ETV Bharat / bharat

Special story: ତଳେ ହାତୀ, 30 ଫୁଟ ଉପରେ ବିତୁଛି ରାତି - ହାତୀ ଭୟରେ ହଜିଗଲାଣି ନିଦ

ହାତୀ ଭୟରେ ହଜିଗଲାଣି ନିଦ । ଅନ୍ଧାର ମାଡି ଆସିବା ସହ ବଢିଯାଉଛି ହାତୀ ଆତଙ୍କ । ଆଉ ଜୀବନକୁ ବାଜି ଲଗାଇ ଗଛ ଉପରେ ରାତି କାଟୁଛନ୍ତି ପୂରା ଗ୍ରାମବାସୀ । ଅଧିକ ପଢନ୍ତୁ..

Special story: ତଳେ ହାତୀ,  30 ଫୁଟ ଉପରେ ବିତୁଛି ରାତି

author img

By

Published : Jun 8, 2021, 10:03 AM IST

ଦିସପୁର: ସଭ୍ୟତା ଆରମ୍ଭରୁ ଘରେ ରୁହନ୍ତି ମଣିଷ । ନିଜ ପସନ୍ଦ ଓ ସାମର୍ଥ୍ୟ ଅନୁସାରେ ଅଲଗା ଅଲଗା ଘର କରିଥାନ୍ତି ଲୋକ । ହେଲେ ଆସାମର ଏହି ବିଚ୍ଛିନ୍ନାଞ୍ଚଳରେ ଲୋକ ଗଛ ଉପରେ ମଞ୍ଚା ବାନ୍ଧି ରହିଥାନ୍ତି । ଏହାକୁ ଟୋଙ୍ଗି ଘର ବା ଆସାମରେ ଚାଙ୍ଗ ଘର କୁହାଯାଇଥାଏ । ତେବେ ଗ୍ରାମବାସୀଙ୍କ ପାଖରେ ଅନ୍ୟ ଲୋକଙ୍କ ଭଳି ନିଜର ବି ଘର ରହିଛି କିନ୍ତୁ ସେମାନେ ବର୍ଷ ବର୍ଷ ଧରି ନିଜ ଘର ପାଖରେ ତିଆରି ଏହି ଚାଙ୍ଗ ଘରେ ବା ମଞ୍ଚା ଉପରେ ରହିଥାନ୍ତି ।

Special story: ତଳେ ହାତୀ, 30 ଫୁଟ ଉପରେ ବିତୁଛି ରାତି

ଆସାମର ଗୋଲାଘାଟ ଓ କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲା ସୀମାରେ ଥିବା ବରମାହରୀ ପାଥର ଗ୍ରାମବାସୀଙ୍କ ପାଇଁ ଚାଙ୍ଗ ଘରେ ରହିବା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ । ଏହି ଦୁର୍ଗମ ଗାଁର 45 ପରିବାର ବାଧ୍ୟତାମୂଳକ ଭାବେ ଚାଙ୍ଗ ଘରେ ରହିଥାନ୍ତି । ଜଙ୍ଗଲୀ ହାତୀଙ୍କ ଲଗାତାର ଆକ୍ରମଣ ଯୋଗୁଁ ଏଠାକାର ଗ୍ରାମବାସୀ ଚାଙ୍ଗ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ରାତି କାଟିଥାନ୍ତି ।

ଆମେ ସମସ୍ତେ ଚାଙ୍ଗ ବା ଉଚ୍ଚା ଘରେ ରହିଥାଉ । ଏଠାରେ ବିଦ୍ୟୁତ ନାହିଁ । ଲଗାତାର ହାତୀ ଆକ୍ରମଣ କରିଥାଏ । ଆଉ ଏଥିପାଇଁ ଆମେ ଏହି ଚାଙ୍ଗ ଘର ତିଆରି କରି ଭୂମି ଠାରୁ ଉପରେ ମଞ୍ଚା ଉପରେ ରହିଥାଉ । ଉଚ୍ଚତା ସାଧାରଣତଃ 25 ଫୁଟ ଉପରେ ରହିଥାଏ । ଯେପରି ଜଙ୍ଗଲୀ ହାତୀ କ୍ଷତି ପହଞ୍ଚାଇ ପାରିବେ ନାହିଁ । ଆମେ ତଳେ ଖାଇବା ଖାଇଥାଉ । କିନ୍ତୁ ଶୋଇବା ପାଇଁ ଆମକୁ ଉପରକୁ ଚଢିବାକୁ ପଡିଥାଏ । ଆମେ ବର୍ଷ ବର୍ଷ ଧରି ଏଭଳି ହିଁ ରହିଥାଉ ବୋଲି ଗ୍ରାମବାସୀ କହିଛନ୍ତି ।

