ETV Bharat / bharat

ପଞ୍ଜାବ ରାଜନୀତିରେ ହଲଚଲ, AAP ଛାଡିଲେ ବିଧାୟିକା Rupinder - ବିଜେପିକୁ ଲାଗିଲ ଝଟକା

AAP ଛାଡିଲେ ବରିଷ୍ଠ ବିଧାୟିକା ରୁପିନ୍ଦର କୌର ରୁବି । ତାଙ୍କର ଏହି ନିଷ୍ପତ୍ତି ପରେ ପଞ୍ଜାବ ରାଜନୀତି ହଲଚଲ । ବିଜେପିକୁ ଲାଗିଲା ଝଟକା । ଅଧିକ ପଢନ୍ତୁ...

ପଞ୍ଜାବ ରାଜନୀତି-ବିଜେପିକୁ ଝଟକା, AAP ଛାଡିଲେ ବିଧାୟିକା Rupinder

author img

By

Published : Nov 11, 2021, 5:02 PM IST

ଚଣ୍ଡିଗଡ଼: ଆମ ଆଦମୀ ପାର୍ଟିର ବିଧାୟିକା ରୁପିନ୍ଦର କୌର ରୁବି ଦଳ ଛାଡ଼ି ଏବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଆପ୍‌ର ଏହି ବରିଷ୍ଠ ନେତ୍ରୀଙ୍କ ନିଷ୍ପତ୍ତି ପଞ୍ଜାବ ରାଜନୀତି ଓ ବିଜେପିକୁ ବଡ଼ ଝଟକା ଲାଗିଛି । ବୁଧବାର ରୁବି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

ରୁବିଙ୍କ ଏହି ଇସ୍ତଫା ପରେ ବିଜେପି ନେତା ସୁଖପାଲ ସିଂ କହିଛନ୍ତି ଯେ ଦଳରେ ଯେଉଁମାନେ କଠିନ ପରିଶ୍ରମ କରୁଛନ୍ତି, ଦଳ ସେମାନଙ୍କୁ ଅଣଦେଖା କରୁଛି । ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟିର ବିଧାୟକ ଏବଂ ସ୍ବେଚ୍ଛାସେବୀମାନେ ମଧ୍ୟ ଦଳକୁ ଇସ୍ତଫା ଦେବେ । ପଞ୍ଜାବରେ ଆସନକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟିକେଟ୍ ବଣ୍ଟନ ଓ ଏହି ସମୟରେ ଦଳର ପ୍ରତିନିଧିମାନେ ଲୁଟ୍ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ସୁଖପାଲ ।

AAP ମୁଖପାତ୍ର ଜଗତର ସିଂ ସାଙ୍ଗେରା କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଏକ ନୀତି ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦଙ୍କ ପକ୍ଷରୁ ରୁବିଙ୍କୁ ଟିକେଟ ଦିଆଯାଇଥିଲା । ଏଥିସହ ସେ କହିଛନ୍ତି ଯେ ଅନେକେ ଦଳ ଛାଡି କଂଗ୍ରେସରେ ଯୋଗଦେଉଛନ୍ତି । ଆମ୍ ଆଦମୀ ପାର୍ଟି କେବଳ କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ଟିକେଟ୍ ଦେଇଥାଏ ବୋଲି ସେ କହିଛନ୍ତି ।

ଇସ୍ତଫା ଦେବାର ଗୋଟିଏ ଦିନ ପରେ ରୁବି ବୁଧବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଆପର ସଦସ୍ୟତାରୁ ରୁବି ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.