ETV Bharat / bharat

ସୀମା ଡେଇଁଲା ପାଶବିକତା, 7 ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ବାପା ପୁଅ ଗିରଫ - Telangana rape news

ଜଣେ 7 ବର୍ଷର ନାବାଳିକା ଦୁଷ୍କର୍ମର ଶିକାର । ପଡୋଶୀ ଘରର ବାପା ଓ ପୁଅ ଏଭଳି ପାଶବିକତା ଘଟାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ତେଲେଙ୍ଗାନାର ପେଟବାସ୍ରାବାଦ ଅଞ୍ଚଳରେ ।

Etv Bharat
Etv Bharat
author img

By

Published : Aug 13, 2023, 1:48 PM IST

ହାଇଦ୍ରାବାଦ: 7 ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ । ପଡୋଶୀ ଘରର ବାପା ଓ ପୁଅ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଶନିବାର ତେଲେଙ୍ଗାନା ରାଜ୍ୟର ପେଟବାସ୍ରାବାଦ ଅଞ୍ଚଳରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ଉଭୟ ବାପା ପୁଅଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାଇ, ଅଭିଯୁକ୍ତ ଶିବ କୁମାର ପରିବାର ସହ କର୍ଣ୍ଣାଟକରୁ ଆସି କିଛି ଦିନ ହେଲା ହାଇଦ୍ରାବାଦର କୋମାପଲ୍ଲୀ ଅଞ୍ଚଳରେ ରହୁଥିଲେ । ତାଙ୍କ ସ୍ତ୍ରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ଜଣାପଡିଛି । ତାଙ୍କ ପଡୋଶୀ ଘରରେ ରହୁଥିବା ଜଣେ 7 ବର୍ଷିୟା ନାବାଳିକା ବିଭିନ୍ନ ସମୟରେ ଶିବ କୁମାର ଘରକୁ ଯାତାୟତ କରୁଥିଲା । ମଙ୍ଗଳବାର ଦିନ ନାବାଳିକାର ପରିବାର ଲୋକେ କାମ କରିବା ପାଇଁ ପାଖ ବାହାଦୁରପଲ୍ଲୀ ଯାଇଥିବା ସମୟରେ ନାବାଳିକା ଓ ତାର ଭାଇ ଘରେ ଥିଲେ ।

ଏହା ମଧ୍ୟ ପଢନ୍ତୁ....ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଏହାର ସୁଯୋଗ ନେଇ ଶିବ କୁମାର ନାବାଳିକା ଜଣକୁ ମୋବାଇଲ ଏବଂ ସିଙ୍ଗଡା ଖାଇବା ଦେବା ବାହାନାରେ ଘରକୁ ଡାକି ଦୁଷ୍କର୍ମ କରିଥିଲା ଏହା ପରେ ତାର ୧୯ ବର୍ଷିୟ ପୁଅ ସ୍ୟାମେଲ୍ ମଧ୍ୟ ଦୁଷ୍କର୍ମ କରିଥିଲା । ନାବାଳିକାର ବାପା-ମାଆ ଯେତେବେଳେ ଘରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ତାଙ୍କ ଝିଅ ଠାରୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରେ ପରିବାର ଲୋକେ ପେଟବାସ୍ରାବାଦ ଥାନାରେ ଏକ ଅଭିଯୋଗ କରିବା ସହ ପୋଲିସ ନାବାଳିକାକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ । ପେଟବାସ୍ରାବାଦ ପୋଲିସ ଏହାର ତଦନ୍ତ କରିବା ସହ ଅଭିଯୁକ୍ତ ବାପା ପୁଅକୁ ଗିରଫ କରିଥିବା ଜଣାପଡିଛି ।

ପୂର୍ବରୁ ଜଣେ ପୋଲିସ ସବ ଇନ୍ସପେକ୍ଟର(SI) ଯୁବତୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ନିଜକୁ ଅବିବାହିତ କହି ଶାରିରୀକ ସମ୍ପର୍କ ରଖିବା ଓ ପ୍ରତାରଣା କରିଥିବାର ଅଭିଯୋଗ ହୋଇଥିଲା । ସମ୍ବଲପୁର କ୍ଷେତରାଜପୁର ଥାନା ଏସଆଇଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆସିଥିଲା । ଏନେଇ ପୀଡିତା ଟାଉନ ଥାନାରେ ଏତଲା ଦେଇଥିଲେ । ମହିଳା କମିଶନ ସମ୍ବଲପୁର ଏସପିଙ୍କୁ ଚିଠି କରି ଜବାବ ତଲବ କରିଥିବା ସୂଚନା ମିଳିଥିଲା ।ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର 2021ରେ ପୀଡିତା ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଏକ ବେଆଇନ କୋରେକ୍ସ ମାମଲାରେ ଭେଟିଥିଲେ l ଏହାପରେ ଏସଆଇ ଜଣକ 2ଟି ଭିନ୍ନ ଭିନ୍ନ ମୋବାଇଲ ନମ୍ବରରୁ ପୀଡ଼ିତାଙ୍କୁ ଫୋନ୍ କରିଥିଲେ । ସେ ନିଜକୁ ଅବିବାହିତ କହି ବିଭିନ୍ନ ବାହାନାରେ ଘଣ୍ଟା ଘଣ୍ଟା ଧରି କଥା ହୋଇଥିଲେ । ସମ୍ପର୍କ ନିବିଡ଼ ହେବା ପରେ ଯୁବତୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ସମ୍ପୃକ୍ତ ପୋଲିସ ଅଧିକାରୀ ପୀଡିତାଙ୍କ ଠାରୁ ନାନା ଆଳ ଦେଖାରେ 60 ହଜାର ଟଙ୍କା ଠକି ନେଇଥିଲେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.