ETV Bharat / bharat

ସଦସ୍ୟତା ଫେରିପାଇଲେ ରାଘବ, ସ୍ବାଧୀକାର ଭଙ୍ଗ ଅଭିଯୋଗରେ ହୋଇଥିଲେ ନିଲମ୍ବିତ - ରାଘବ ଚଢାଙ୍କ ସଂସଦ ପଦ ନିଲମ୍ବନ ମାମଲା

ରାଜ୍ୟସଭା ସଦସ୍ୟତା ଫେରିପାଇଲେ ଆମ ଆଦମୀ ପାର୍ଟିର ଯୁବ ସାଂସଦ ରାଘବ ଚଢା । ମୌସୁମୀ ଅଧିବେଶନରେ ସ୍ବାଧୀକାର ଭଙ୍ଗ ଅଭିଯୋଗରେ ହୋଇଥିଲେ ନିଲମ୍ବିତ । ଭିଡିଓ ଜାରି କରି ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢ଼ନ୍ତୁ

ସଦସ୍ୟତା ଫେରିପାଇଲେ ରାଘବ, ସ୍ବାଧୀକାର ଭଙ୍ଗ ଅଭିଯୋଗରେ ହୋଇଥିଲେ ନିଲମ୍ବିତ

author img

By ETV Bharat Odisha Team

Published : Dec 4, 2023, 3:49 PM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ସ୍ବାଧୀକାର ଭଙ୍ଗ ଅଭିଯୋଗରେ ନିଲମ୍ବିତ ହୋଇଥିବା ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି । ଆଜି ଶୀତ ଅଧିବେଶନର ଉଦଘାଟନୀ କାର୍ଯ୍ୟଦିବସରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ଏହି ନିଲମ୍ବିତ ପ୍ରତ୍ୟାହାର କରିବା ପରେ ସଦସ୍ୟତା ଫେରି ପାଇଛନ୍ତି ଚଢା । ଏହାସହ ସେ ଗୃହରେ ଆଜି ଅଧିବେଶନରେ ଅଂଶଗ୍ରହଣ ମଧ୍ୟ କରିଛନ୍ତି । ଏହାପରେ ଚଢା ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ସେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେ ଆଜିର ନିଷ୍ପତ୍ତି ପାଇଁ ସର୍ବୋଚ୍ଚ କୋର୍ଟଙ୍କୁ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • #WATCH | AAP MP Raghav Chadha says "On 11th August, I was suspended from the Rajya Sabha. I went to the Supreme Court for the revocation of my suspension. Supreme Court took cognizance of this and now my suspension has been revoked after 115 days...I am happy that my suspension… https://t.co/y3Lx9d8tdH pic.twitter.com/QPMf8iKSyD

    — ANI (@ANI) December 4, 2023 " class="align-text-top noRightClick twitterSection" data=" ">

ଆଜି ଅପରାହ୍ନରେ ଚଢାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ରାଜ୍ୟସଭା ସ୍ବାଧୀକାର କମିଟିର ବୈଠକ ବସିଥିଲା । ଏହାପରେ କମିଟିର ସୁପାରିଶ କ୍ରମେ ଏହି ପ୍ରତ୍ୟାହାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଭିଡିଓ ବାର୍ତ୍ତାରେ ସେ ନିଲମ୍ବନ ଆଦେଶ ହଟିବା ପରେ ଖୁସି ଥିବା ଓ ଏଥିପାଇଁ ସର୍ବୋଚ୍ଚ କୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ତାଙ୍କୁ ସଂସଦରୁ 115 ଦିନ ନିଲମ୍ବିତ କରାଗଲା । ସେ ଅବଧି ମଧ୍ୟରେ ଲୋକଙ୍କ ପ୍ରଶ୍ନ ସରକାରଙ୍କୁ ପଚାରିବାରୁ ବଞ୍ଚିତ ରହିଲେ ବୋଲି ଚଢା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜେପିଏମ ଦଖଲରେ ମିଜୋରାମ, ସରକାର ଗଢିବ ଦଳ

ଅଗଷ୍ଟ 11 ତାରିଖରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଚଢାଙ୍କୁ ରାଜ୍ୟସଭାରେ ଗୃହର ସ୍ବାଧୀକାର ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଥିଲା । ଦିଲ୍ଲୀ ପ୍ରଶାସନିକ ସେବା ବିଲ ଆଗତ ହେବା ସମୟରେ ସେ ଏକ ସଂସଦୀୟ କମିଟି ମାଧ୍ୟମରେ ଏହାର ତର୍ଜମା କରିବାକୁ ଦାବି କରିଥିଲେ । ଚଢା ଏହି କମିଟି ପାଇଁ 5 ଜଣ ସାଂସଦଙ୍କ ନାମ ମଧ୍ୟ ସୁପାରିଶ କରିଥିଲେ । ମାତ୍ର ସେ ଏହି 5 ସାଂସଦଙ୍କ ବିନା ଅନୁମତିରେ ସେମାନଙ୍କ ହସ୍ତାକ୍ଷର ସଂଗ୍ରହ କରି କମିଟି ପାଇଁ ସେମାନଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ସ୍ବାଧୀକାର ଭଙ୍ଗ ଅଭିଯୋଗରେ ଗୃହରୁ ନିଲମ୍ବିତ କରାଯାଇଥିଲା । ଏହାକୁ ସେ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ । ଏବେ 115 ଦିନ ପରେ ଗୃହକୁ ଫେରିଛନ୍ତି ଆମ ଆଦମୀ ପାର୍ଟିର ଏହି ଯୁବ ସାଂସଦ । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏଥିପାଇଁ ଧନ୍ଯବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.