ETV Bharat / bharat

ଏମିତି ଏକ ଗାଁ, ଗୋଟିଏ ବି ମଡର୍ଣ୍ଣ ଟେକ୍ନୋଲୋଜି ବ୍ୟବହାର କରନ୍ତିନି ଗ୍ରାମବାସୀ - ଆଧୁନିକ ଉପକରଣ

ଆଜିର ଯୁଗରେ ବୈଜ୍ଞାନିକ ଉପକରଣ ବିନା ଜୀବନ ଅତିବାହିତ କରିବା ନିଶ୍ଚିତ କଷ୍ଟକର ବ୍ୟାପାର । ହେଲେ ଏଠାରେ କୌଣସି ଗୋଟିଏ ବି ଆଧୁନିକ ଉପକରଣ ବ୍ୟବହାର କରନ୍ତିନି ଗ୍ରାମବାସୀ (Village does not use modern technology) । ଏପରିକି ବିଦ୍ୟୁତ, ସ୍ମାର୍ଟଫୋନ ଠାରୁ ମଧ୍ୟ ଏମାନେ ଦୂରରେ । ଗ୍ରାମର କିଛି ଉଚ୍ଚଶିକ୍ଷିତ ଯୁବକ ଚାକିରି ତ୍ୟାଗ କରି ଆସି ଗାଁରେ ପ୍ରକୃତିର କୋଳରେ ଜୀବନ ଅତିବାହିତ କରନ୍ତି । ଏହି ଗାଁରେ ୨୦୦ ବର୍ଷ ପୁରାତନ ଭାରତୀୟ ଗାଁର ଝଲକ ଦେଖିବାକୁ ମିଳେ । ଆନ୍ଧ୍ରପ୍ରଦେଶରେ ଏହି ଗାଁକୁ ନେଇ ଏବେ ଖୁବ ଚର୍ଚ୍ଚା । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Kurma Village does not use modern technology
ଗୋଟିଏ ବି ମଡର୍ଣ୍ଣ ଟେକ୍ନୋଲୋଜି ବ୍ୟବହାର କରନ୍ତିନି ଗ୍ରାମବାସୀ
author img

By

Published : Dec 18, 2022, 6:04 PM IST

ଅମରାବତୀ: ବିଜ୍ଞାନର ଅଗ୍ରଗତି ସହିତ ମନୁଷ୍ୟ ସମାଜ ଅନେକ ବୈଜ୍ଞାନିକ ଉପକରଣକୁ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛି (Village does not use modern technology)। କହିବାକୁ ଗଲେ ଏହି ବୈଜ୍ଞାନିକ ଉପକରଣ ବିନା ଆଜିର ମନୁଷ୍ୟ ଏକପ୍ରକାର ଅଚଳ ହୋଇପଡ଼େ । ଏହି ଉପକରଣ ବିନା ଜୀବନ ଜିଇଁବା ବିଷୟରେ ଆପଣ କେବେ ଭାବିଛନ୍ତି କି ? ହେଲେ ଆନ୍ଧ୍ରପ୍ରଦେଶରେ ଏପରି ଏକ ଗାଁ ରହିଛି (Villagers without modern technology), ଯେଉଁଠି ଗ୍ରାମବାସୀମାନେ ଗୋଟିଏ ବି ଆଧୁନିକ ଉପକରଣ ବ୍ୟବହାର କରନ୍ତିନି । ଏପରିକି ସେମାନେ ବିଦ୍ୟୁତ ଓ ସ୍ମାର୍ଟଫୋନଠାରୁ ମଧ୍ୟରେ ବହୁ ଦୂରରେ ରହିଛନ୍ତି (Viilagers don't use Smaerphone) । ପ୍ରକୃତିର କୋଳରେ ଏମାନେ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି ।

ଆଧୁନିକ ଉପକରଣ ମନୁଷ୍ୟ ଦୈନନ୍ଦିନ ଜୀବନ ଅତିବାହିତ କରିବା ଅନେକ ପ୍ରକାରେ ସହଜ କରିଛି । ଏହି ଉପକରଣଗୁଡ଼ିକୁ ବ୍ୟବହାର କରି ଆମେ କମ ସମୟରେ ଅଧିକ କାମ କରିପାରୁଛୁ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କମ ସମୟରେ ମଧ୍ୟ ପହଞ୍ଚି ପାରୁଛୁ । ସମସ୍ତ ଆଧୁନିକ ଉପକରଣ ମଧ୍ୟରେ ମୋବାଇଲ ଫୋନ ପ୍ରତ୍ୟେକଙ୍କ ଜରୁରୀ ଉପକରଣ । ଏହା ସମସ୍ତଙ୍କ ଜୀବନକୁ ଅନେକ ମାତ୍ରାରେ ପରିବର୍ତ୍ତନ କରିଛି । ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କୁର୍ମା ଗ୍ରାମରେ ଗୋଟିଏ ବି ଉପକରଣ ବ୍ୟବହାର ନ କରି ମଧ୍ୟ ଖୁସିରେ ଜୀବନ ବିତାଉଛନ୍ତି ଗ୍ରାମବାସୀ ।

କଣ କଣ ବ୍ୟବହାର କରନ୍ତିନି ଗ୍ରାମବାସୀ ?

