ETV Bharat / bharat

Letter to Manish Sisodia: ସିସୋଦିଆଙ୍କୁ ଝୁରୁଛନ୍ତି କୁନି ପିଲା, ଚିଠି ଲେଖି କହିଲେ ଏମିତି - ଆଇ ଲଭ ମନୀଷ ସିସୋଦିଆ

ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ ହେବା ପରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି 'ଆଇ ଲଭ ମନୀଷ ସିସୋଦିଆ' । କୁନି କୁନି ପିଲାମାନଙ୍କୁ ସିସୋଦିଆଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବା ଲାଗି କୁହାଯାଇଥିବା ବେଳେ ଏହାକୁ ନିନ୍ଦା କରିଛି ଅଭିଭାବକ ସଂଘ । ଅଧିକ ପଢନ୍ତୁ

Letter to Manish Sisodia
Letter to Manish Sisodia
author img

By

Published : Mar 3, 2023, 4:56 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ । ସିସୋଦିଆଙ୍କୁ ଗିରଫ କରିବା ପରେ ତାଙ୍କୁ ଝୁରୁଛନ୍ତି କୁନି କୁନି ପିଲା । ପୂର୍ବରୁ ସିସୋଦିଆ ଶିକ୍ଷା ମନ୍ତ୍ରୀ ରହିଥିବା ବେଳେ ଦିଲ୍ଲୀ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କୁ ମନେ ପକାଇ ଚିଠି ଲେଖିଛନ୍ତି ଏବଂ ଫେରି ଆସିବା ଲାଗି ନିବେଦନ କରିଛନ୍ତି । ତେବେ ଏହି ଚିଠିଗୁଡ଼ିକୁ ସିସୋଦିଆଙ୍କ ନିକଟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ସିସୋଦିଆଙ୍କୁ ଚିଠି ଲେଖିବା ପରେ ଆପ୍‌ ନେତାମାନେ ଟ୍ବିଟ କରି ବିଜେପିକୁ କଡ଼ା ଭର୍ତ୍ସନା କରିଛନ୍ତି । ସେପଟେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିଠି ଲେଖା କାର୍ଯ୍ୟକୁ ଅଭିଭାବକ ସଂଘ ନିନ୍ଦା କରିଛି ।

  • भाजपा वालों: तुम कितने भी झूठे इलज़ाम लगा लो, पर जो दिल्ली के बच्चों का @msisodia के लिए प्यार है, उसे तुम हिला नहीं सकते हो pic.twitter.com/a7eXShIVdV

    — Atishi (@AtishiAAP) March 3, 2023 " class="align-text-top noRightClick twitterSection" data=" ">

ଆପ ବିଧାୟିକା ଅତିଶି ଛାତ୍ରଛାତ୍ରୀଙ୍କ ଚିଠିର ଏକ ଫଟୋ ସହିତ ଟ୍ବିଟ କରି ଲେଖିଛନ୍ତି, "ବିଜେପି କର୍ମୀମାନେ ତୁମେ ଯେତେ ବି ମିଥ୍ୟା ଅଭିଯୋଗ ଆଣ, ହେଲେ ମନୀଷ ସିସୋଦିଆଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଏହି ପ୍ରେମ ଓ ସ୍ନେହଭାବକୁ ପ୍ରଭାବିତ କରିପାରିବ ନାହିଁ ।" ଅତିଶିଙ୍କ ଏହି ଟ୍ବିଟ ଉପରେ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, "ଜନସାଧାରଣ ଦେଖନ୍ତୁ କିପରି ଆପ୍‌ ସରକାର କୁନି କୁନି ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇ ଏହି ଚିଠିଗୁଡ଼ିକୁ ଲେଖାଇଛନ୍ତି । ଏହା ସହିତ ମନୀଷ ସିସୋଦିଆଙ୍କ ଲାଗି ଏକ ଅଭିଯାନ ଆରମ୍ଭ କରି ଅଭିଭାବକଙ୍କ ଉପରେ ମଧ୍ୟ ଚାପ ପକାଉଛନ୍ତି । ଚିଠି ଲେଖ, ନଚେତ ତୁମ ପିଲାଙ୍କୁ ପରୀକ୍ଷାରେ ଫେଲ କରାଯିବ ।" ଆପ୍‌ ସରକାରଙ୍କ ଏପରି ଅପରାଧିକ କାର୍ଯ୍ୟ ଉପରେ ରୋକ ଲଗାଇବା ଲାଗି ପ୍ରବୀଣ ଉପ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।

  • समाज के लोगों ने आज दिल्ली में बहुत से स्कूलों के बाहर I Love Manish Sisodia डेस्क लगाई है।

    जिस पर दिल्ली के बच्चे इस बुरे समय में अपने शिक्षामंत्री के साथ खड़े है। और लेटर के माध्यम से अपना प्यार और सम्मान दिखा रहे हैं।#ILoveManishSisodia pic.twitter.com/5htJDLzEix

    — Shailesh (@24shailesh) March 3, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Delhi Cabinet: କେଜ୍ରିଓ୍ୱାଲ କ୍ୟାବିନେଟରୁ ଇସ୍ତଫା ଦେଲେ ସିସୋଦିଆ, ସତ୍ୟେନ୍ଦ୍ର

