ETV Bharat / bharat

ମୁକୁଳା ଡ୍ରେନରେ ଭାସିଯାଇଥିଲେ ଇଞ୍ଜିନିୟର, ୩ ଦିନ ପରେ ମିଳିଲା ମୃତଦେହ

ତେଲେଙ୍ଗାନା ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ ମଣିକୋଣ୍ଡା ଅଞ୍ଚଳରୁ ଡ୍ରେନରେ ଭାସିଯାଇଥିଲେ ଜଣେ ସଫ୍ଟୱେର ଇଞ୍ଜିନିୟର । ୩ ଦିନ ପରେ ମିଳିଛି ତାଙ୍କ ମୃତଦେହ । ଅଧିକ ପଢନ୍ତୁ...

author img

By

Published : Sep 27, 2021, 7:24 PM IST

ମୁକୁଳା ଡ୍ରେନରେ ଭାସିଯାଇଥିଲେ ଇଞ୍ଜିନିୟର, ୩ ଦିନ ପରେ ମିଳିଲା ମୃତଦେହ
ମୁକୁଳା ଡ୍ରେନରେ ଭାସିଯାଇଥିଲେ ଇଞ୍ଜିନିୟର, ୩ ଦିନ ପରେ ମିଳିଲା ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନା ହାଇଦ୍ରାବାଦରେ ପ୍ରବଳ ବର୍ଷା ହେବା ଫଳରେ ଜଳମଗ୍ନ ହୋଇଥିଲା ରାସ୍ତାଘାଟ । ସହରର ମଣିକୋଣ୍ଡାଠାରେ ଗତ ଶନିବାର ଜଣେ ସଫ୍ଟୱେର ଇଞ୍ଜିନୟର ଡ୍ରେନରେ ପଡି ଭାସି ଚାଲିଯାଇଥିଲେ । ତେବେ ୩ ଦିନ ପରେ ତାଙ୍କ ମୃତଦେହକୁ ନେକନାମପୁର ପୋଖରୀରୁ ଉଦ୍ଧାର କରାଯାଇଛି ।

ମୃତକ ଇଞ୍ଜିନିୟର ହେଉଛନ୍ତି ଗୋପିସେଟ୍ଟୀ ରଜନୀକାନ୍ତ । ସେ ଶାଦନଗରରେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥାନ୍ତି । ସେ କୌଣସି କାମ ପାଇଁ ବାହାରକୁ ଯାଇଥିବାବେଳେ ହଠାତ ଜୋରରେ ବର୍ଷା ହୋଇଥିଲା । ସେ କିଛି ସମୟର ଅପେକ୍ଷା କରିଥିଲେ । କିନ୍ତୁ ବର୍ଷା ନ କମିବା ପରେ ସେ ଘରକୁ ଫେରୁଥିଲେ । ତାଙ୍କ ଘର ନିକଟରୁ ମାତ୍ର ୫୦ ମିଟର ଦୂରରେ ଥିବା ଡ୍ରେନରେ ଖସିପଡିବା ପରେ ସେ ସ୍ରୋତରେ ଭାସି ଯାଇଥିଲେ । ଏ ସମ୍ପର୍କରେ ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଟିମ ତାଙ୍କୁ ଖୋଜିଥିଲା । ମାତ୍ର ୩ ଦିନ ପରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି ।

ଏହା ବି ପଢନ୍ତୁ: ହାଇଦ୍ରାବାଦରେ ପ୍ରବଳ ବର୍ଷା, ଭାସିଗଲେ ଇଞ୍ଜିନିୟର

ପ୍ରବଳ ବର୍ଷା କାରଣରୁ ତାଙ୍କୁ ଖୋଜିବାରେ NDRF, ପୋଲିସ ଓ ମ୍ୟୁନିସିପାଲିଟି କର୍ମଚାରୀଙ୍କ ଅସୁବିଧା ହୋଇଥିଲା । କିନ୍ତୁ ତାଙ୍କ ମୃତଦେହକୁ ଖୋଜି ପାଇବାରେ ସକ୍ଷମ ହୋଇଥିଲା ଟିମ । ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ସେପଟେ ମୁକୁଳା ଡ୍ରେନ ନିକଟରେ କୌଣସି ସତର୍କମୂଳକ ବୋର୍ଡ ଲଗାଯାଇନଥିବାରୁ ପୋଲିସ ଏନେଇ ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.