କୁର୍ମା ଗ୍ରାମ (Kurma village)ର ଲୋକେ ଘର ତିଆରି ପାଇଁ ସିମେଣ୍ଟ କି ଆଇରନ ରଡ୍‌ର ମଧ୍ୟ ବ୍ୟବହାର କରନ୍ତି ନାହିଁ । ବିଦ୍ୟୁତ ସରବରାହ ଏହି ଗ୍ରାମରେ ନଥିବା ବେଳେ ଶିକ୍ଷା ବ୍ୟବସ୍ଥା ପାଇଁ ଏଠାରେ ଦେୟ ଦେବାକୁ ପଡ଼ିନଥାଏ । ଏମାନେ ଆଧୁନିକ ଯୁଗଠାରୁ ବହୁଦୂରରେ ରହିଛନ୍ତି । ଉଚ୍ଚ ଶିକ୍ଷାକୁ ଏମାନେ ଜୀବନର ଅବିଚ୍ଛେଦ ଅଙ୍ଗ ଭାବେ ପରିଗଣନା କରିନଥାନ୍ତି । ନିଜ ଅଞ୍ଚଳରେ ରହି ଏମାନେ ନିଜ ଲୋକଙ୍କ ସହିତ ଜୀବନ ବିତାଇଥାନ୍ତି । ସମୟ ସହିତ ଲୋକେ ନିଜର ଚାଲିଚଳଣି, ଜୀବନଶୈଳୀକୁ ପରିବର୍ତ୍ତନ କରିଥାନ୍ତି । ହେଲେ ଏଠାକାର ଗ୍ରାମବାସୀଙ୍କ ସହିତ ସେପରି ଘଟିନଥାଏ । ପୁରାତନ ଯୁଗ ପରି ସେମାନେ ଜୀବନ ଅତିବାହିତ କରୁଥିବା କହିଛନ୍ତି ।

ଏହା ବି ପଢନ୍ତୁ- ବିକାଶରେ ବାଧା ସୃଷ୍ଟି କଲେ ରେଡ୍‌ କାର୍ଡ ଦେଖାଯିବ : ପ୍ରଧାନମନ୍ତ୍ରୀ

ଗୁରୁକୁଳ ଜୀବନକୁ ଅନୁସରଣ କରନ୍ତି ଗ୍ରାମବାସୀ

ପୁରାତନ ଯୁଗରେ ଯେପରି ମୁନିଋଷି ମାନେ ଜଙ୍ଗଲରେ ରହି ଜୀବନ ଅତିବାହିତ କରୁଥିଲେ, ଏମାନେ ସେହି ପନ୍ଥାକୁ ଅନୁସରଣ କରିଥାନ୍ତି । ଜଙ୍ଗଲ ଜାତୀୟ ଖାଦ୍ୟ ଖାଇବା ସହ ସମ୍ପୂର୍ଣ୍ଣ ଭାବେ ପ୍ରକୃତି ଉପରେ ନିର୍ଭର କରିଥାନ୍ତି । କୁର୍ମା ଗ୍ରାମରେ ୨୦୦ ବର୍ଷର ପୁରାତନ ଭାରତୀୟ ଗାଁର ଝଲକ ଦେଖିବାକୁ ମିଳିଥାଏ । ପୁରାତନ ପରମ୍ପରା, ଖାଦ୍ୟ, ବେଶଭୂଷା, ବୃତ୍ତିକୁ ଗ୍ରହଣ କରନ୍ତି ଏଠାକାର ଗ୍ରାମବାସୀ । ଏହି ଗ୍ରାମରେ ୧୨ ପରିବାରର ମୋଟ ୫୬ ଜଣ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ଗୁରୁକୁଳ ଛାତ୍ର ରହିଥିବା ବେଳେ ୬ଜଣ ବ୍ରହ୍ମଚାରୀ ରହିଛନ୍ତି ।

କଣ କୁହନ୍ତି ଗ୍ରାମବାସୀ ?

ଗ୍ରାମର ରାଧାକ୍ରିଷ୍ଣ ଚରଣ କହିଛନ୍ତି, "ଏବେ ଆଧୁନିକ ଯୁଗରେ ଲୋକେ ମେସିନ ପରି କାର୍ଯ୍ୟ କରୁଛନ୍ତି । ହେଲେ ଆମର ପୂର୍ବଜ ପ୍ରକୃତିର କୋଳରେ ଆନନ୍ଦରେ ଜୀବନ ଅତିବାହିତ କରୁଥିଲେ । ଭାରତୀୟ ପରମ୍ପରା ଆମକୁ ଶିଖାଇଥାଏ ଯେ କିପରି ପ୍ରକୃତିର କୋଳରେ ଶାନ୍ତିର ସହିତ ବସବାସ କରିବ । କୁର୍ମା ଗ୍ରାମ ଏହି ପୁରାତନ ଯୁଗର ଉଦାହରଣ । ଆମ ଗ୍ରାମରେ ମଧ୍ୟ କିଛି ଲୋକ ଉଚ୍ଚ ଶିକ୍ଷା ଲାଭ କରିବା ପରେ ବଡ଼ ବଡ଼ କମ୍ପାନୀରେ କାମ କରିଛନ୍ତି । ମାତ୍ର ତାହା ସେମାନଙ୍କୁ ଏତେ ଅତିଷ୍ଠ କରିଛି ଯେ, ଶେଷରେ ସେଗୁଡ଼ିକୁ ତ୍ୟାଗ କରି ସେମାନେ ଗାଁକୁ ଫେରିଛନ୍ତି । ଗାଁର ପାଣି ପବନ ସହିତ ସେମାନେ ନିଜକୁ ଅଧିକ ଖୁସି ପାଉଥିବା କୁହନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.