ETV Bharat / bharat

ପରିଣତ ବୟସରେ ଯୌବନର ଚଞ୍ଚଳତା: ବିବାହର ଗୋଲ୍ଡନ ଜୁବୁଲିରେ କଲେ ପୁଣି ବିବାହ, ବର ୭୩କୁ କନିଆଁ ୭୦

author img

By

Published : Feb 28, 2023, 10:12 PM IST

ନିଜ ୫୦ତମ ବିବାହ ବାର୍ଷିକୀ ପାଳନ ଅବସରରେ ନିଜ ପୁଅ-ଝିଅଙ୍କ ସାମ୍ନାରେ ପୁଣି ବିବାହ କଲେ ୭୦ ବର୍ଷୀୟ ଦମ୍ପତି । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ହେଲା ବିବାହ । ଅଧିକ ପଢନ୍ତୁ

ବିବାହ ପାଇଁ ବାଧକ ହେଲାନି ବୟସ: ବର ୭୩ କୁ କନିଆଁ ୭୦

ପରିଣତ ବୟସରେ ମଧ୍ୟ ଯୌବନର ଚଞ୍ଚଳତା: ବିବାହର ଗୋଲ୍ଡନ ଜୁବୁଲିରେ କଲେ ପୁଣି ବିବାହ, ବର ୭୩ କୁ କନିଆଁ ୭୦

ଗାନ୍ଧୀନଗର: ବିଭିନ୍ନ କାରଣରୁ କିଛି ବିବାହକୁ ନେଇ ଚର୍ଚ୍ଚା ହୋଇଥାଏ । କେତେବେଳେ ଅତି ଆଡମ୍ବରପୂର୍ଣ୍ଣ ବିବାହ ଉତ୍ସବ ପାଇଁ ତ କେବେ ଭିନ୍ନ ଶୈଳୀରେ ବିବାହକୁ ନେଇ । ହେଲେ ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି ଭିନ୍ନ ନିଆରା ବିବାହ । ପୁଅ ଝିଅଙ୍କ ସମ୍ମୁଖରେ ପୁଣି ଥରେ ବିବାହ କଲେ ୭୦ ବର୍ଷୀୟ ଦମ୍ପତି । ତେବେ ଏହା ପ୍ରଥମ ବିବାହ ନୁହେଁ ବରଂ ଏହି ଦମ୍ପତି ନିଜର 50ତମ (ଗୋଲ୍ଡେନ ଜୁବୁଲି) ବିବାହ ବାର୍ଷିକୀ ପାଳନ କରିବା ଅବସରର ଏପରି ପୁଣି ଥରେ ବିବାହ କରିଥିଲେ । ସମ୍ପୂର୍ଣ୍ଣ ବିବାହ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।

ସୁରଟରେ ରୁହନ୍ତି 73 ବର୍ଷୀୟ ରମେଶଭାଇ ଏବଂ 70 ବର୍ଷିୟା ପତ୍ନୀ ଭାରତୀ ବାଜୱାଲା । ଚଳିତ ବର୍ଷ ଉଭୟଙ୍କ ଦାମ୍ପତ୍ୟ ଜୀବନର ୫୦ ବର୍ଷରେ ପହଞ୍ଚିଲା ।ବିବାହର 50 ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ, ସୁରଟର ଏହି ବୃଦ୍ଧ ଦମ୍ପତି ଏହି ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ପୁଣି ଥରେ ବିବାହ କରିଥିଲେ ଓ ସାଙ୍ଗରେ ତାଙ୍କ ପିଲାମାନେ ମଧ୍ୟ ଥିଲେ । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଏହି ବିବାହ କାର୍ଯ୍ୟ ସମାପିତ ହୋଇଥିଲା । ଦମ୍ପତି ମଧ୍ୟ ବର-କନ୍ୟା ବେଶରେ ସଜ୍ଜିତ ହୋଇଥିଲେ । ଏପରି କି ଆଜି କାଲିର ବିବାହ ପରମ୍ପରା ପରି ହଳଦୀ ଓ ସଙ୍ଗୀତ କର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦମ୍ପତି ବର ଓ କନ୍ୟା ବେଶର ସଜେଇ ହୋଇଥିଲେ ଓ ପରିବାର ସଦସ୍ୟଙ୍କ ସହ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ । ପରେ ବର ଏକ ଘୋଡାଗାଡିରେ ବିବାହ ମଣ୍ଡପରେ ପହଞ୍ଚିଥିଲେ । ସମ୍ପୂର୍ଣ୍ଣ ପ୍ରଥମ ଥର ପରି ସମସ୍ତ ରୀତିନୀତିରେ ବିବାହ ଉତ୍ସବ ସମାପିତ ହୋଇଥିଲା ।

ଦମ୍ପତିଙ୍କର ପୁଅ-ଝିଅ ଲଣ୍ଡନରେ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ପିତାମାତାଙ୍କ ୫୦ତମ ବିବାହ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ସୁରଟ ଆସିଥିଲେ । ପୁରା ପରିବାର ଏହି ବିବାହ ଉତ୍ସବକୁ ଉପଭୋଗ କରିଥିଲା । ଏପରି ଏକ ଭିନ୍ନ ଆୟୋଜନ ଫଳରେ ବୃଦ୍ଧ ଦମ୍ପତିଙ୍କ ସମେତ ସମ୍ପୂର୍ଣ୍ଣ ପରିବାର ଖୁସି ପ୍ରକାଶ କରିଛନ୍ତି । ଉଭୟ ପରିଣତ ବୟସରେ ମଧ୍ୟ ଏପରି ନିଜର ସମ୍ପର୍କର ଭଲପାଇବା ଓ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି । ସେମାନେ ସାତ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବା ପାଇଁ ସଂକଳ୍ପ ପରିକର ବୋଲି ବୃଦ୍ଧି ଦମ୍ପତି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.