ଗାଁର ସମସ୍ତ 45 ପରିବାର ଚାଙ୍ଗ ବା ଟୋଙ୍ଗୀ ଘର କରିଥାନ୍ତି । ଯାହାକି ଭୂମି ଠାରୁ ପ୍ରାୟ 25 ରୁ 30 ଫୁଟ ଉପରେ ରହିଥାଏ । ଯାହା ଫଳରେ ହାତୀ ପଲ ଲୋକଙ୍କୁ କ୍ଷତି ପହଞ୍ଚାଇପାରିବେ ନାହିଁ । ଜଙ୍ଗଲ ନିକଟରେ ରହିଥିବା ଏହି ଗାଁକୁ ପୂରା ବର୍ଷ ହାତୀପଲଙ୍କ ଆସିବା ସାଧାରଣ ହୋଇଗଲାଣି । ଏଇଥିପାଇଁ ଗ୍ରାମବାସୀ ସଞ୍ଜ ନଇଁବା ପରେ ଚାଙ୍ଗଘରକୁ ଚଢିଯାଇଥାନ୍ତି । ଆଉ ସକାଳ ଯାଏଁ ସେମାନେ ସେଠାରେ ରହିଥାନ୍ତି ।

ଏଠାରେ ବଡ ସମସ୍ୟା ହେଉଛି ହାତୀ ପଲ । ହାତୀ ପଲ ସନ୍ଧ୍ୟା 6 ଟା ହେଉ ହେଉ ପାଖ ଜଙ୍ଗଲରୁ ବାହାରି ଆସନ୍ତି । ଏଣୁ ଆମେ ତା ପୂର୍ବରୁ ଖାଇବା ଖାଇଦେଉ । ଆଉ ସନ୍ଧ୍ୟା 6 ଟା ସୁଦ୍ଧା ଉଚ୍ଚା ଘରକୁ ଚଢିଯାଉ । ଘରେ ଭୁଇଁରେ ଶୋଇବା ବଡ କଷ୍ଟକର । କାରଣ ଆମକୁ ଜଣାନଥାଏ କି କେବେ ହାତୀ ଆସି ଆମକୁ ଆକ୍ରମଣ କରିଦେବେ । ଏଣୁ ଆମେ ସମସ୍ତେ ମଞ୍ଚା ଉପରେ ଚଢି ଶୋଇଯାଉ । ମୋ ପରିବାରରେ ମୋ ସ୍ତ୍ରୀ ଓ ଝିଅ ରହିଥାନ୍ତି । ଆମେ ସମସ୍ତେ ଏଠାରେ ବର୍ଷ ସାରା ଟାଙ୍ଗୋ ଘରେ ଶୋଇଥାଉ । ତେବେ କେବେ କେବେ ମନ ହୁଏ ଆମେ ନିଜ ଘରେ ଶୋଇବୁ । ହେଲେ ଏହା ବହୁତ ବିପଦଜନକ । ଏଣୁ ଆମ ପାଖରେ ଏହି ଉଚ୍ଚା ଘରେ ଶୋଇବା ବ୍ୟତିତ ଅନ୍ୟ ବିକଳ୍ପ ନାହିଁ ବୋଲି କୁହନ୍ତି ଗ୍ରାମବାସୀ ।

ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଲୋକ ଏବେ ସରକାରଙ୍କୁ ମଜବୁତ ଚାଙ୍ଗ ଘର ତିଆରି ପାଇଁ ଦାବି କରୁଛନ୍ତି । ତେବେ କେତେ ଦିନ ଏଭଳି ହାତୀ ଆତଙ୍କରେ ମଞ୍ଚାରେ କଟିବ ରାତି ? ସେହି ପ୍ରଶ୍ନରେ ବିଚ୍ଛିନ୍ନାଞ୍ଚଳ ବାସୀ ..

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.