ETV Bharat / bharat

ବିବାହ ପାଇଁ ମନା କରିବାରୁ ପିଶାଚ ସାଜିଲା ପ୍ରେମିକ, ଛୁରୀ ଭୁସି ପ୍ରେମିକାକୁ ହତ୍ୟା

ଛୁରୀ ଭୁସି ଯୁବତୀଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କଲା ପ୍ରେମିକ । ହତ୍ୟାର କିଛି ଦିନ ପରେ ନିଜେ ଆତ୍ମହତ୍ୟା କଲେ ପାଗଳ ପ୍ରେମିକ । ଅଧିକ ପଢନ୍ତୁ

ଛୁରୀ ଭୁସି ପ୍ରେମିକାକୁ କଲା ହତ୍ୟା
ଛୁରୀ ଭୁସି ପ୍ରେମିକାକୁ କଲା ହତ୍ୟା
author img

By

Published : Nov 11, 2022, 10:15 AM IST

ମୁମ୍ବାଇ: ବିବାହ ପାଇଁ ମନା କରିବାରୁ ଯୁବତୀଙ୍କୁ ନିର୍ମମ ହତ୍ୟା । ଛୁରୀ ଭୁସି ଯୁବତୀଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କଲା ପ୍ରେମିକ । ହତ୍ୟାର କିଛି ଦିନ ପରେ ନିଜେ ଆତ୍ମହତ୍ୟା କଲେ ପାଗଳ ପ୍ରେମିକ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅନୁଧରେ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଶ୍ବେତା ବିଜୟ ରନଓ୍ବାଡେ । ଶେତାଙ୍କୁ ହତ୍ୟା କରିଥିବା ଯୁବକ ହେଉଛନ୍ତି ପ୍ରତିକ କିଶାନ ଧାମଲେ । ଏନେଇ ଥାନାରେ ଅଭିଯୋଗ ପରେ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କଲା ପୋଲିସ ।

ଛୁରୀ ଭୁସି ପ୍ରେମିକାକୁ କଲା ହତ୍ୟା
ଛୁରୀ ଭୁସି ପ୍ରେମିକାକୁ କଲା ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୮ ମସିହାରେ ଏକ ବିବାହରେ ଶ୍ବେତା ଏବଂ ପ୍ରତୀକଙ୍କ ସାକ୍ଷାତ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥା ବାର୍ତ୍ତା । ପରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା । କିଛି ଦିନ ପରେ ଉଭୟ ପରସ୍ପରଙ୍କୁ ବିବାହ କରିବାକୁ ସ୍ଥିର କଲେ । କିନ୍ତୁ ଏହାର କିଛି ଦିନ ପରେ ପ୍ରତୀକ ଶ୍ବେତାଙ୍କୁ ହଇରାଣ କରିବା ଆରମ୍ଭ କରିଦେଲେ । ହତ୍ୟା ଧମକ ଦେବା ସହ ପ୍ରତିଦିନ ଫୋନ କରି ହଇରାଣ କରୁଥିଲେ । ଏହାପରେ ଶ୍ବେତା ବିବାହ ପାଇଁ ମନା କରିଦେଇଥିଲେ । ଏହାପରେ ସେ ତାଙ୍କ ପରିବାରକୁ ଏ ବିଷୟରେ ଜଣାଇଥିଲେ । କିନ୍ତୁ ପ୍ରତୀକ ତାଙ୍କୁ ଆତ୍ମହତ୍ୟାର ଧମକ ଦେଇ ଯୁବତୀଙ୍କୁ ହଇରାଣ କରୁଥିଲା ।

ଦୁଇ ମାସ ପୂର୍ବେ ଏନେଇ ଯୁବତୀ ଜଣଙ୍କ ପୋଲିସ ଷ୍ଟେସନରେ ପ୍ରତୀକ ବିରୋଧରେ ଏକ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଗତକାଲି ଶ୍ବେତା ତାଙ୍କ ମାଆଙ୍କ ସହ ବଜାରକୁ ଆସିଥିବାବେଳେସ ପ୍ରତିକ ଏକ ଛୁରୀରେ ତାଙ୍କ ଛାତି ଓ ପେଟକୁ ଆକ୍ରମଣ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଶ୍ବେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଶ୍ବେତା ଜମେ ଉଚ୍ଚ ଶିକ୍ଷିତା, ସେ ଚାଟାଡ ଆକାଣ୍ଟାଣ୍ଟ କୋର୍ସ ପାଇଁ କିଛି ଦିନ ପୂର୍ବେ ବିଦେଶ ଯାଇଥିଲେ । ଶ୍ବେତାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରତୀକ ଆଜି ଟାଟା ଡ୍ୟାମ ନିକଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.