ETV Bharat / bharat

ଦଙ୍ଗା ପାଇଁ 16 ବର୍ଷ ଘରଠୁ ଦୂରରେ, ଆଜି ବି ପୁଅ ଖୋଜୁଛି ଠିକଣା

କିଛି ଜୀବନ କାହାଣୀ କଳ୍ପନା ଅପେକ୍ଷା ଅଧିକ ରହସ୍ୟମୟ ଅଟେ । 7 ବର୍ଷ ବୟସରେ ଦଙ୍ଗାରୁ ରକ୍ଷା ପାଇବା ପାଇଁ ପରବାରକୁ ଛାଡି ଘରୁ ଚାଲିଯାଇଥିଲେ ହାସିମ । ତେବେ ହାସିମଙ୍କୁ ବର୍ତ୍ତମାନ ୨୩ ବର୍ଷ ହୋଇଥିଲେ ମଧ୍ୟ ସେ ନିଜ ଜନ୍ମଦାତା ବାପା ମାଆଙ୍କୁ ଖୋଜୁଛନ୍ତି । ଅଧିକ ପଢନ୍ତୁ

ଦଙ୍ଗା ପାଇଁ ଘରଠୁ ଦୂରରେ 16 ବର୍ଷ, ଆଜି ବି ଖୋଜୁଛି ଠିକଣା

author img

By

Published : Jul 10, 2022, 12:59 PM IST

ଥିରୁଅନନ୍ତପୁରମ: କିଛି ଜୀବନ କାହାଣୀ କଳ୍ପନା ଅପେକ୍ଷା ଅଧିକ ରହସ୍ୟମୟ ଅଟେ । 7 ବର୍ଷ ବୟସରେ ଦଙ୍ଗାରୁ ରକ୍ଷା ପାଇବା ପାଇଁ ପରବାରକୁ ଛାଡି ଘରୁ ଚାଲିଯାଇଥିଲେ ହାସିମ । କାସାରାଗୋଡରେରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଏକ ପରିବାର ଆପଣାଇଥିଲେ । ତେବେ ହାସିମଙ୍କୁ ବର୍ତ୍ତମାନ ୨୩ ବର୍ଷ ହୋଇଥିଲେ ମଧ୍ୟ ସେ ନିଜ ଜନ୍ମଦାତା ବାପା ମାଆଙ୍କୁ ଖୋଜୁଛନ୍ତି ।

2005 ମସିହା ନଭେମ୍ବର ଠାରୁ ହାସିମ କାସାରାଗୋଡର କାନହାଙ୍ଗଡରେ ଏକ ପରିବାର ସହ ରହିଆସୁଥିଲେ । 15 ବର୍ଷ ବୟସ୍କା ବାଳକ ଶାଜିର ହାସିମଙ୍କ ହାତଧରି ଘରକୁ ନେଇଥିଲେ । ସେତେବେଳେ ହାସିମଙ୍କ ନିକଟରେ ଖଣ୍ଡେ କାଗଜ ଥିଲା ଯେଉଁଥିରେ ଲେଖାଥିଲା "ଏହି ବାଳକ ଅନାଥ କେହି ଜଣେ ସାଧୁବ୍ୟକ୍ତି ତାଙ୍କୁ ଅନାଥ ଆଶ୍ରମରେ ଛାଡି ଦିଅନ୍ତୁ" । ତେବେ ଏହି ଲେଖାକୁ ଦେଖିବା ପରେ ଶାଜିର ହାସିମଙ୍କୁ ନେଇ ଘରକୁ ନେଇଥିଲେ ।

