ETV Bharat / bharat

Gujarat poll: ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ! - ନାଟକୀୟ ଢଙ୍ଗରେ ନାମାଙ୍କନ ପ୍ରତ୍ୟାହାର କଲେ AAP ପ୍ରାର୍ଥୀ

ଗୁଜୁରାଟ AAPରେ ନାଟକୀୟ ସ୍ଥିତି । ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ହଠାତ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପ୍ରତ୍ୟାହାର କଲେ ଦଳୀୟ ପ୍ରାର୍ଥୀ କଞ୍ଚନ ଜରିଓ୍ବାଲା । ଗତକାଲି ଠାରୁ ଥିଲେ ନିରୁଦ୍ଦିଷ୍ଟ । ବିଜେପି ଅପହରଣ ଅଭିଯୋଗ ଆଣିଥିଲା ଆମ ଆଦମୀ ପାର୍ଟି । ଅଧିକ ପଢନ୍ତୁ

ନାମାଙ୍କନ ପ୍ରତ୍ୟାହାର କଲେ ଦଳୀୟ ପ୍ରାର୍ଥୀ, ଗତକାଲି ଠାରୁ ଅପହରଣ ଅଭିଯୋଗ ଆଣିଥିଲା ଦଳ

author img

By

Published : Nov 16, 2022, 8:15 PM IST

ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିରେ ଦେଖିବାକୁ ମିଳିଛି ନାଟକୀୟ ଘଟଣା । ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ସୁରଟ-ପୂର୍ବ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା କଞ୍ଚନ ଜରିଓ୍ବାଲା ଆଜି ନାଟକୀୟ ଢଙ୍ଗରେ ନିଜ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଗତକାଲି ସଂଧ୍ୟାରୁ ଠାରୁ ସେ ନିରୁଦ୍ଦିଷ୍ଟ ଥିଲେ । ତାଙ୍କୁ ଭାରତୀୟ ଜନତା ପାର୍ଟି ଦ୍ବାରା ଅପହରଣ କରାଯାଇଥିବା ଦଳ ପକ୍ଷରୁ ସଙ୍ଗୀନ ଅଭିଯୋଗ କରାଯାଇଥିଲା ।

ଆଜି ଅପରାହ୍ନରେ ପ୍ରାର୍ଥୀ କଞ୍ଚନ ଜରିଓ୍ବାଲା ପୋଲିସ ସୁରକ୍ଷା ବଳୟରେ ହଠାତ ସ୍ଥାନୀୟ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ସେହିପରି ଦଳ କରିଥିବା ଅପହରଣ ଅଭିଯୋଗକୁ ସେ ଖଣ୍ଡନ କରିବା ସହ ସେ ତାଙ୍କ ବିବେକ ଅନୁସାରେ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ସେ ହଠାତ ଆବିର୍ଭାବ ହୋଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପ୍ରତ୍ୟାହାର କରିବା ପରେ ଆମ ଆଦମୀ ପାର୍ଟି ପୁଣି ପୂର୍ବ ଅଭିଯୋଗକୁ ଦୋହରାଇଛି । ତାଙ୍କ ପ୍ରାର୍ଥୀଙ୍କୁ ବନ୍ଧୁକ ମୁନରେ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରାଯାଇଛି ।

  • Watch how police and BJP goons together - dragged our Surat East candidate Kanchan Jariwala to the RO office, forcing him to withdraw his nomination

    The term ‘free and fair election’ has become a joke! pic.twitter.com/CY32TrUZx8

    — Raghav Chadha (@raghav_chadha) November 16, 2022 " class="align-text-top noRightClick twitterSection" data=" ">

ପୋଲିସ ଫୋର୍ସ ଲଗାଇ ତାଙ୍କୁ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଏପରି କରିବାକୁ ବାଧ୍ୟ କରାଯାଇଥିବା ଦଳର ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏକ ଟ୍ବିଟରେ କହିଛନ୍ତି । ସେହିପରି ଦଳ ମଧ୍ୟ ତାଙ୍କ ନାମାଙ୍କନ ପ୍ରତ୍ୟାହାରକୁ ଗ୍ରହଣ ନକରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛି । ତାଙ୍କୁ ଚାପ ପ୍ରୟୋଗ କରି ଏପରି କରିବାକୁ ବାଧ୍ୟ କରାଯାଇଛି । ତେଣୁ ପ୍ରତ୍ୟାହାର ଆବେଦନ ଗ୍ରହଣ ନକରିବା ଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଦଳ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛି ।

  • Our candidate from Surat (East), Kanchan Jariwala, and his family missing since yesterday. First, BJP tried to get his nomination rejected. But his nomination was accepted. Later, he was being pressurised to withdraw his nomination.

    Has he been kidnapped?

    — Arvind Kejriwal (@ArvindKejriwal) November 16, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.