ETV Bharat / bharat

ଆପ୍‌ ନେତା ନବୀନଙ୍କ ବିବାଦୀୟ ବୟାନ, କହିଲେ କାଶ୍ମୀର ପଣ୍ଡିତଙ୍କୁ AK-47 ଦିଅ - ଆପ୍‌ ନେତା ନବୀନଙ୍କ ବିବାଦୀୟ ବୟାନ

ନିଜ ବୟାନକୁ ନେଇ ପୁଣି ଚର୍ଚ୍ଚାରେ ଆପ୍‌ ନେତା ନବୀନ ଜୟହିନ୍ଦ । ସରକାର ଯଦି କାଶ୍ମିରୀ ପଣ୍ଡିତଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ AK47 ଦିଅନ୍ତୁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ଆପ୍‌ ନେତା ନବୀନଙ୍କ ବିବାଦୀୟ ବୟାନ, କାଶ୍ମୀର ପଣ୍ଡିତଙ୍କୁ ak47 ଦେବା ପାଇଁ କଲେ ଦାବି

author img

By

Published : May 20, 2022, 7:30 AM IST

ଚଣ୍ଡିଗଡ଼: ଆମ୍ ଆଦମୀ ପାର୍ଟିର ପୂର୍ବତନ ହରିୟାଣା ଅଧ୍ୟକ୍ଷ ନବୀନ ଜୟହିନ୍ଦ ନିଜ ବିବୃତ୍ତିକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସନ୍ତି । ପୁଣି ଏଭଳି ବିବାଦୀୟ ବୟାନ ଦେଇ ବିବାଦରେ ଫସିଛନ୍ତି ନବୀନ । କାଶ୍ମୀର ପଣ୍ଡିତଙ୍କୁ ନେଇ ସେ ଦେଇଛନ୍ତି ବଡ଼ ବୟାନ । ସରକାର ଯଦି କାଶ୍ମିରୀ ପଣ୍ଡିତଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ AK47 ଦିଅନ୍ତୁ ବୋଲି ସେ କହିଛନ୍ତି ।

ଆପ୍‌ ନେତା ନବୀନଙ୍କ ବିବାଦୀୟ ବୟାନ, କାଶ୍ମୀର ପଣ୍ଡିତଙ୍କୁ ak47 ଦେବା ପାଇଁ କଲେ ଦାବି

ବିବାଦୀୟ ବୟାନ ଦେଇ ନବୀନ କହିଛନ୍ତି ଯେ," କାଶ୍ମିରୀ ପଣ୍ଡିତମାନେ ଫିଲ୍ମ ଚାହାଁନ୍ତି ନାହିଁ, ବରଂ ସେମାନଙ୍କୁ AK47 ଦରକାର । ଯଦି ସରକାର କାଶ୍ମିରୀ ପଣ୍ଡିତମାନଙ୍କୁ ବଞ୍ଚାଇବାକୁ ଚାହାଁନ୍ତି ତେବେ ସେମାନଙ୍କୁ AK47 ଦିଅନ୍ତୁ । ତାହେଲେ ଯାଇ ସେମାନେ ବଞ୍ଚିବେ । କଥାରେ କିଛି ହେବ ନାହିଁ । ଯେଉଁ ରାହୁଲ ଭଟ ମୃତ୍ୟୁବରଣ କରିଛନ୍ତି । ଯାହାକୁ ପାକିସ୍ତାନୀ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ତାଙ୍କ ପତ୍ନୀ ନିଜେ କହୁଛନ୍ତି ଯେ ଆମକୁ ଅସ୍ତ୍ର ଦିଅ । ଏବେ ଆତଙ୍କବାଦୀମାନେ AK47 ସହିତ ପାକିସ୍ତାନରୁ ଆସୁଛନ୍ତି, ଆଉ କାଶ୍ମିରୀ ପଣ୍ଡିତମାନଙ୍କୁ ହତ୍ୟା କରିବା ପରେ ଚାଲିଯାଉଛନ୍ତି ।"

ଏବେ ସେ ପ୍ରଭୁ ପର୍ଶୁରାମଙ୍କ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମ ପାଇଁ ହରିୟାଣା ଭ୍ରମଣ କରି ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏହି ଅବସରରେ ନବୀନ ହରିୟାଣାର ସିର୍ସା ଜିଲ୍ଲାରେ ପହଞ୍ଚି ସେଠାରେ ପ୍ରଭୁ ପର୍ଶୁରାମଙ୍କ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମ ପାଇଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ସମୟରେ ସେ କାଶ୍ମିରୀ ପଣ୍ଡିତମାନଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି(naveen jaihind controversial statement) । ଆସନ୍ତା ମେ 22ରେ ପ୍ରଭୁ ପର୍ଶୁରାମ ଜୟନ୍ତୀ ରୋହତକର ପହୱର ଗ୍ରାମରେ ପାଳନ କରାଯିବ ।

ଏହି କାର୍ଯ୍ୟକ୍ରମ ପାଇଁ ନବୀନ ସମସ୍ତ ରାଜନେତା ଏବଂ ୩୬ ଜାତିର ଲୋକଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସମାରୋହ ବର୍ତ୍ତମାନ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧୀନରେ ଥିବା ପହୱର ଗାଁର ସମାନ ଜମିରେ ଅନୁଷ୍ଠିତ ହେଉଛି । ଏହି ଜମିରେ ପ୍ରଭୁ ପର୍ଶୁରାମଙ୍କ ଏକ ମନ୍ଦିର, ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବାକୁ ନବୀନ ଦାବି କରୁଛନ୍ତି । ନବୀନ କହିଛନ୍ତି ଯେ ଯଦି ସରକାର ଜମି ଦେବାକୁ ବିରୋଧ କରନ୍ତି ତେବେ ଯୁଦ୍ଧ ହେବ ନଚେତ୍ ଉତ୍ସବ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.