ସେହିଦିନଠାରୁୁ ହାସିମ ଶାଜିରଙ୍କ ପରିବାର ସହ ରହି ଆସୁଛନ୍ତି । ଏବଂ ଶାଜିରଙ୍କ ପିତା ଅବଦୁଲ କରିମ ଏବଂ ତାଙ୍କ ମା’ ମଧ୍ୟ ହାସିମଙ୍କୁ ପୁତ୍ରଭଳି ଭଲପାଇ ଗ୍ରହଣ କଲେ । ହାସିମଙ୍କ ପାଠ ପଢିବା ପରେ କରିମଙ୍କ ଭାଉଜ ନିଜ କମ୍ପାନୀରେ ହାସିମଙ୍କୁ ଚାକିରି ଦେଇଥିଲେ । ବର୍ତ୍ତମାନ ହାସିମ କହିଛନ୍ତି ଯେ, "ମୋର ପିତାମାତା ନଥିବାର ଯନ୍ତ୍ରଣା ମୋର ନାହିଁ । ଏଠାରେ ମୋର ପିତା ଏବଂ ମାତା ଅଛନ୍ତି । କିନ୍ତୁ ମୁଁ ମୋର ଜନ୍ମଦାତା ମାତାଙ୍କୁ ଦେଖିବାକୁ ସର୍ବଦା ପସନ୍ଦ କରିବି ।"

ତେବେ ଥରେ ନିଜ ଜନ୍ମଦାତା ମାଆଙ୍କୁ ଦେଖିବା ପାଇଁ ଉତ୍ସାହ ହାସିମଙ୍କୁ କାନହାଙ୍ଗଡରୁ ପଳାଇଯିବାକୁ ବାଧ୍ୟ କରିଥିଲା । ହାସିମ ମଧ୍ୟ କାନହାଙ୍ଗଡରୁ ଯାଇଥିଲେ ସତ କିନ୍ତୁ ନିଜ ଘର କେରଳର ରାସ୍ତା ନପାଇ ମାଙ୍ଗାଲୁରରେ ଅଟକିଯାଇଥିଲେ । ଅବଦୁଲ କରିମ ଏବଂ ତାଙ୍କ ସାଙ୍ଗମାନେ ତାଙ୍କୁ ମାଙ୍ଗାଲୋରକୁ ଖୋଜି ଘରକୁ ଫେରାଇ ଆଣିଥିଲେ । ଏହାପର ଠାରୁ ହାସିମ ଆଉ କେବେ ମାଆଙ୍କୁ ଖୋଜିବାକୁ ଯାଇନଥିଲେ ।

ଯେତେବେଳେ ହାସିମ କାନହାଙ୍ଗଡା ଯାଇଥିଲେ, ସେତେବେଳେ ସେ ନିଜ ଗ୍ରାମ କି ପରିବାର ବିଷୟରେ କିଛି ଜାଣିନଥିଲେ । ସେ ଶାଜିର ଏବଂ ତାଙ୍କ ପିତାଙ୍କୁ କହିଥିଲେ ଯେ ତାଙ୍କ ଘର ଏକ ଗାଁରେ ଅଛି ଯେଉଁଠାରେ ମସଜିଦ ଏବଂ ମନ୍ଦିର ଅଛି, ଏବଂ ସେଠାକାର ଲୋକମାନେ ସେଠାରେ ଲୁଗାବୁଣିଥାନ୍ତି । ଏହାସହ ସେ ତାଙ୍କ ମାତାଙ୍କ ନାମ ମାର୍ଜିନା ଏବଂ ପିତାଙ୍କ ନାମ ଜସିନ ମହମ୍ମଦ ବୋଲି ମନେ ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଦୁଇ ଭଉଣୀ ହମିଦା ଏବଂ ହୁଦା ଥିଲେ। ତେବେ ହାସିମ ତାଙ୍କ ଗାଁର ନାମ କିମ୍ବା ରାଜ୍ୟ ନାମ ମନେରଖିନାହାନ୍ତି । ଏବେ ହାସିମଙ୍କୁ ୨୩ ବର୍ଷ ହୋଇଥିବା ବେଳେ ସେ ବର୍ତ୍ତମାନ ସୁଦ୍ଧା ମଧ୍ୟ ନିଜ ଜନ୍ମଦାତା ପରିବାରଙ୍କୁ ଖୋଜୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.