ବେଙ୍ଗାଲୁରୁ: ଗୁରୁ-ଶିକ୍ଷକଙ୍କ ସମ୍ପର୍କରେ କଳଙ୍କ ଲଗାଇଲେ ଶିକ୍ଷକ । ଛାତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ଶୋଷଣ ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ଶିକ୍ଷକ । ଶୁକ୍ରବାର ଦବନଗେର ଜିଲ୍ଲାର ଚାନ୍ନାଗିରି ତାଲୁକ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଶିକ୍ଷକଙ୍କ ନାମ ଲୋକେଶ ହୋଡିଗେରେ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: ଶାରିରୀକ ସମ୍ପର୍କ ପାଇଁ ଖାକିର ବ୍ଲାକମେଲ୍, ବନ୍ଧା ହେଲା ଲିଙ୍ଗରାଜ ଥାନା କନଷ୍ଟେବଳ
ସୂଚନାଅନୁସାରେ, କ୍ଲାସ ସରିବା ପରେ ଉକ୍ତ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ଅନେକ ଦିନ ଧରି ଯୌନ ଶୋଷଣର ଶିକାର ହେଉଥିଲେ ଛାତ୍ରୀ ଜଣକ । ଏହାପରେ ଛାତ୍ରୀ ଜଣକ ବାପା ମାଆଙ୍କୁ ଜଣାଇବା ପରେ ଉକ୍ତ ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ । ଏନେଇ ଖବରପାଇ ପୋଲିସ ଏବଂ ବିଇଓ ସ୍କୁଲ ପରିଦର୍ଶନ କରିଥିଲେ । ମାମଲାର ତଦନ୍ତ କରାଯାଇ ଶିକ୍ଷକ ଲୋକେଶଙ୍କୁ ନିଲମ୍ବିତ କରାଯାଇଛି । ଚାନ୍ନିଗିରି ପୋଲିସ ଏକ ମାମଲା ରୁଜୁ କରୁ ତଦନ୍ତ ଆରମ୍ଭ କରିଛି ।