ETV Bharat / bharat

ଆପ ସାଂସଦ ସଞ୍ଜୟ ସିଂଙ୍କୁ ୩ ମାସ ଜେଲ୍‌

author img

By

Published : Jan 12, 2023, 10:44 AM IST

୨୧ ବର୍ଷର ଏକ ପୁରୁଣା ମାମଲାରେ ଜେଲ ଗଲେ ଆପ ସାଂସଦ ସଞ୍ଜୟ ସିଂ । ୨୦୦୧ରେ ସୁଲତାନପୁରରେ ବିଜେପି ବିରୋଧରେ କରିଥିଲେ ଆନ୍ଦୋଳନ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଆପ ସାଂସଦ ସଞ୍ଜୟ ସିଂଙ୍କୁ ଜେଲ ଦଣ୍ଡାଦେଶ । ୩ ମାସ ପର୍ଯ୍ୟନ୍ତ ଜେଲରେ ରହିବେ ଆପ ସାଂସଦ । ସୁଲତାନପୁର କୋର୍ଟ ସଞ୍ଜୟ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ମଧ୍ୟ ଏହି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହ ୧୫୦୦ ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୧ ବର୍ଷ ପୂର୍ବର ଏକ ପୁରୁଣା ମାମଲାକୁ ନେଇ ତାଙ୍କୁ ୩ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୦୧ ଜୁନ ୬ ତାରିଖରେ ସଞ୍ଜୟ ସିଂଙ୍କ ସହ ଅନ୍ୟ ୫ ଜଣଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ଯାହାର ଗତକାଲି ଶୁଣାଣି କରିଥିଲେ ସୁଲତାନପୁର କୋର୍ଟ ।

ଏହା ମଧ୍ୟ ପଢନ୍ତୁ-Voice of Global South summit: ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପୋଲିସର ସୂଚନା ଅନୁଯାୟୀ, ''ରାଜନାଥ ସିଂଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶରେ ତତ୍କାଳୀନ ବିଜେପି ସରକାର ବିରୋଧରେ ଲୋକମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ସୁଲତାନପୁର ସହରରେ ବାରମ୍ବାର ବିଦ୍ୟୁତ୍‌ କାଟ ଏବଂ ଜଳ ଯୋଗାଣକୁ ନେଇ ବିଜେପି ବିରୋଧରେ ସ୍ବର ଉଠାଇଥିଲେ ସାଧାରଣ ଜନତା । ଯାହାକୁ ନେଇ ସଞ୍ଜୟ ସିଂ, ଅନୁପ ସଣ୍ଡା, ସମର୍ଥକ ବିଜୟ କୁମାର, କମଲ ଶ୍ରୀବାସ୍ତବ, ସନ୍ତୋଷ କୁମାର ଏବଂ ସୁବାଷଙ୍କ ବିରୋଧରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି ସରକାରୀ ପରାମର୍ଶଦାତା ଭୈବାହା ପାଣ୍ଡେ । ''

ବିକ୍ଷୋଭ ପ୍ରଦର୍ଶନକୁ ନେଇ ଶୁଣାଣି ଚାଲିଥିବା ବେଳେ କୋର୍ଟରେ ଉପସ୍ଥିତ ରହି ବିଜେପି ସରକାରକୁ ଟାର୍ଗେଟ କରିଥିଲେ ସଞ୍ଜୟ ସିଂ । ବର୍ତ୍ତମାନ ସଞ୍ଜୟଙ୍କୁ ୩ ମାସ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ଏନେଇ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।

ଏନେଇ ସେ ଟ୍ବଟ କରି କହିଛନ୍ତି ଯେ,''୨୦୦୧ ଜୁନ ୬ ତାରିଖରେ ସୁଲତାନପୁରରେ ବିଜୁଳି କାଟକୁ ନେଇ ଲୋକମାନଙ୍କ ପାଇଁ ଆନ୍ଦୋଳନ କରିବାରୁ ମୋତେ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥି ସହ ୧୫୦୦ଟଙ୍କା ଜୋରିମାନା ମଧ୍ୟ କରାଯାଇଛି । କିନ୍ତୁ ଜନସାଧାରଣଙ୍କ ସ୍ବାର୍ଥ ପାଇଁ ଆଗକୁ ଏପରି ସଂଗ୍ରାମ ଜାରି ରହିବ, ତେଣୁ ଯାହାବି ଦଣ୍ଡ ମିଳିବ ତାହା ମୁଁ ଗ୍ରହଣ କରିବି । କୋର୍ଟଙ୍କ ଏପରି ନିଷ୍ପତ୍ତିକୁ ନେଇ ମୁଁ ହାଇକୋର୍ଟରେ ଏକ ଆବେଦନ କରିବି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.