ETV Bharat / bharat

ପାରିବାରିକ କଳହର କରୁଣ ପରିଣତି, 5 ଝିଅଙ୍କୁ ଧରି ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡିଲା ମା’ - ଟ୍ରେନ୍ ଆଗକୁ ଡେଇଁ ପଡି

ପାରିବାରିକ କଳହର କରୁଣ ପରିଣତି । 5 ଝିଅଙ୍କୁ ଧରି ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡିଲା ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡର ମହାସମୁନ୍ଦ ଜିଲ୍ଲାରେ । ଅଧିକ ପଢନ୍ତୁ...

ପାରିବାରିକ କଳହର କରୁଣ ପରିଣତି, 5 ଝିଅଙ୍କୁ ଧରି ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡିଲା ମା’

author img

By

Published : Jun 10, 2021, 12:06 PM IST

ରାୟପୁର: ପାରିବାରିକ କଳହର କରୁଣ ପରିଣତି । 5 ଝିଅଙ୍କୁ ଧରି ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡିଲା ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡର ମହାସମୁନ୍ଦ ଜିଲ୍ଲାରେ । ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ରାଜ୍ୟ ରାଜଧାନୀଠାରୁ 55 କିଲୋମିଟର ଦୂରରେ ଥିବା ମହାସମୁନ୍ଦ ଏବଂ ବେଲସୋଣ୍ଡା ମଧ୍ୟରେ ଏକ ରେଳ କ୍ରସିଂ ନିକଟରେ ଏହି ଘଟଣା ଘଟିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ବେମଚା ଗାଁର ମୂଳ ବାସିନ୍ଦା ଉମା ସାହୁ (45) ଙ୍କର ତାଙ୍କ ସ୍ୱାମୀଙ୍କ ସହ ଝଗଡା ହୋଇଥିଲା। ଏହାପରେ ମହିଳା ଜଣକ ତାଙ୍କ ଝିଅ - ଅନ୍ନପୂର୍ଣ୍ଣା (18), ଯଶୋଦା (16), ଭୁମିକା (14), କୁମ୍କୁମ୍ (12) ଏବଂ ତୁଳସୀ (10)- ତାଙ୍କ 5 ଝିଅକୁ ଧରି ରେଳ ଟ୍ରାକ୍କୁ ଯାଇ ଏହି ଚରମ ପଦକ୍ଷେପ ନେଇଥିଲେ ବୋଲି ମହାସମୁନ୍ଦର ଅତିରିକ୍ତ ପୋଲିସ୍ ଅଧୀକ୍ଷକ ମେଘା ଟେମ୍ବୁରକର ସାହୁ ଗଣମାଧ୍ୟମକୁ କହିଛନ୍ତି।

ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ସେ କହିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ । ଏପଟେ ଏହି ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.