ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ଏହି ସମ୍ବନ୍ଧରେ ସଦନରେ ଆଲୋଚନା ହେବାକୁ ସେ ଦାବି କରି କହିଛନ୍ତି ଯେ ଯଦି ଦେଶର ସଂସଦ ସୁରକ୍ଷିତ ନୁହେଁ, ତେବେ ଦେଶ କିପରି ସୁରକ୍ଷିତ ରହିବ ? କେନ୍ଦ୍ର ସରକାରଙ୍କୁ ଏନେଇ ସଦନରେ ଆଲୋଚନା ଦେବା କରିବା ଲାଗି ଅନୁମତି ଦେବା ଉଚିତ । ବିରୋଧୀଙ୍କ ଏହି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ୍ ବୋଲି ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସାଂସଦ ରାଘବ ।
-
#WATCH | On the Parliamentary security breach incident, AAP MP Raghav Chadha says, "Are opposition MPs demanding something illegitimate? Are they saying something wrong? They are just saying that a discussion should be done on the security breach of the most secured building in… pic.twitter.com/X0n7cqGLgg
— ANI (@ANI) December 15, 2023 " class="align-text-top noRightClick twitterSection" data="
">#WATCH | On the Parliamentary security breach incident, AAP MP Raghav Chadha says, "Are opposition MPs demanding something illegitimate? Are they saying something wrong? They are just saying that a discussion should be done on the security breach of the most secured building in… pic.twitter.com/X0n7cqGLgg
— ANI (@ANI) December 15, 2023#WATCH | On the Parliamentary security breach incident, AAP MP Raghav Chadha says, "Are opposition MPs demanding something illegitimate? Are they saying something wrong? They are just saying that a discussion should be done on the security breach of the most secured building in… pic.twitter.com/X0n7cqGLgg
— ANI (@ANI) December 15, 2023
ଗତ ୧୩ ତାରିଖ ଦିନ ସଂସଦରେ ହୋଇଥିବା ସୁରକ୍ଷାରେ ତ୍ରୁଟି ନେଇ ଆଲୋଚନା କରିବାକୁ ବିରୋଧୀମାନେ ଦାବି କରିଆସୁଛନ୍ତି । ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦରେ କିପରି ଏହା ସମ୍ଭବ ହୋଇପାରିଲା ? ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଏନେଇ ବିରୋଧୀ ଟାର୍ଗେଟ କରିଆସୁଛନ୍ତି । ଏଣୁ କ୍ରମାଗତ ଭାବେ ଏହି ସମ୍ପର୍କରେ ସଦନରେ ଆଲୋଚନା କରିବାକୁ ଦାବି ହୋଇଆସୁଛି । ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆପ ସାଂସଦ ରାଘବ କହିଛନ୍ତି," ବିରୋଧୀ ସାଂସଦମାନେ କିଛି ଅବୈଧ ଜିନିଷ ଦାବି କରୁଛନ୍ତି କି ? ସେମାନେ କଣ କିଛି ଭୁଲ କହୁଛନ୍ତି ? ବିରୋଧୀମାନେ କେବଳ ଏ ସମ୍ପର୍କରେ ଆଲୋଚନା କରିବାକୁ କହୁଛନ୍ତି । ମୋ ମତରେ ସରକାରଙ୍କୁ ବିରୋଧୀଙ୍କ ଦାବିକୁ ଗ୍ରହଣ କରିନେବା ଉଚିତ୍ ।"
ଏହା ବି ପଢନ୍ତୁ- ସଂସଦରେ ସୁରକ୍ଷା ଭଙ୍ଗ: ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ 2 ସନ୍ଦିଗ୍ଧ, ଗୃହକାର୍ଯ୍ଯ ବନ୍ଦ
ସାଂସଦ ରାଘବ ଆହୁରି କହିଛନ୍ତି, "ଏହା କୌଣସି ନିର୍ଦ୍ଦିଷ୍ଟ ଦଳ କିମ୍ବା ଦଳୀୟ ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ଦେଶର ସବୁଠାରୁ ସୁରକ୍ଷିତ ବିଲ୍ଡିଂ ବା ଭାରତୀୟ ସଂସଦ କଥା । ଯଦି ଦେଶର ସଂସଦ ସୁରକ୍ଷିତ ନୁହେଁ, ତେବେ ଦେଶ କିପରି ସୁରକ୍ଷିତ ରହିବ ?" ତେବେ ରାଘବଙ୍କ ଏପରି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି, "ବିରୋଧୀ ସରକାରଙ୍କ ଉପରେ ଦୋଷ ଲଦି କିଛି ସଫଳତା ହାସଲ କରିବେନି । ଯଦି ସେମାନେ କିଛି ପରାମର୍ଶ ଦେବାକୁ ଚାହୁଁଛନ୍ତି ତେବେ ଲୋକସଭା ବାଚସ୍ପତିଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ତାଙ୍କ ସହ ଆଲୋଚନା କରିବା ଦରକାର ।"
ଏହା ବି ପଢନ୍ତୁ- ସଂସଦ କାଣ୍ଡ: ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଗିରଫ
ସୂଚନା ଥାଉ କି ଡିସେମ୍ବର ୧୩ ତାରିଖରେ ୨୦୦୧ ଆତଙ୍କୀ ହମଲାର ପୁନରାବୃତ୍ତି ସଦୃଶ ଏକ ଘଟଣା ଘଟିଥିଲା । ଲୋକସଭାର ଦର୍ଶକ ଗ୍ୟାଲେରୀରୁ ୨ ଜଣ ଅଭିଯୁକ୍ତ ହଠାତ୍ ସଦନ ଭିତରକୁ ଡେଇଁ ରଙ୍ଗୀନ ଧୂଆଁ ଛାଡ଼ିଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ନାରାବାଜି ମଧ୍ୟ କରିଥିଲେ । ତେବେ ହଠାତ୍ ସଦନରେ କାର୍ଯ୍ୟ ଜାରି ଥିବା ବେଳେ ଦୁର୍ବୃତ୍ତଙ୍କ ଏଭଳି ଆଚରଣରେ ସମସ୍ତେ ଭୟଭୀତ ହୋଇପଡ଼ିଥିବା ବେଳେ ସଙ୍ଗେ ସଙ୍ଗେ ସଦନକୁ ମୁଲତବୀ ଘୋଷଣା କରାଯାଇଥିଲା । ତେବେ ଏହି ଘଟଣାରେ ଏଯାବତ ୫ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଲଳିତ ଝାକୁ ମଧ୍ୟ ଗିରଫ କରାଯାଇଥିଲା । ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