ETV Bharat / bharat

ଦାମୀ କାର୍‌ରେ ପିଡିଏସ ସାମଗ୍ରୀ ବୋହିନେଲେ AAP ନେତା, ଭିଡିଓ ଭାଇରାଲ

author img

By

Published : Sep 28, 2022, 2:01 PM IST

ପିଡିଏସ ସମଗ୍ରୀ ବୋହିଲେ ଆପ୍ ନେତା । ଦାମୀ କାର୍‌ରେ ସାମଗ୍ରୀ ବୋହୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଦାମୀ କାରରେ ପିଡିଏସ ସମଗ୍ରୀ ବୋହିଲେ ଆପ୍ ନେତା

ଚଣ୍ଡିଗଡ: ଗରିବ ଲୋକଙ୍କ ପାଇଁ ରାସନ ଯୋଜନାରେ ବଣ୍ଟାଯାଉଥିବା ରାସନ କେନ୍ଦ୍ରରେ ଲାଗିଲା ଏକ କାର୍‌ । ଲୋଡ୍‌ ହେଲା ବସ୍ତା ବସ୍ତା ଗହମ । ଯାହାର ଏକ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି । ବଡ କଥା ହେଉଛି ଆମ ଆଦମୀ ପାର୍ଟିର(AAP) ଜଣେ ନେତା ଏକ ଦାମୀ କାରରେ ରାସନ ନେଉଥିବା ଦେଖିବାକୁ ମିଳିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି ।

ଏପରି ଘଟଣା ଘଟିଛି ପଞ୍ଜାବ ତାରନ ତାରନରେ । ବ୍ୟକ୍ତି ଜଣକ ଜଣେ ଆପ୍ ନେତା ହେବା ସହ ବର୍ତ୍ତମାନ ସେ ଜଣେ ପଞ୍ଚାୟତ ସଦସ୍ୟ ଅଛନ୍ତି । ତାଙ୍କ ନାମ ଜଗଦୀପ ସିଂହ ରାନ୍ଧୱାର । ଏହି ଭିଡିଓ ଭାଇରାଲ ହେବା ପରେ ଆପ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ପଞ୍ଚାୟତ ସଦସ୍ୟଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । ମାତ୍ର ସେ କ୍ୟାମେରାକୁ ସାମ୍ନା କରି ନଥିଲେ ।

ମାତ୍ର ତାଙ୍କର ପିଡିଏସ କାର୍ଡ ଥିବା କହିଥିଲେ । ସେ କଂଗ୍ରେସ ଛାଡି ଆପ୍‌ରେ ସାମିଲ ହୋଇଛନ୍ତି । ତାଙ୍କୁ ବଦନାମ କରିବାକୁ ଭିଡିଓ ତିଆରି କରାଯାଇଥିବା କହିଛନ୍ତି । ଏ ନେଇ ବିଧାୟକ ମଞ୍ଜିନ୍ଦକ ସିଂ ଲାଲପୁରାଙ୍କ ସହ କଥା ହେବା ପରେ ସେ କହିଥିଲେ ଘଟଣାର ତଦନ୍ତ କରାଯିବ । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ଏହା ବି ପଢନ୍ତୁ...ମର୍ସିଡିଜରେ ରାସନ ବୋହୁଛନ୍ତି ହିତାଧିକାରୀ, ଭିଡିଓ ଭାଇରାଲ

ନିକଟରେ ପଞ୍ଜାବରୁ ମଧ୍ୟ ଏହି ଭଳି ଏକ ଚିତ୍ର ଆସିଥିଲା । ପଞ୍ଜାବ ହୋସିଆରପୁର ନାଲୋୟାନ ଚୌକରେ ଏକ ମର୍ସିଡିଜରେ ପିଡିଏସ ସାମଗ୍ରୀ ବୁହାହେଉଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା । ଅଟା ଡାଲି ଯୋଜନାରେ ଜଣେ ଲୋକ ମର୍ସିଡିଜ ଗାଡିରେ ଗହମ ବସ୍ତା ନେଉଥିବା ଦେଖିବାକୁ ମିଳିଥିଲା । ଏ ବାବଦରେ ବ୍ୟକ୍ତିଜଣଙ୍କୁ ପଚରାଯିବାରୁ କାର୍‌ଟି ତାଙ୍କର ନୁହେଁ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.