ETV Bharat / bharat

Agnipath Scheme: ଅଗ୍ନିପଥ ପାଇଁ ଗ୍ରାମବାସୀଙ୍କ ସାମୁହିକ ଶପଥ

author img

By

Published : Jun 27, 2022, 10:15 AM IST

ଗୁଜୁରାଟ ସୌରାଷ୍ଟ୍ରର ଜୁନାଗଡ ଜିଲ୍ଲା ଲିମଧରା ଗ୍ରାମର 500 ଯୁବକ ଯୁବତୀମାନେ ଅଗ୍ନିବୀର(Agniveer ) ହେବାକୁ ଶପଥ ନେଇଥିବା ଦେଖିବାକୁ ମିଳିଛି । ଏହା ଦେଶର ପ୍ରଥମ ଏପରି ଗାଁ ହେବ ଯେଉଁଠି ଗାଁର ସମସ୍ତ ଯୁବ ଅଗ୍ନବୀର ହେବାକୁ ଓ ଅଗ୍ନିପଥ ଯୋଜନାର ସମର୍ଥନ କରିବାକୁ ସଂକଳ୍ପ ନେବାକୁ ଏକଜୁଟ ହୋଇଛନ୍ତି । ଅଧିକ ପଢନ୍ତୁ

Agnipath SchAgnipath Scheme: ସୌରାଷ୍ଟ୍ରର ଏହି ଗାଁରେ ଅଗ୍ନିପଥ ପାଇଁ ସାମୁହିକ ଶପଥ eme
Agnipath SAgnipath Scheme: ସୌରାଷ୍ଟ୍ରର ଏହି ଗାଁରେ ଅଗ୍ନିପଥ ପାଇଁ ସାମୁହିକ ଶପଥ cheme

ଗାନ୍ଧୀନଗର: ସଶସ୍ତ୍ର ବଳରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଘୋଷିତ ଚୁକ୍ତିଭିତ୍ତିକ ଅଗ୍ନିପଥ ଯୋଜନା(Agnipath Scheme) ପାଇଁ ବିବାଦ ତେଜିବାକୁ ଲାଗିଛି । ଦିନକୁ ଦିନ ହିଂସାତ୍ମକ ରୂପ ନେଉଥିଲା ଆନ୍ଦୋଳନ । ବିହାରରୁ ମୁଣ୍ଡ ଟେକିଥିବା ବିକ୍ଷୋଭ ବହ୍ନି ଦେଶରେ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଥିଲା । ହେଲେ ଗୁଜୁରାଟ ସୌରାଷ୍ଟ୍ରର ଜୁନାଗଡ ଜିଲ୍ଲା ଲିମଧରା ଗ୍ରାମର 500 ଯୁବକଯୁବତୀମାନେ ଅଗ୍ନିବୀର ହେବାକୁ ଶପଥ ନେଇଥିବା ଦେଖିବାକୁ ମିଳିଛି । ଏହା ଦେଶର ପ୍ରଥମ ଏପରି ଗାଁ ହେବ ଯେଉଁଠି ଗାଁର ସମସ୍ତ ଯୁବ ଅଗ୍ନବୀର ହେବାକୁ ଓ ଅଗ୍ନିପଥ ଯୋଜନାର ସମର୍ଥନ କରିବାକୁ ସଂକଳ୍ପ ନେବାକୁ ଏକଜୁଟ ହୋଇଛନ୍ତି ।

Agnipath ScheAgnipath Scheme: ସୌରାଷ୍ଟ୍ରର ଏହି ଗାଁରେ ଅଗ୍ନିପଥ ପାଇଁ ସାମୁହିକ ଶପଥ me

ଅଗ୍ନିବୀର ହେବାକୁ ନେଲେ ଶପଥ...

