ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶ ଏବେ କୋଭିଡ ସହ ସଂଗ୍ରାମ କରୁଥିବାବେଳେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାରତକୁ ସହଯୋଗର ହାତ ବଢାଇଥିଲା ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ ଭାରତର ସମସ୍ତ ନାଗରିକଙ୍କୁ ସହାୟତା କରିବାକୁ ଆଶ୍ବାସନା ଦେଇଛନ୍ତି । ଏହାପରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ପିଏମ ମୋଦି ।
ପ୍ରଥମେ ଭାରତକୁ ଭ୍ୟାକ୍ସିନର କଞ୍ଚାମାଲ ପଠାଇବାକୁ ମନା କରିଥିଲା ଆମେରିକା । ପରେ ବିପଦ ସମୟରେ ଆମେରିକାର ଏଭଳି ଆଭମୁଖ୍ୟକୁ ନେଇ ସମାଲୋଚନା କରାଯାଇଥିଲା । ପରେ ଭାରତକୁ ସହଯୋଗ କରିବାକୁ ଘୋଷଣା କରିଥିଲା ଆମେରିକା ।