗ ଆଣିଛନ୍ତି ଆପ ମୁଖ୍ୟ ।

ଗୁଜରାଟ ନିର୍ବାଚନରେ ​​ଆପର ପ୍ରବେଶ ଏବଂ ଏହାର ସମର୍ଥନ ବଢୁ ଥିବାରୁ ବିଜେପି ଭୟ କରୁଛି । ତେବେ ଗୁଜୁରାଟରେ କେହି ସୁରକ୍ଷିତ ନୁହଁନ୍ତି। ଏହି ହିଂସା ହେଉଛି ବିଜେପି କ୍ରୋଧ ଓ ପରାଜୟ ଚିତ୍ର ବୋଲି ସେ କହିଛନ୍ତି । ଗୁଜୁରାଟବାସୀଙ୍କୁ ଭଲ ସୁବିଧା ଦେଇ ଲୋକଙ୍କ ହୃଦୟ ଜିତନ୍ତୁ । ବିରୋଧୀଙ୍କୁ ଆକ୍ରମଣ କରି ସେମାନଙ୍କୁ ଭୟଭିତ କରି ନୁହେଁ ।

ରାଜ୍ୟରେ ଆପ ନେତାଙ୍କ ସୁରକ୍ଷା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ବୁଧବାର ଦିନ ଗାଡିଭିଙ୍କ ରାଲି ଜୁନାଗଡରେ ଯେଉଁ ସମୟରେ ପହଞ୍ଚି ଥିଲା। ସେତେବେଳେ କଳା ପତାକା ଧରି ଦଳେ ଲୋକ ଠିଆ ହୋଇଥିଲେ । ସେମାନେ ହିଁ ରାଲି ଉପରେ ଆକ୍ରମଣ କରିଥିଲେ । ଏବଂ ଅନେକ ଗାଡି ଭାଙ୍ଗି ରୁଜି ନଷ୍ଟ କରି ଦେଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.