ETV Bharat / bharat

HP Result: କାହିଁକି ହିମାଚଳରେ ଖାତା ଖୋଲି ପାରିଲାନି ଆପ୍‌ ? ଫେଲ ମାରିଲା ଦିଲ୍ଲୀ ମଡେଲ, ଧୂଳିସାତ ହେଲା 3ୟ ବିକଳ୍ପ ସ୍ୱପ୍ନ

author img

By

Published : Dec 9, 2022, 10:25 PM IST

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Election Result 2022)ରେ ମାଟି କାମୁଡିଛି ଆମ ଆଦମି ପାର୍ଟି । ରାଜ୍ୟରେ ୩ୟ ବିକଳ୍ପକୁ ଗ୍ରହଣ କରିନାହାନ୍ତି ରାଜ୍ୟବାସୀ । ୬୭ଟି ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିବା ବେଳେ ଗୋଟିଏ ବି ସିଟ୍‌ ଦଳର ଖାତାକୁ ଯାଇନାହିଁ । ଅଧିକ ପଢନ୍ତୁ

HP Elections 2022: ଆପ୍‌ର ନୈରାଶ୍ୟଜନକ ପ୍ରଦର୍ଶନ, ଗୋଟିଏ ବି ସିଟ୍‌ରେ ହେଲାନି ବିଜୟ

ସିମଲା: ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟର ସରକାର ଗଠନ ଲାଗି ଟ୍ରେଣ୍ଡ ଜାରି ରହିଛି । ଗୋଟିଏ ନିର୍ବାଚନ ବିଜେପି ଜିତୁଥିବା ବେଳେ ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇ ଶାସନ କ୍ଷମତା ହାତକୁ ନେଉଛି । ତେବେ ଏଠାରେ ୩ୟ ବିକଳ୍ପ ଭାବେ ଆପ୍‌ ଏକ ନୂଆ ଆଶା ସଞ୍ଚାର କରିଥିବା ବେଳେ ୨୦୨୨ ନିର୍ବାଚନରେ ମାଟି କାମୁଡିଛି (Aam Aadmi Party in Himachal) । ଦଳ ନିର୍ବାଚନୀ ମୈଦାନକୁ ୬୭ ପ୍ରାର୍ଥୀଙ୍କୁ ଛାଡ଼ିଥିବା ବେଳେ ଗୋଟିଏ ବି ଆସନରେ ବିଜୟୀ ହୋଇପାରିନାହିଁ । ଫଳରେ ଆପ୍‌ର ୩ୟ ବିକଳ୍ପର ଆଶା ମଳିନ ପଡିଛି (people rejected third option in himachal) ।

ଗୋଟିଏ ବି ଆସନରେ ବିଜୟୀ ହେଲାନି ଆପ୍‌: -

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଆପ୍‌ ନିର୍ବାଚନୀ ମୈଦାନକୁ ୬୭ଟି ପ୍ରାର୍ଥୀଙ୍କୁ ଓହ୍ଲାଇଥିଲା । ମାତ୍ର ଦଳର ଲଜ୍ଜାଜନକ ପରାଜୟ ହୋଇଛି । ହିମାଚଳ ପ୍ରଭାରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଆପ‌୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ, ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲାଗି ଯଥେଷ୍ଟ ସମୟ ଦେଇପାରିନଥିଲେ । ଯାହାର ଫଳ ଦଳକୁ ଭୋଗିବାକୁ ପଡ଼ିଛି । ଦଳ ହିମାଚଳରେ ନିଜ ଖାତା ଖୋଲିପାରିନାହିଁ ।

ଏହା ବି ପଢନ୍ତୁ- Gujarat assembly election 2022: ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ, ମିଳିବନି ସ୍ବତନ୍ତ୍ର ସୁବିଧା

ଗୋଟିଏ ଦିନ ପ୍ରଚାର କରିଥିଲେ କେଜ୍ରିୱାଲ:-

ନିର୍ବାଚନ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିମାଚଳପ୍ରଦେଶରେ ଏକ ରୋଡ ଶୋ' କରିଥିଲେ। ଏହି ରୋଡ୍ ଶୋ' ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଅରବିନ୍ଦ କେଜ୍ରିୱାଲ ହିମାଚଳ ଗସ୍ତ କରିନଥିଲେ । ତେବେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଭଗୱନ୍ତ ମାନ ଏବଂ ମନୀଷ ସିସୋଦିଆ ହିମାଚଳ ଗସ୍ତରେ ଆସି ରାଲି, ରୋଡ ଶୋ' କରିଥିଲେ ଏବଂ ଜନସାଧାରଣଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ ।

ହିମାଚଳପ୍ରଦେଶବାସୀଙ୍କୁ ଆପ୍‌ର ପ୍ରତିଶୃତି:-

ପାହାଡୀ ରାଜ୍ୟ ହିମାଚଳପ୍ରଦେଶରେ ସରକାର ଗଢିଲେ ଆପ୍‌ ଦିଲ୍ଲୀ ମଡେଲ ଅନୁସାରେ ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଥିଲା । କଂଗ୍ରେସ ପରେ ଆପ୍‌ ମଧ୍ୟ ପୁରୁଣା ପେନସନ ଯୋଜନା ଲାଗୁ କରିବା ଲାଗି ଘୋଷଣା କରିଥିଲା । ବେରୋଜଗାର ଯୁବଙ୍କ ଲାଗି ମାସିକ ୩୦୦୦ ଟଙ୍କା ଭତ୍ତା ଓ ୧୮ରୁ ୬୦ ବର୍ଷ ମହିଳାଙ୍କ ଲାଗି ୧୦୦୦ ଟଙ୍କା ଭତ୍ତା ଦେବା ଲାଗି ମଧ୍ୟ ପ୍ରତିଶୃତି ଦେଇଥିଲା । ଏହାବ୍ୟତୀତ ବିଜୁଳି, ପାନୀୟ ଜଳ ସୁବିଧା ଯୋଗାଇ ଦେବ ବୋଲି ଘୋଷଣା କରିଥିଲା । ମାତ୍ର ହିମାଚଳପ୍ରଦେଶବାସୀଙ୍କ ଉପରେ ଏହି ପ୍ରତିଶୃତିର କୌଣସି ପ୍ରଭାବ ପଡିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.