ଜମ୍ମୁ ଓ କାଶ୍ମରୀ: ଜମ୍ମୁ ଏବଂ କାଶ୍ମୀରେ ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ସରପଞ୍ଚଙ୍କ ମୃତ୍ୟୁ । ବାରାମୁଲ୍ଲା ଜିଲ୍ଲାର ଗୋଶବଗ ପଟ୍ଟାନରେ ଆତଙ୍କବାଦୀଙ୍କ ଗୁଳି ମାଡରେ ମଞ୍ଜୁର ଅହମ୍ମଦ ବାଙ୍ଗ୍ରୋ ଆହତ ହୋଇଥିଲେ । ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇାଥିବା ପୋଲିସ ସୂଚନା ଦେଇଛି ।
ସେପଟେ ଜମ୍ମୁ ଏବଂ କାଶ୍ମୀର ପୋଲିସ କହିଛି ଯେ, ସମ୍ପୃକ୍ତ ମାଓବାଦୀଙ୍କୁ ଟ୍ରାକ କରିବା ପାଇଁ ସେହି ଅଞ୍ଚଳକୁ କର୍ଡନ କରାଯାଇଛି । ଏଥିସହ ସେହି ଅଞ୍ଚଳର ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଅନ୍ୟପଟେ ସରପଞ୍ଚ ମଞ୍ଜୁର ଅହମ୍ମଦ ବାଙ୍ଗ୍ରୋଙ୍କ ମୃତ୍ୟୁକୁ ଦୃଢ ନିନ୍ଦା କରୁଛି ବୋଲି ଜମ୍ମୁ ଏବଂ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି । ଏଥିସହ ଏହି ଘୃଣ୍ୟ କାର୍ଯ୍ୟର ଅପରାଧୀମାନେ ଦଣ୍ଡିତ ହେବେ ବୋଲି ସେ କହିଛନ୍ତି । ଏହା ସହିତ ମୃତ ସରପଞ୍ଚଙ୍କ ପରିବାରକୁ ମୋର ଗଭୀର ସମବେଦନା ରାଜ୍ୟପାଳ ମନୋଜ ସିହ୍ନା ।
@ANI