ETV Bharat / bharat

Centre to SC: ଟିକା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର

author img

By

Published : Feb 8, 2022, 12:56 PM IST

କୋଭିଡ ଟିକା ନେବା ପାଇଁ କୋୱିନ ପୋର୍ଟାଲରେ ନାମ ପଞ୍ଜୀକରଣ ଲାଗି ଆଧାର ନମ୍ବର ବାଧ୍ୟତାମୂଳକ ନୁହେଁ । ଏ ନେଇ ସୋମବାର ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଟିକା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର
ଟିକା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର

ନୂଆଦିଲ୍ଲୀ: କୋରୋନା ବିରୋଧରେ ଜାରି ରହିଛି ଟୀକାକରଣ । ଏହାରି ଭିତରେ ଏକ ସୂଚନା ମିଳିଛି ଯେ କୋଭିଡ ଟିକା ନେବା ପାଇଁ କୋୱିନ ପୋର୍ଟାଲରେ ନାମ ପଞ୍ଜୀକରଣ ଲାଗି ଆଧାର ନମ୍ବର ବାଧ୍ୟତାମୂଳକ ନୁହେଁ । ଏ ନେଇ ସୋମବାର ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା ସୂଚିତ କରାଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଆଧାର କାର୍ଡ ନଥିଲେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ କିମ୍ବା ରାସନ କାର୍ଡ ଭଳି ୯ଟି ପରିଚୟ ପ୍ରମାଣପତ୍ର ଦେଖାଇ ପଞ୍ଜିକରଣ କରାଯାଇପାରିବ । କୋୱିନ ପୋର୍ଟାଲରେ ପଞ୍ଜିକରଣ ବେଳେ କିଛି ଟୀକାକରଣ କେନ୍ଦ୍ରରେ ଆଧାର କାର୍ଡ ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଜଣେ ଆବେଦନକାରୀ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ୨୦୨୧ ଅକ୍ଟୋବର ପହିଲାରେ ସର୍ବୋଚ୍ଚ ନ୍ୟାୟଳୟ ଏହା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ଏହା ଉପରେ ଏହି ସତ୍ୟପାଠ ଦାଖଲ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଜେଲ ଅନ୍ତେବାସୀ, ମାନସିକ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତେବାସୀ ଯେଉଁମାନଙ୍କ ପାଖରେ ପରିଚୟ ପତ୍ର ନାହିଁ ସେମାନଙ୍କ ଟୀକାକରଣ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି । ପରିଚୟ ପତ୍ର ନଥିବା ୮୭ ଲକ୍ଷ ଟିକା ନେଇଥିଲା ଖଣ୍ଡପୀଠକୁ ଜଣାଇଛନ୍ତି କେନ୍ଦ୍ର ସରକାର । ଏହା ସହି ବୈଧ ପରିଚୟ ପତ୍ର ଦାଖଲ କରିବା ସତ୍ତ୍ବେ ଆବେଦନକାରୀଙ୍କୁ ଟିକା ଦେବା ଲାଗି ମନା କରି ଦିଆଯାଉଥିବା ସମ୍ପୃକ୍ତ ଟୀକାକରଣ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.