ନୂଆଦିଲ୍ଲୀ: ବିରୋଧୀଙ୍କୁ ଧରାଶାୟୀ କରି ନିର୍ବାଚନରେ ବାଜିମାତ୍ କଲା ଆମ ଆଦିମୀ ପାର୍ଟି(ଆପ) । ପଞ୍ଜାବରେ କଂଗ୍ରେସକୁ ଗାଦିଚ୍ୟୁତ କରି ସରକାର ଗଢୁଛି ଆପ । ଏଥିସହ ଦିଲ୍ଲୀ ପରେ ପଞ୍ଜାବ ଦଖଲ କରିବାରେ ସଫଳ ହୋଇଛି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତାଧୀନ ଆପ ।
-
#WATCH | Aam Aadmi Party CM candidate for Punjab Bhagwant Mann meets party convener Arvind Kejriwal and party leader Manish Sisodia, in Delhi pic.twitter.com/4WbTsMqPfM
— ANI (@ANI) March 11, 2022 " class="align-text-top noRightClick twitterSection" data="
">#WATCH | Aam Aadmi Party CM candidate for Punjab Bhagwant Mann meets party convener Arvind Kejriwal and party leader Manish Sisodia, in Delhi pic.twitter.com/4WbTsMqPfM
— ANI (@ANI) March 11, 2022#WATCH | Aam Aadmi Party CM candidate for Punjab Bhagwant Mann meets party convener Arvind Kejriwal and party leader Manish Sisodia, in Delhi pic.twitter.com/4WbTsMqPfM
— ANI (@ANI) March 11, 2022
ତେବେ ଆସନ୍ତା ୧୬ ତାରିଖରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ ଶପଥ ନେବେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଆଜି ସଂଧ୍ୟାରେ ଚଣ୍ଡିଗଡରେ ଆପ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏଠାରେ ବିଧାୟକ ଭଗୱନ୍ତ ମାନ ଦଳର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବେ । ଏହା ପରେ ୧୬ ତାରିଖରେ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ସେହିଭଳି ଆସନ୍ତା ୧୩ ତାରିଖରେ ଅମୃତସରରେ ଆପ ପକ୍ଷରୁ ଏକ ମେଗା ରୋଡ୍ ଶୋ କରାଯିବ । ଏଥିରେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରେିୱାଲଙ୍କ ସମେତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ରୋଡ ଶୋ କରିବା ସହ ଲୋକଙ୍କୁ ସମ୍ବୋଧିତ କରିବେ ।
ଅନ୍ୟପଟେ ବିଜୟର ସ୍ବାଦ ଚାଖିବା ପରେ ଆଜି ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ଦଳ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏଥିସହ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କୁ ଦିଲ୍ଲୀ ଆପ ପାର୍ଟି କାର୍ଯ୍ୟାଳୟରେ ଭେଟିଛନ୍ତି । ଉଭୟଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି ମାନ ।
@ANI