କଲବୁର୍ଗୀ: ବିଭିନ୍ନ ପ୍ରକାରର ରୁଟି ପାଇଁ ପରିଚିତ କର୍ଣ୍ଣାଟକର ଉତ୍ତର ଭାଗ । ଆଉ ଏହି ସବୁ ରୁଟିକୁ ତିଆରି କରି ଆନନ୍ଦିତ ଏଠାକାର ମହିଳା । ଆଉ ଏମାନଙ୍କ ଏହି ଯାତ୍ରାର କାହାଣୀ ଜୀବନକୁ ନୂଆ ସୁଯୋଗ ଦେବାର ଏକ ଶ୍ରେଷ୍ଠ ଉଦାହରଣ ।
ଖାଲି ପକେଟ, ଭୋକିଲା ପେଟ ଜୀବନର ଉଚିତ ଶିକ୍ଷା ଶିଖାଇଥାଏ । ଆଉ ଏହି ଉକ୍ତିର ଜଳନ୍ତ୍ବ ନିଦର୍ଶନ ଏହି ମହିଳାମାନେ । ରୁଟି ତିଆରି କରି ଜୀବନ ଗଢିଲେ ମହାଦେବୀ । କେବଳ ନିଜର ନୁହେଁ ଅନ୍ୟ ମହିଳାଙ୍କ ବଞ୍ଚିବାର ମାଧ୍ୟମ ସାଜି ରୋଜଗାର ପନ୍ଥା ଯୋଗାଇଛନ୍ତି ସେ ।
କଲବୁର୍ଗୀରେ ରୁହନ୍ତି ମହାଦେବୀ । କମ ବୟସରେ ସ୍ବାମୀଙ୍କୁ ହରାଇବା ପରେ ନିଜର 2 ଛୁଆର ପେଟ ପୋଷିବାକୁ କରିଛନ୍ତି ଅହରହ ସଂଘର୍ଷ । ଏପରିକି ଚଲାବାଟରେ ଆସୁଥିବା ବହୁତ ସମସ୍ୟାରେ ବ୍ୟଥିତ ହୋଇ ସେ ଆତ୍ମହତ୍ୟା କରିବାକୁ ବି ନିଷ୍ପତ୍ତି ନେଇଥିଲେ । ହେଲେ ସେହି ସମୟରେ ମୁଗଲଖୋଡର ଜଣେ ଲୋକ ଦେଇଥିଲେ ସାହାସ ଓ ବତାଇଥିଲେ ରୁଟି ବିକ୍ରି କରି ବଞ୍ଚିବାର ବାଟ । ( ସ୍ଲଗ ଇସର୍ଟ ) ମହାଦେବୀ କୁହନ୍ତି ସେହି ସିଦ୍ଧ ପୁରୁଣଙ୍କ ଆର୍ଶୀବାଦ ଯୋଗୁଁ ଏବେ ତାଙ୍କ ସହ 200ରୁ ଅଧିକ ମହିଳା ରୁଟି କରି ସ୍ବତନ୍ତ୍ର ଭାବେ ନିଜ ଜୀବନ ଜିଉଛନ୍ତି ।
ମହାଦେବୀ କୁହନ୍ତି କି , ‘‘ଗତ 32 ବର୍ଷ ଧରି ଏହି କାମ କରି ଆସୁଛି । ମୁଁ ଜୋଲିଜ୍ ଆପୋରାଙ୍କ ଆର୍ଶୀବାଦରୁ ଏହାକୁ ଆରମ୍ଭ କରିଥିଲି । ଏବେ 150ରୁ 200 ଲୋକ ଏଠାରେ କାମ କରୁଛନ୍ତି ।’’
ମହାଦେବୀଙ୍କ ହାଣ୍ଡିଶାଳରେ ମହିଳାମାନେ ସାଧାରଣତଃ ହଜାର ସଂଖ୍ୟକ ରୁଟି, ଚପାତି , ଢପାଟି , ହୋଲିଜ ପ୍ରସ୍ତୁତ କରନ୍ତି । ଜିଲ୍ଲାର ଅନ୍ୟ ସବୁ ସ୍ଥାନରେ ଗୋଟିଏ ରୁଟି ପାଇଁ 10 ରୁ 12 ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ବେଳେ ମହାଦେବୀ ଏହି ରୁଟିକୁ 3 ଟଙ୍କାରେ ଦିଅନ୍ତି । ଆଉ ଯେଉଁମାନେ ରୁଟି କିଣି ଖାଇବାକୁ ଅସମର୍ଥ ସେମାନଙ୍କୁ ସେ ମାଗଣାରେ ବି ଦିଅନ୍ତି । ମହାଦେବୀ ଏହାକୁ ଏକ ସେବା ଭାବେ ଆପଣେଇ ନେଇଛନ୍ତି । ଯେପରି କେବେ .. କେହି ବି ଭୋକରେ ନ ରୁହେ ସେପ୍ରତି ଯତ୍ନଶୀଳ ମହାଦେବୀ ।
ଛାତ୍ରଛାତ୍ରୀଙ୍କୁ 1 ରୁ 2 ଟଙ୍କାରେ ରୁଟି ଯୋଗାଣ କରନ୍ତି ମହାଦେବୀ । ଯଦି କେହି ସହରରେ କୌଣସି ବି ହୋଟେଲରୁ ଖାଦ୍ୟ ନିଏ ତେବେ 60ରୁ 70 ଟଙ୍କା ଗଣୁଥିବା ବେଳେ ଏଠାରୁ ସେ ମାତ୍ର 20 ଟଙ୍କାରେ ପେଟପୂରା ଖାଇବା ଖାଇପାରିବ । ଏଠାରେ ତିଆରି ରୁଟି କେବଳ କଲବୁର୍ଗୀରେ ପ୍ରସିଦ୍ଧ ନୁହେଁ, ଏହାକୁ ଅନ୍ୟ ରାଜ୍ୟକୁ ବି ପଠାଯାଏ । ଭାରତରୁ ବିଦେଶରେ ଯାଉଥିବା ଲୋକ ବି ଏଠାରୁ ରୁଟି ନେଇ ଯାଆନ୍ତି ।
କେବେ ଅର୍ଥଭାବ କାରଣରୁ ଅବସାଦରେ ଆତ୍ମବିଶ୍ବାସ ହରାଇ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିବା ମହାଦେବୀ , ଆଜି ନିଜର ଏକ ସଂସ୍ଥା ଗଢିଛନ୍ତି । ଆଉ ନିଜ ଗୋଡରେ ନିଜେ ଠିଆ ହୋଇ 200ରୁ ଅଧିକ ମହିଳାଙ୍କୁ କର୍ମନିଯୁକ୍ତି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