ETV Bharat / bharat

WhatsApp ଅଚଳ ନେଇ ବିଜେପିକୁ ଦାୟୀ କଲେ ଆପ ନେତା - ଆପ ନେତା ନରେଶ ବଲ୍ୟାନ

WhatsApp ଅଚଳ ପ୍ରସଙ୍ଗରେ ମଧ୍ୟ ରାଜନୀତି । ଭାରତୀୟ ଜନତା ପାର୍ଟିକୁ ଦାୟୀ କଲେ ଆମ ଆଦମୀ ପାର୍ଟି ନେତା ନରେଶ ବଲ୍ୟାନ । କହିଲେ ଗୁଜୁରାଟରେ ହାରୁଛି ବିଜେପି । ସେଥିପାଇଁ ହ୍ବାଟ୍ସଆପ ବନ୍ଦ । ଅଧିକ ପଢନ୍ତୁ

WhatsApp ଅଚଳ ନେଇ ବିଜେପିକୁ ଦାୟୀ କଲେ ଆପ ନେତା

author img

By

Published : Oct 25, 2022, 10:35 PM IST

ନୂଆଦିଲ୍ଲୀ: ବହୁଳ ବ୍ୟବହୃତ ସୋସିଆଲ ମିଡିଆ ଆପ ହ୍ବାଟ୍ସଆପ (WhatsApps global outage) ସାମୟିକ ଅଚଳ ହେବା ଏବେ ସାରା ବିଶ୍ବରେ ଆଲୋଚନାର ପ୍ରସଙ୍ଗରେ ରହିଥିବା ବେଳେ ଏହାକୁ ନେଇ ଭାରତରେ କିନ୍ତୁ ରାଜନୀତି ଆରମ୍ଭ ହୋଇଛି । ଏପରି ହେବା କାରଣ ପଛରେ ବଜେପିକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ନେତା ନରେଶ ବଲ୍ୟାନ (Naresh Balyan)। ନରେଶ ଟ୍ବିଟ କରି ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି । ବିଜେପି ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପରାଜିତ ହେବାକୁ ଯାଉଛି, ସେଥିପାଇଁ ହ୍ବାଟ୍ସଆପ ଅଚଳ ହୋଇଥିବା ନରେଶ ଟ୍ବିଟ କରିଛନ୍ତି

ଚଳିତ ବର୍ଷ ଶେଷ ଭାଗରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଜେପିକୁ କଡ୍ଡା ଟକ୍କର ଦେବାକୁ ଅଣ୍ଟା ଭିଡିଛି କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP)। ତେବେ ହ୍ବାଟ୍ସଆପ୍‌ ଅଚଳ ହେବା ପ୍ରସଙ୍ଗକୁ ନେଇ ମଧ୍ୟ ଆପ ନେତା ବିଜେପିକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ଗୁଜୁରାଟରେ ହେବାକୁ ଥିବା ନିର୍ବାଚନରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ନିର୍ବାଚନ ହାରିବାକୁ ଯାଉଥିବାରୁ ହ୍ବାଟ୍ସଆପ୍‌ ଅଚଳ ହୋଇଥିବା କଥା କହିଛନ୍ତି ଆପ ନେତା ନରେଶ ।

ଆଜି (ମଙ୍ଗଳବାର) ପ୍ରାୟ ଦୁଇ ଘଣ୍ଟା ଧରି ବିଶ୍ବର ଲୋକପ୍ରିୟ ସୋସିଆଲ ମିଡିଆ ଆପ ଅଚଳ ହୋଇପଡିଥିଲା । ଇନଷ୍ଟାଣ୍ଟ ମେସେଜିଂ ଏବଂ ଭଏସ୍ କଲ୍ ପରି ଯୋଗାଯୋଗ ଫିଚର ହଠାତ ଅଚଳ ହେବା ପରେ ଉପଭୋକ୍ତମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଉପକ୍ଷୋକ୍ତାମାନେ ଏନେଇ ସୋସିଆଲ ମିଡିଆରେ ନିଜ ଅସନ୍ତୋଷ ବ୍ୟକ୍ତ କରିବା ପରେ ଆପ୍ଲିକେସନର ମୂଳ କମ୍ପାନୀ ମେଟା ରେସପନ୍ସ କରିଥିଲା । କୌଣସି କାରଣରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ସଂସ୍ଥା ସ୍ବୀକାର କରିବା ସହ ସାଧାନ ପାଇଁ ତ୍ବରିତ ପ୍ରୟାସ ଜାରି ରହିଥିବା ମଧ୍ୟ ସୂଚନା ଦେିଥିଲା । କିଛି ଘଣ୍ଟାର ବ୍ୟବଧାନ ପରେ ଏହା ପୁଣି ଥରେ ସ୍ବାଭାବିକ ହୋଇଥିଲା । ଏପରି ହେବା ପଛର କାରଣ ସମ୍ପର୍କରେ କିନ୍ତୁ କିଛି ସ୍ପଷ୍ଟ ହୋଇ ପାରିନଥିବା ବେଳେ ସଂସ୍ଥା ମଧ୍ୟ କିଛି ସୂଚନା ଦେଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.