ETV Bharat / bharat

AAP ଟିକେଟରେ ହରଭଜନ ସିଂ ଯିବେ ରାଜ୍ୟସଭା ! - ହରଭଜନ ସିଂ ଯିବେ ରାଜ୍ୟସଭା

ରାଜ୍ୟସଭା ଯିବେ ହରଭଜନ ସିଂ । AAP ପକ୍ଷରୁ ତାଙ୍କୁ ନେଇ ଜାରି ରହିଛି ଚର୍ଚ୍ଚା । ଅଧିକ ପଢନ୍ତୁ

AAP ଟିକେଟରେ ହରଭଜନ ସିଂ ଯିବେ ରାଜ୍ୟସଭା !
AAP ଟିକେଟରେ ହରଭଜନ ସିଂ ଯିବେ ରାଜ୍ୟସଭା !
author img

By

Published : Mar 17, 2022, 6:53 AM IST

ନୂଆଦିଲ୍ଲୀ: ପଞ୍ଜାବରେ ଆପ ସରକାର ଗଠନ ହେବା ପରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ହରଭଜନ ସିଂଙ୍କୁ ଦଳ ପକ୍ଷରୁ ରାଜ୍ୟସଭାକୁ ପଠାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେବଳ ସେତିକି ନୁହେଁ ସୂତ୍ରରୁ ମିଳିଥିବା ଅନ୍ୟ ଏକ ସୂଚନା ଅନୁସାରେ, ନବ ନିର୍ବାଚିତ AAP ସରକାର ହରଭଜନ ସିଂଙ୍କୁ କ୍ରୀଡା ବିଶ୍ୱବିଦ୍ୟାଳୟର କମାଣ୍ଡ ମଧ୍ୟ ଦେଇପାରନ୍ତି । ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପଞ୍ଜାବର କ୍ରୀଡା ଭିତ୍ତିଭୂମିକୁ ସୁଧାରିବା ସହ ଜଳନ୍ଧରରେ ଏକ ସ୍ପୋର୍ଟ୍ସ ୟୁନିଭର୍ସିଟି ପ୍ରତିଷ୍ଠା କରିବା ନେଇ ମଧ୍ୟ ଘୋଷଣା କରିଥିଲେ ।

ତେବେ ପଞ୍ଜାବରେ ଭାଇଜୀ ଭାବେ ଜଣାଶୁଣା ହରଭଜନ ଆପର ପ୍ରଚଣ୍ଡ ବିଜୟ ପରେ ମାନ ଓ ପୁରା AAP ଟିମକୁ ସ୍ବାଗତ ଜଣାଇ ଟ୍ବିଟ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଆସନ୍ତାମାସରେ ଖାଲି ହେବାକୁ ଥିବା ୫ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଦେବ ଆମ ଆଦମୀ ପାର୍ଟି । ତେବେ ପୂର୍ବରୁ ଦଳର ୩ ରାଜ୍ୟସଭା ସାଂସଦ ଥିବା ବେଳେ ଏବେ ଆଉ ୫ ସଂସଦଙ୍କୁ ମିଶାଇ ମୋଟ ୮ ରେ ସଂଖ୍ୟା ପହଞ୍ଚାଇବ ଦଳ । ଏପରି ସ୍ଥଳେ ହରଭଜନଙ୍କ ନାମରେ ଲାଗି ରହିଥିବା ଚର୍ଚ୍ଚାର ସମ୍ଭାବନାକୁ ମଧ୍ୟ ଏଡାଯାଇ ନପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.