ETV Bharat / bharat

ନାହିଁ ଧାର୍ମିକ ଭେଦଭାବ, ୧୨ ବର୍ଷ ହେବ ପଢାଉଛନ୍ତି ଭାଗବତ ଗୀତା - ସୁରତ ମୁସଲିମ ଶିକ୍ଷକ

ମୁସଲିମ ଶିକ୍ଷକ ଶାହ ମହମ୍ମଦ ସଇୈଦ ୧୨ ବର୍ଷ ହେବ ସୁରତରେ ଥିବା ଜାଖୱାଡା ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୁ ପିଲାମାନଙ୍କୁ ଭାଗବତ ଗୀତା ପଢାଉଛନ୍ତି । ଅଧିକ ପଢନ୍ତୁ

ଗୀତା ପଢାଇଠଛନ୍ତି ମୁସଲିମ ଶିକ୍ଷକ
ଗୀତା ପଢାଇଠଛନ୍ତି ମୁସଲିମ ଶିକ୍ଷକ
author img

By

Published : Mar 22, 2022, 6:04 PM IST

Updated : Mar 22, 2022, 7:49 PM IST

ଗାନ୍ଧୀନଗର(ଗୁଜରାଟ): ସବୁ ଧର୍ମ ସମାନ । ଧର୍ମରେ କୌଣସି ପାର୍ଥକ୍ୟ ନାହିଁ । ଇଶ୍ବର, ଆଲ୍ଲା ଯିଶୁ ଏକ । ମନରେ ସବୁ ଧର୍ମ ପ୍ରତି ସମ୍ମାନ ଭାବ ରହିବା ଦରକାର । ଯାହାକୁ ଗୁଜରାଟର ସୁରତ ସହରର ଜଣେ ଶିକ୍ଷକ ପ୍ରମାଣ କରି ଦେଖାଇଛନ୍ତି । ଜଣେ ମୁସଲିମ ଶିକ୍ଷକ ଶାହ ମହମ୍ମଦ ସଇୈଦ ୧୨ ବର୍ଷ ହେବ ସୁରତରେ ଥିବା ଜାଖୱାଡା ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୁ ପିଲାମାନଙ୍କୁ ଭଗବତ ଗୀତା ପଢାଉଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ନିକଟରେ ପାଠ୍ୟକ୍ରମରେ ଭଗବତ ଗୀତା ସାମିଲ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ହୋଇଥିଲା । ଏହା ପୂର୍ବରୁ ଦୀର୍ଘ ବର୍ଷ ହେବ ଜାଖୱାଡା ପ୍ରାଥମିକ ବିଦ୍ୟାଳୟରେ ଜଣେ ମୁସଲିମ ଶିକ୍ଷକ ପିଲାଙ୍କୁ ଭଗବତ ଗୀତା ବିଷୟରେ ଶିକ୍ଷା ଦେଉଛନ୍ତି । ମହମ୍ମଦ ସଇୈଦଙ୍କ ପାଇଁ କୌଣସି ଧର୍ମ ନାହିଁ । ସବୁ ଧର୍ମ ସମାନ । ମହମ୍ମଦ ଜଣେ କଳା ଶିକ୍ଷକ । ଜାଖୱାଡା ବିଦ୍ୟାଳୟରେ ହିନ୍ଦୁ ଓ ମୁସଲିମଙ୍କୁ ମିଶାଇ ସମୁଦାୟ ୭୧ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ସମସ୍ତଙ୍କୁ ଧର୍ମ ବହି ପଢାଇବାକୁ ନିର୍ଦ୍ଦେଶ ହୋଇଛି । ସ୍କୁଲରେ ପିଲାମାନେ ସଂସ୍କାର ସହିତ ଧର୍ମ ବିଷୟରେ ଜ୍ଞାନ ଆହରଣ କରୁଛନ୍ତି ।

ରାଜ୍ୟରେ ଏହା ପ୍ରଥମ ସ୍କୁଲ ଯେଉଁଠାରେ ମୁସଲିମ ଛାତ୍ରଛାତ୍ରୀ କୋରାନ ପଢିବା ସହିତ ହିନ୍ଦୁ ଛାତ୍ରଛାତ୍ରୀମାନେ ଭାଗବତ ଗୀତା ପଢୁଛନ୍ତି । ଉଭୟ ଧର୍ମ ବିଷୟରେ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ସ୍କୁଲକୁ ଯିବା ପୂର୍ବରୁ ହିନ୍ଦୁ ପିଲାମାନେ ମନ୍ଦିର ଓ ମୁସଲିମ ପିଲାମାନେ ମସଜିଦ୍‌ ଯାଇ ପ୍ରାର୍ଥନା କରିଥାନ୍ତି । ପିଲାଙ୍କୁ ଏଠାରେ ଶୃଙ୍ଖଳିତ ଛାତ୍ର ଜୀବନ ଗଢିବାକୁ ଶିକ୍ଷା ପ୍ରଦାନ କରାଯାଉଛି । ସ୍କୁଲରେ ପ୍ରତ୍ୟେକ ଦିନ ଭୋଜନ ପରେ ଭାଗବତ ଗୀତାପାଠ କରାଯାଏ । ପିଲାମାନେ ନିଜ ପକେଟ ମନିରୁ ସଞ୍ଚୟ କରି ସରକାରୀ ହସ୍ପିଟାଲରେ ଥିବା ଅସୁସ୍ଥ ବ୍ୟକ୍ତିମାନଙ୍କୁ ଯଥାସମ୍ଭବ ସହାୟତା କରିଥାନ୍ତି । ବାସ୍ତବରେ ଶିକ୍ଷକ ଶାହ ମହମ୍ମଦ ସଇୈଦଙ୍କ ଏହି କାର୍ଯ୍ୟ ବେଶ୍‌ ପ୍ରଶଂସନୀୟ ।

Last Updated : Mar 22, 2022, 7:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.