14 ଜୁନ୍ 2022 ରେ କେନ୍ଦ୍ର ସରକାରଙ୍କ ଦ୍ବାରା ଅଗ୍ନିପଥ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ଭାରତୀୟ ସେନା ପ୍ରାର୍ଥୀଙ୍କ ପାଇଁ ଆବେଦନଗୁଡିକ ଗ୍ରହଣ କରାଯାଇଛି । ଏହି ଯୋଜନା ଆରମ୍ଭ ହେବା ପରେ ଦେଶର ଅନେକ ସ୍ଥାନରେ ବିରୋଧ ଓ ହିଂସା ପ୍ରଦର୍ଶନ କରାଯାଇଥିଲା । ସୁରଟର 500ରୁ ଅଧିକ ଯୁବକ ଏହି ଯୋଜନା ଅଧୀନରେ ଭାରତୀୟ ସେନାରେ ଯୋଗଦେବାକୁ ଶପଥ ନେଇଛନ୍ତି । ଅଗ୍ନିପଥ ପ୍ରକଳ୍ପ ଅଧୀନରେ ଭାରତୀୟ ସେନାରେ ଯୋଗଦେବା ଏହି ଯୁବକମାନଙ୍କର ଦେଶ ସେବା କରିବା ଉତ୍ସାହର ପ୍ରମାଣ ଦେଇଛନ୍ତି ।

ଲିମଧରା ଗାଁର ସଭାପତି ପ୍ରବୀଣ ଭଲ୍ଲା କହିଛନ୍ତି ଯେ, "ଆମେ ପ୍ରଥମେ ଦେଶ ବିଷୟରେ କଥା ହେବା, ଯେତେବେଳେ ଆମକୁ ସେନାରେ ସାମିଲ ହେବାରୁ ସୁଯୋଗ ମିଳୁଛି ତେବେ ମୁଁ ସଂକଳ୍ପ ନେଉଛି ମୋ ଜୁନାଗଡ ଜିଲ୍ଲାର ଆମ ଗାଁ ଅଗ୍ନିପଥ ଯୋଜନାରେ ସବୁଠୁ ଆଗରେ ରହିବା ଦରକାର ।" ଆୟୋଜିତ ଏକ ସମାରୋହରେ କହିଛନ୍ତି ପ୍ରବୀଣ ଭଲ୍ଲା । ଏହି ଯୋଜନାରେ ଯୁବତୀମାନେ ମଧ୍ୟ ସାମିଲ ହୋଇପାରିବେ । ତେଣୁ ଗାଁର ଯୁବତୀମାନେ ମଧ୍ୟ ଶପଥ ନେଇଥିବା ଦେଖିବାକୁ ମିଳିଛି । ସମାରୋହରେ 500ରୁ ଅଧିକ ଯୁବକ ଯୁବତୀ ଶପଥ ନେଇ ଦେଶ ସେବା ପ୍ରତି ସେମାନଙ୍କ ଇଚ୍ଛା ଦେଖାଇଛନ୍ତି ।

Agnipath SchemeAgnipath Scheme: ସୌରାଷ୍ଟ୍ରର ଏହି ଗାଁରେ ଅଗ୍ନିପଥ ପାଇଁ ସାମୁହିକ ଶପଥ
Agnipath SchemAgnipath Scheme: ସୌରାଷ୍ଟ୍ରର ଏହି ଗାଁରେ ଅଗ୍ନିପଥ ପାଇଁ ସାମୁହିକ ଶପଥ e

ପ୍ରକାଶ ଥାଉ କି, ଏହି ଅଗ୍ନିବୀର ଯୋଜନାରେ 4 ବର୍ଷ ପାଇଁ ଦେଶ ସେବା ପାଇଁ ସୁଯୋଗ ମିଳିବ । ସ୍ଥଳ ସେନା, ବାୟୁ ସେନା ଓ ନୌସେନାରେ ନିଯୁକ୍ତି ସୁଯୋଗ ରହିବ । ସର୍ବ ଭାରତୀୟ ପ୍ରତିଭା ଆଧାରରେ ନିଯୁକ୍ତ ହେବ । ଆକର୍ଷଣୀୟ ମାସିକ ବେତନ ଏବଂ ସେବା ନିଧି ପ୍ୟାକେଜ ରହିଛି । 4 ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ 25% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ । ଏନେଇ ଆବେଦନକାରୀଙ୍କ ବୟସ 17.5ରୁ 23 ବର୍ଷ ରଖାଯାଇଛି । ପ୍ରଶିକ୍ଷଣ ଅବଧି ସମେତ ପ୍ରାର୍ଥୀଙ୍କୁ 4 ବର୍ଷ କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.