ETV Bharat / bharat

‘ମନ କି ବାତରେ ଖର୍ଚ୍ଚ ହୋଇଛି 830 କୋଟି’: ଗୁଜୁରାଟ AAP ମୁଖ୍ୟଙ୍କ ନାମରେ ମାମଲା - ଗୁଜୁରାଟ ଆପ ମୁଖ୍ୟ ଇସୁଦାନ ଗଡଭୀ

ଗୁଜୁରାଟ AAP ମୁଖ୍ୟ ଇସୁଦାନ ଗଡଭୀଙ୍କ ନାମରେ ପୋଲିସ ରୁଜୁ କଲା ମାମଲା । ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ’ କାର୍ଯ୍ୟକ୍ରମରେ 830 କୋଟି ଖର୍ଚ୍ଚ ହୋଇଥିବା କରିଥିଲେ ଅଭିଯୋଗ । ଅଧିକ ପଢନ୍ତୁ

‘ମନ କି ବାତରେ ଖର୍ଚ୍ଚ ହୋଇଛି 830 କୋଟି’: ଗୁଜୁରାଟ AAP ମୁଖ୍ୟଙ୍କ ନାମରେ ମାମଲା

author img

By

Published : May 1, 2023, 6:34 PM IST

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ତଥା ଚର୍ଚ୍ଚିତ ରେଡିଓ ସମ୍ବୋଧନ କାର୍ଯ୍ୟକ୍ରମ ଗତ ରବିବାର 100ତମ ଏପିସୋଡରେ ପଦାର୍ପଣ କରିଛି । ଯାହାର ସୁଦୂରପ୍ରସାରୀ ତଥା ପ୍ରଭାବଶାଳୀ ଦିଗକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଲାଗିରହିଛି । ଏହାରି ମଧ୍ୟରେ ଏଥିପାଇଁ ମାତ୍ରାଧିକ ଅର୍ଥରାଶି ଖର୍ଚ୍ଚ କରାଯାଇଥିବା ଅଭିଯୋଗ କରି ଅଡୁଆରେ ପଡିଛନ୍ତି ଆମ ଆଦମୀ ପାର୍ଟି ଗୁଜୁରାଟ ମୁଖ୍ୟ ଇସୁଦାନ ଗଡଭୀ ।

ଦଳର ଗୁଜୁରାଟ ପ୍ରଦେଶ ମୁଖ୍ୟ ତଥା ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭୀ ଅଭିଯୋଗ କରିଛନ୍ତି, ଏହି କାର୍ଯ୍ୟକ୍ରମର ଶହେତମ ଏପିସୋଡ ପ୍ରସାରିତ ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର 830 କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏପରି ମନ୍ତବ୍ୟ ପରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି । କୌଣସି ଯଥାର୍ଥ ତଥ୍ୟ ବିନା ଗଡଭୀ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ଏପରି ଅଭିଯୋଗପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହା ଆଧାରରେ ଗଡଭୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ହେଲେ ଦଳ ଏହାକୁ ନିନ୍ଦା କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ମିଥ୍ୟା ମାମଲାରେ ହଇରାଣ କରାଯାଉଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି ।

ଅଭିଯୋଗ ଅନୁସାରେ, ଗତମାସ 28 ତାରିଖରେ ଏହି କାର୍ଯ୍ୟକ୍ରମକୁ ନେଇ ଗଡଭୀ ଟ୍ବିଟ୍‌ କରିଥିଲେ । କହିଥିଲେ, ‘‘ଏହି କାର୍ଯ୍ୟକ୍ରମରେ ପ୍ରତି ଏପିସୋଡରେ 8.3 କୋଟି ଖର୍ଚ୍ଚ ହେଉଛି । ଏହି ଅନୁପାତରେ ବର୍ତ୍ତମାନ ସୁଦ୍ଧା ବା 100ତମ ଏପିସୋଡ ପର୍ଯ୍ୟନ୍ତ ପ୍ରାୟ 830 କୋଟି ଟଙ୍କା ସରକାରୀ ରାଜସ୍ବରୁ ଖର୍ଚ୍ଚ କରାଯାଇ ସାରିଲାଣି । ଯାହାକୁ ବହୁ ଅଧିକ ।’’ ଅମୂଳକ ଓ ବିନା କୌଣସି ଆଧାରରେ ଏପରି ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହେବା ପରେ 29 ଏପ୍ରିଲରେ ଅହମ୍ମଦାବାଦ ସାଇବର କ୍ରାଇମ ବ୍ରାଞ୍ଚ ଗଡଭୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଭାରତୀୟ ଦଣ୍ଡ ସଂହିତାର ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁସାରେ ଏହି ମାମଲା ଦାଖଲ ହୋଇଛି । ଅଭିଯୋଗ ଓ ମାମଲା ସମ୍ପର୍କରେ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସାଇବର କ୍ରାଇମ ଅତିରିକ୍ତ କମିଶନର ଜେ.ଏମ ଯାଦବ କହିଛନ୍ତି, ମାନହାନୀ ସହ ଆଧାରହୀନ ସୂଚନା ପ୍ରସାରିତ କରି ଗୁଜବ ସୃଷ୍ଟି କରିବା ନେଇ ମାମଲା ରୁଜୁ ହୋଇଛି ।

ଗଡଭୀ ଏବେ ଗୁଜୁରାଟ ଆପ ୟୁନିଟର ସଭାପତି ଅଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା । ରାଜ୍ୟରେ ଦୀର୍ଘ ଦଶନ୍ଧି ଧରି ଶାସନରେ ଥିବା ବିଜେପିର ବିକଳ୍ପ ଆପ୍‌ ହେବ ବୋଲି ଦାବି କରୁଥିଲେ ସୁଦ୍ଧା ଫଳାଫଳରେ ନିରାଶ ହେବାକୁ ବାଧ୍ୟ ହୋଇଥିଲା । ସରକାର ଗଠନ କରିବା ଦାବି ମଧ୍ୟରେ ଆମ ଆଦମୀ ପାର୍ଟି ମାତ୍ର 4ଟି ବିଧାନସଭା ଆସନରେ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.