ଏହା ଉପରେ ଆପ ନେତା ରୌନକ ଅଲ୍ଲି ମଧ୍ୟ ଫେସବୁକରେ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ, "କୁନି କୁନି ପିଲାମାନେ ପଚାରୁଛନ୍ତି ତାଙ୍କର ପ୍ରିୟ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ କୁଆଡ଼େ ଗଲେ ? ପିଲାମାନେ ଜାଣିବାକୁ ଚାହୁଁଛନ୍ତି ଯେ ତାଙ୍କ ପ୍ରିୟ ମନ୍ତ୍ରୀ କେବେ ଜେଲରୁ ବାହାରିବେ । ପିଲାମାନେ ମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ ତାଙ୍କ ପାଠପଢା କିପରି ଚାଲିଛି ଓ ତାଙ୍କ ପରୀକ୍ଷା କିପରି ଯାଉଛି ?" ଗିରଫ ମନୀଷ ସିସୋଦିଆଙ୍କୁ ଚିଠି ପଠାଇବା ଲାଗି ଅଭିଯାନ ଆରମ୍ଭ ହୋଇଛି । ଯାହାର ନାମ ରଖାଯାଇଛି 'ଆଇ ଲଭ ମନୀଷ ସିସୋଦିଆ' । ପ୍ରତି ସରକାରୀ ସ୍କୁଲ ନିକଟରେ ଆଇ ଲଭ ମନୀଷ ସିସୋଦିଆ ଡେସ୍କ ରହିଛି । ଯେଉଁଠି ସକାଳ ୭.୩୦ରୁ ୯ଟା ପର୍ଯ୍ୟନ୍ତ ମଧ୍ୟରେ ସିସୋଦିଆଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଏଠାରେ ଦେବାକୁ କୁହାଯାଇଛି ।

  • आज इस देश में अगर किसी शिक्षा मंत्री को लोग नाम से जानते है तो वो है #ManishSisodia ❤️

    भाजपा वालों को गर्व करना चाहिए कि उनके देश में एक ऐसा भी शिक्षा मंत्री है जिसके चर्चे विदेशों तक है। नफ़रत की राजनीति अब ज्यादा दिन चलने वाली नहीं है।#ILoveManishSisodia pic.twitter.com/v2dgLHX0yT

    — MLA Kuldeep Kumar (@KuldeepKumarAAP) March 3, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Delhi liquor Policy Case: 8 ଘଣ୍ଚା ଜେରା ପରେ ମନୀଷ ସିସୋଦିଆ ଗିରଫ

  • .@NCPCR_ & @KanoongoPriyank जी

    कृप्या देखिये किस बेशर्मी से @AamAadmiParty सरकारी स्कूलों के बच्चों पर दबाव डाल मनीष सिसोदिया के पक्ष मे अभियान चला रहे हैं।

    अभिभावकों पर दबाव डाला जा रहा है की - पत्र लिखो वर्ना परिक्षा में फेल कर देंगे।@BJP4Delhi @TajinderBagga @rohitTeamBJP https://t.co/iYBSFDfn4F

    — Praveen Shankar Kapoor (@praveenskapoor) March 3, 2023 " class="align-text-top noRightClick twitterSection" data=" ">

ସେପଟେ ଦିଲ୍ଲୀ ଅଭିଭାବକ ସଂଘର ଅଧ୍ୟକ୍ଷା ଅପରାଜିତା ଗୌତମ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, "ଛୋଟ ଛୋଟ ପିଲମାନଙ୍କୁ ରାଜନୀତି ଭିତରକୁ ଟାଣିବା ଉଚିତ ନୁହେଁ । ଏବେ ବୋର୍ଡ ପରୀକ୍ଷା ଜାରି ରହିଛି । ପିଲାମାନେ ସେମାନଙ୍କ ପାଠପଢା ଉପରେ ଧ୍ୟାନ ଦେବା ଉଚିତ ନା କି ରାଜନୈତିକ ଉଦ୍ଦେଶ୍ୟକୁ ପୂରଣ କରିବା ଲାଗି କାର୍ଯ୍ୟ କରିବେ । ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଯଦି ସେ କିଛି କରିନାହାନ୍ତି ତେବେ ଜେଲରୁ ମୁକୁଳିବେ, ନଚେତ ଜେଲ ଯିବେ । ସେ ଶିକ୍ଷାମନ୍ତ୍ରୀ ଭାବେ ଯେଉଁ ବି କାର୍ଯ୍ୟ କରିଛନ୍ତି ତାହା ତାଙ୍କର କର୍ତ୍ତବ୍ୟ ଥିଲା । ବିଦ୍ୟାଳୟରେ ବିକାଶମୂଳକ କାର୍ଯ୍ୟ କରି ସେ କୌଣସି ଦୟା ଦେଖାଇନାହାନ୍ତି । ସେ ଗିରଫ ହେବା ପରେ ଏକ ଅଭିଯାନ ଆରମ୍ଭ ହୋଇ ସ୍କୁଲ ବାହାରେ ଡେସ୍କ ଲଗାଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ସେଥିରେ ଚିଠି ପକାଇବା ଲାଗି କୁହାଯାଇଛି । ଯାହାକି ଉଚିତ ନୁହେଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.