ETV Bharat / bharat

ନାମ୍ବିଆରୁ ଚିତାକୁ ଆଣିବ ବାଘ ବିମାନ, ଜନ୍ମଦିନରେ ଜଙ୍ଗଲରେ ଛାଡିବେ ପ୍ରଧାନମନ୍ତ୍ରୀ

author img

By

Published : Sep 15, 2022, 4:57 PM IST

ନାମ୍ବିଆରୁ ଭାରତ ଆସୁଛନ୍ତି ୮ ଚିତାବାଘ । ବାଘ ରଙ୍ଗରେ ରଙ୍ଗୀନ ହୋଇଛି ଆଣୁଥିବା ସ୍ବତନ୍ତ୍ର ବିମାନ (Tiger Faced Plane To Fly In Cheetahs)। ଫଟୋ ଟ୍ବିଟ୍‌ କଲେ ଭାରତୀୟ ଉଚ୍ଚାୟୁକ୍ତ । ଜନ୍ମଦିନରେ ମଧ୍ୟ ପ୍ରଦେଶର ଜଙ୍ଗଲରେ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନାମ୍ବିଆରୁ ଚିତାକୁ ଆଣିବ ବାଘ ବିମାନ, ଜନ୍ମଦିନରେ ଜଙ୍ଗଲରେ ଛାଡିବେ ପ୍ରଧାନମନ୍ତ୍ରୀ
ନାମ୍ବିଆରୁ ଚିତାକୁ ଆଣିବ ବାଘ ବିମାନ, ଜନ୍ମଦିନରେ ଜଙ୍ଗଲରେ ଛାଡିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକୀୟ ଦେଶ ନାମ୍ବିଆରୁ ୮ଟି ଚିତା ଆଣୁଛି ଭାରତ । ତେବେ ଏହି ଚିତାମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ନାମ୍ବିଆରୁ ମଧ୍ୟ ପ୍ରଦେଶ ଅଣାଯାଉଛି । ଏମାନଙ୍କୁ ଭାରତ ନେଇ ଆସୁଥିବା ବିମାନର ଅଗ୍ରଭାଗକୁ (Nose part) ବାଘ ମୁଖ ପରି ଚିତ୍ରଣ କରାଯାଇଛି (Tiger Faced Plane To Fly In Cheetahs)। ନାମ୍ବିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏହି ବିମାନର ଫଟୋ ଟ୍ବିଟରରେ ସେୟାର କରିଛନ୍ତି । ଏହି ଟ୍ବିଟକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଧ୍ୟ ରିଟ୍ବିଟ କରିବା ସହ ଭାରତ ଅପେକ୍ଷା କରିଛି ବୋଲି କ୍ୟାପସନ ଲେଖିଛନ୍ତି ।

ଭାରତୀୟ ଜଙ୍ଗଲରେ ପ୍ରାୟ ୭ଦଶନ୍ଧି ଧରି ଚିତା ନାହାନ୍ତି । ତେବେ ବନ୍ୟ ଜୀବନର ଗଡ କୁହାଯାଉଥିବା ମଧ୍ୟ ଓ ଦକ୍ଷିଣ ଆଫ୍ରିକୀୟ ଦେଶରୁ ଏହି ଚିତାଗୁଡିକୁ ଆଣିବା ପାଇଁ ଭାରତ ପକ୍ଷରୁ ଯୋଜନା ହୋଇଥିଲା । ନାମ୍ବିଆରୁ ଏହି ଚିତା ଅଣାଯିବାକୁ ସ୍ଥିର କରାଯିବା ପରେ ଗତ କିଛି ବର୍ଷ ହେବ କଥାବାର୍ତ୍ତା ଜାରି ରହିଥିଲା । ଏନେଇ ପ୍ରକ୍ରିୟା ଚୂଡାନ୍ତ ହେବା ପରେ ୮ଟି ଚିତାଙ୍କୁ ଭାରତ ଅଣାଯାଉଛି । ଏହା ମଧ୍ୟରେ ୩ଟି ଅଣ୍ଡିରା ଓ ୫ଟି ମାଇ ଚିତା ରହିଛନ୍ତି (Tiger Faced Plane To Fly In Cheetahs)।

ଏହି ବିମାନଟି ଆସନ୍ତାକାଲି(୧୬ ତାରିଖ) ରେ ନାମ୍ବିଆରୁ ରାଜସ୍ଥାନ ଅଭିମୁଖେ ଉଡାଣ ଭରିବ । ୧୭ ତାରିଖରେ ଅବତରଣ କରିବା ପରେ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଚିତାଙ୍କୁ ମଧ୍ୟ ପ୍ରଦେଶ ନେବାର ବ୍ୟବସ୍ଥା ହୋଇଛି । ସେଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚିତାଙ୍କୁ ଜଙ୍ଗଲରେ ଛାଡିବେ ।

୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜନ୍ମଦିନରେ ଏହି ଚିତାମାନଙ୍କୁ ଜଙ୍ଗଲରେ ଛାଡିବେ । ଏଥିପାଇଁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ (Kuno National Park in Madhya Pradesh) ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କାରଯାଇଛି । ଭାରତରେ ପ୍ରାୟ ୭ଦଶନ୍ଧି ପୂର୍ବରୁ ଚିତାବାଘ ଥିଲେ । ତେବେ ଏହି ବଂଶଲୋପ ପାଇବା ପରେ ଭାରତୀୟ ଜଙ୍ଗଲର ଜଳବାୟୂରେ ଏମାନଙ୍କ ଜୀବନ ଧାରଣ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଦୀର୍ଘ ୭ ଦଶନ୍ଧି ପରେ ଭାରତକୁ ଚିତା ଆସୁଥିବାବେଳେ, ଏମାନଙ୍କ ଅସ୍ତିତ୍ବ ଉପରେ ମଧ୍ୟ ପ୍ରଶ୍ନବାଚୀ ଲାଗି ରହିଛି ।

ପୂର୍ବରୁ ମଧ୍ୟ ଭାରତ ସରକାର ଆଫ୍ରିକୀୟ ଦେଶରୁ କେତେକ ବନ୍ୟଜନ୍ତୁ ଭାରତକୁ ଆଣିଛନ୍ତି । କିଛି ମିଶନରେ ସଫଳତା ମିଳିଥିବାବେଳେ, କିଛି ମିଶନ ବିଫଳ ମଧ୍ୟ ହୋଇଛି । ତେବେ ଏବେ ଚିତା ଆସୁଥିବା ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ମିଶନର ପରବର୍ତ୍ତୀ ସଫଳତା ନେଇ ମଧ୍ୟ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.