ETV Bharat / bharat

EDକୁ ମାନହାନୀ ନୋଟିସ ପଠାଇଲେ ସଞ୍ଜୟ ସିଂ, କ୍ଷମା ପ୍ରାର୍ଥନା ପାଇଁ ଦେଲେ 48ଘଣ୍ଟାର ମହଲତ

author img

By

Published : Apr 22, 2023, 9:34 PM IST

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମାନହାନୀ ନୋଟିସ ପଠାଇଲେ ଆପ ସାଂସଦ ସଞ୍ଜୟ ସିଂ । 48 ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ ଦେଲେ ମହଲତ । ଅଧିକ ପଢନ୍ତୁ

ED କୁ ମାନହାନୀ ନୋଟିସ ପଠାଇଲେ ସଞ୍ଜୟ ସିଂ, କ୍ଷମା ପ୍ରାର୍ଥନା ପାଇଁ ଦେଲେ 48 ଘଣ୍ଟାର ମହଲତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୁ ମାନହାନୀ ନୋଟିସ୍‌ ପଠାଇଲେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂ । ସଞ୍ଜୟ ତାଙ୍କ ଓକିଲ ମଞ୍ଜିନ୍ଦର ସିଂ ବେଦୀଙ୍କ ଜରିଆରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରା ଓ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଅଧିକାରୀ ଯୋଗିନ୍ଦରଙ୍କୁ ଏହି ନୋଟିସ ପଠାଇଛନ୍ତି । ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରିବା ନେଇ ତଦନ୍ତକାରୀ ସଂସ୍ଥା 48 ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା ନକଲେ ସେ କୋର୍ଟରେ ଦ୍ବାରସ୍ଥ ହେବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି ।

ସେ ଅବକାରୀ ପଲିସି ଦୁର୍ନୀତିରେ ସମ୍ପୃକ୍ତ ନାହାନ୍ତି । ତାଙ୍କ ବିରୋଧରେ କୌଣସି ପ୍ରମାଣ ମଧ୍ୟ ତଦନ୍ତକାରୀ ସଂସ୍ଥା ନିକଟରେ ନାହିଁ, ତଥାପି ତାଙ୍କୁ ବଦନାମ କରିବା ଓ ତାଙ୍କର ସମ୍ମାନହାନୀ କରିବା ପାଇଁ ଇଡି ତାଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ କରିଥିବା ଅଭିଯୋଗ କରିଛନ୍ତି ସଞ୍ଜୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଏକ ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସଂଞ୍ଜୟ କହିଛନ୍ତି, ତାଙ୍କ ନିର୍ଦ୍ଦେଶରେ ଅମିତ ଆରୋରା ନାମକ ଜଣେ ବ୍ୟକ୍ତିଙ୍କ ଦୋକାନକୁ ମନୀଷ ସିସୋଦିଆ ଟଙ୍କା ପଠାଇଥିବା ଚାର୍ଜସିଟରେ ଦର୍ଶାଯାଇଛି । ତେବେ ସେ ଏପରି କାହିଁକି କରିବେ ବୋଲି ପ୍ରଶ୍ନ କରିଛନ୍ତି ।

ସେହିପରି ସଞ୍ଜୟ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଆଦାନୀଙ୍କ ମଧ୍ୟରେ ସମ୍ପର୍କ ଥିବା ଏକାଧିକ ବାର ଖୁଲାସା କରିଛନ୍ତି । ସେହି କାରଣରୁ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଟାର୍ଗେଟ କରାଯାଉଛି । ପ୍ରତିଶୋଧ ନେବାକୁ ପ୍ରୟାସ କରାଯାଉଛି । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଦାଖଲ କରାଯାଇଥିବା ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରିବା ମଧ୍ୟ ଷଡଯନ୍ତ୍ରର ଏକ ଅଂଶବିଶେଷ । ଏପରି କରି ତାଙ୍କ ସମ୍ମାନ ହାନୀ କରିବା ସହ ଭାବମୂର୍ତ୍ତିକୁ ଖରାପ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏବେ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ରହିଛନ୍ତି । ଦଳମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସିବିଆଇ ରାଡାରରେ ରହିଛନ୍ତି । ନିକଟରେ କେଜ୍ରିଓ୍ବାଲ 9 ଘଣ୍ଟା ଜେରା ମଧ୍ୟ ହୋଇସାରିଛନ୍ତି । ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ।

ଆମ ଆଦମୀ ପାର୍ଟି ପ୍ରଥମରୁ ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଆସିଛି । କେନ୍ଦ୍ରରେ ସରକାରରେ ଥିବା ବିଜେପି ସିବିଆଇ ଓ ଇଡି ପରି କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରୁଥିବା ଆପ ସମେତ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଅଭିଯୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.