ETV Bharat / bharat

42 ବର୍ଷ ମଧ୍ୟରେ ମୋଦି ସରକାର ସମୟରେ ବେକାରୀ ସର୍ବାଧିକ: AAP

author img

By ETV Bharat Odisha Team

Published : Sep 3, 2023, 9:37 PM IST

ମୋଦି ସରକାରଙ୍କୁ ଟାର୍ଗେଟ କଲା ଆପ୍‌ । କହିଲା 42 ବର୍ଷ ମଧ୍ୟରେ ମୋଦି ସରକାର ସମୟରେ ବେକାରୀ ସର୍ବାଧିକ। ଅଧିକ ପଢନ୍ତୁ

AAP targets Modi Government
AAP targets Modi Government

ନୂଆଦିଲ୍ଲୀ: ବିଗତ 42 ବର୍ଷ ମଧ୍ୟରେ ମୋଦି ସରକାର ସମୟରେ ବେକାରୀ ସର୍ବାଧିକ ଅଭିଯୋଗ ଆଣିଲା ଆପ୍‌ । ମୋଦି ସରକାର କେବଳ ଜନତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ଗ୍ରହଣ କରି ଶାସନ କରୁଛନ୍ତି । ହେଲେ ପ୍ରତିଶୃତି ରକ୍ଷା କରୁନାହାନ୍ତି । ଅନେକ ବର୍ଷ ଧରି ଭାରତ ଭୋକିଲା ପେଟର ଦେଶ ବୋଲି ଜଣାଯାଉଥିଲା, ହେଲେ ଏବେ ବେରୋଜଗାର ପାଇଁ ଜଣାଯାଉଛି । ଦେଶରେ କୋଟିକୋଟି ଆକାଂକ୍ଷୀ, ଦକ୍ଷ ଯୁବପୀଢ଼ିଙ୍କୁ ରୋଜଗାର ମିଳିପାରୁନାହିଁ ବୋଲି ରବିବାର ଅଭିଯୋଗ କରଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ ।

ମିଥ୍ୟା ଖବର ପ୍ରଚାର କରିବା ଦିଗରେ କେନ୍ଦ୍ରର ବଳିଷ୍ଠ ଭୂମିକା ଥିବା ସାଂସଦ ସଞ୍ଜୟ ଅଭିଯୋଗ କରିବା ସହିତ ମୋଦି ସରକାର ସମୟରେ ଇନ୍ଧନ ଓ ଔଷଧ ଦର ଅହେତୁକ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏନେଇ ସେ କହିଛନ୍ତି, "42 ବର୍ଷ ମଧ୍ୟରେ ମୋଦି ସରକାର ସମୟରେ ବେକାରୀ ସର୍ବାଧିକ ରହିଛି । ଏହାବାଦ ପେଟ୍ରୋଲ, ଡିଜେଲ ଦର ସାଙ୍ଗକୁ କିଡନୀ, କର୍କଟ ଓ ଯକ୍ଷ୍ମା ରୋଗର ଔଷଧ ଦର ବୃଦ୍ଧି ପାଇଛି । ଅଗ୍ନିବୀର ଯୋଜନା ଦେଶର ଯୁବପୀଢିଙ୍କୁ ଧୋକା ଦେଇଛି । ଶସ୍ୟର ମୂଲ୍ୟ 2 ଗୁଣା ହୋଇଛି । 2022 ଅଗଷ୍ଟ 15 ସୁଦ୍ଧା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ତାହା କଣ ହେଲା ?"

ଏହା ବି ପଢନ୍ତୁ- PM Modi Interview ahead of G20: 'ବିଶ୍ବର କଲ୍ୟାଣ ପାଇଁ ଭାରତର ସବକା ବିକାଶ ସାଜିବ ମାର୍ଗଦର୍ଶକ'

ଆପ୍‌ ନେତା ସଞ୍ଜୟ ଏଭଳି ଅନେକ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି କେବଳ ଗୋଟିଏ ସ୍ଲୋଗାନ୍‌ ଦେଉଛନ୍ତି । ତାହା ହେଉଛି ମିଛ କହିବା, ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କ ଭୋଟ ହାତେଇବା ଓ ପରେ ସେମାନଙ୍କ ଉପରେ ରାଜୁତି କରିବା । ଯଦି ମୋଦି ସରକାର 80 କୋଟି ଜନତାଙ୍କୁ ରାସନ ବଣ୍ଟନ କରୁଛନ୍ତି, ତେବେ ଏହା ସ୍ବୀକାର କରିବା ଉଚିତ ଯେ ତାଙ୍କ ଶାସନରେ ଦେଶବାସୀ ଦୁର୍ବଳ ।"

ସେପଟେ ପ୍ରଧାନମନ୍ତ୍ରୀଙ୍କ ଫେକ୍‌ ନ୍ୟୁଜ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଆପ୍‌ ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, "ମୁଁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସହିତ ସହମତ । ହେଲେ ଏହା ଜଣାପଡ଼ୁଛି ସେ ବାସ୍ତବତା ସହିତ ପରିଚିତ ନାହାନ୍ତି । ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଫେକ୍‌ ନ୍ୟୁଜ ବା ମିଥ୍ୟା ଖବର ଲାଗି ଦାୟୀ । ଯଦି ସେ ବାସ୍ତବରେ ମିଥ୍ୟା ଖବର ଲାଗି ଚିନ୍ତିତ, ତେବେ ନିଶ୍ଚିତ ଭାବରେ କ୍ୟାବିନେଟ ପୁର୍ନଗଠନ କରିଥାନ୍ତେ ।" ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ମୋଦି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଯେ ମିଥ୍ୟା ଖବର ଯୋଗୁଁ ଗଣମାଧ୍ୟମ ସଂସ୍ଥା ଉପରେ ଲୋକଙ୍କ ଭରସା ତୁଟିବାରେ ଲାଗିଛି । ଏହି ମିଥ୍ୟା ଖବର ଦଙ୍ଗାକୁ ଯେପରି ଇନ୍ଧନ ଯୋଗାଉଛି । ଏହାପରେ ଆପ୍‌ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.