ETV Bharat / bharat

CoWINରେ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର

author img

By

Published : Feb 7, 2022, 4:41 PM IST

କୋଭିଡ ଟୀକାକରଣ ପାଇଁ CoWIN ଆପରେ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ସର୍ବୋଚ୍ଚ କୋର୍ଟରେ ଉତ୍ତର ରଖିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏପର୍ଯ୍ୟନ୍ତ ବିନା ଆଧାର କାର୍ଡରେ ଟିକା ନେଇ ସାରିଲେଣି ୮୭ ଲକ୍ଷ କହିଲା କେନ୍ଦ୍ର । ଅଧିକ ପଢନ୍ତୁ

CoWIN ରେ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ନୂଆଦିଲ୍ଲୀ: କୋଭିଡ ଟୀକାକରଣ ପାଇଁ CoWIN ଆପରେ ପଞ୍ଜୀକରଣ କରିବାକୁ ପଡୁଥିବାବେଳେ ଏଥିପାଇଁ ପରିଚୟପତ୍ର ବାବଦରେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଆଜି ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରାଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ପଞ୍ଜୀକରଣ ପାଇଁ କୌଣସି ଏକ ସରକାରୀ ପରିଚୟପତ୍ର ଆବଶ୍ୟକ ପଡୁଥିବାବେଳେ ଏଥିପାଇଁ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ ଓ ରାସନ କାର୍ଡ ମଧ୍ୟ ବୈଧ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡପୀଠଙ୍କୁ ସ୍ପଷ୍ଟ ଅବଗତ କରିଛନ୍ତି ।

ଆଜି ସର୍ବୋଚ୍ଚ କୋର୍ଟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ । ଏହି ଆବେଦନ ସିଦ୍ଧାର୍ଥ ଶଙ୍କର ଶର୍ମାଙ୍କ ଦ୍ବାରା କରାଯାଇଥିବା ବେଳେ ଦେଶର କିଛି ସ୍ଥାନରେ ଟୀକାକରଣରେ କୋଓ୍ବିନ ଆପରେ ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ଦର୍ଶାଯାଇଥିଲା ।

ସର୍ବୋଚ୍ଚ କୋର୍ଟ ଗତବର୍ଷ (୨୦୨୧) ଅକ୍ଟୋବର ୧ ତାରିଖରେ କେନ୍ଦ୍ରକୁ ସବିଶେଷ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଉତ୍ତର ରଖିଛି । ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, କୌଣସି ଟୀକାକରଣ କେନ୍ଦ୍ରରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇ ନାହିଁ ।

ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୮୭ ଲକ୍ଷ ଲୋକ ଆଧାର କାର୍ଡ ବିନା ମଧ୍ୟ ପଞ୍ଜୀକରଣ କରି ଟିକା ଗ୍ରହଣ କରିସାରିଛନ୍ତି । ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖି ରାଜ୍ୟରେ ଟୀକାକରଣରେ ଅଂଶ ଗ୍ରହଣ କରିଥିବା କିଛି ଘରୋଇ ହସ୍ପିଟାଲ ଆଧାର କାର୍ଡ ବାଧ୍ୟତାମୂଳକ ଦାବି କରୁଥିଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.