ETV Bharat / bharat

ଠିକା ଅଧ୍ୟାପକଙ୍କ ଭରସାରେ ଯୋଧପୁର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ! ସୁପ୍ରିମକୋର୍ଟଙ୍କ ଉଦବେଗ

author img

By ETV Bharat Odisha Team

Published : Sep 14, 2023, 5:17 PM IST

ଠିକା ଅଧ୍ୟାପକଙ୍କ ଭରସାରେ ଯୋଧପୁର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ସଞ୍ଚାଳିତ କରାଯିବାକୁ ନାପସନ୍ଦ କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢ଼ନ୍ତୁ

ଠିକା ଅଧ୍ୟାପକଙ୍କ ଭରସାରେ ଯୋଧପୁର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଉଦବେଗ ପ୍ରକାଶ କଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ଆଇନ୍‌ ଶିକ୍ଷା ପାଇଁ ଦେଶର ଅଗ୍ରଣୀ ତଥା ପ୍ରତିଷ୍ଠିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (NLU)କୁ କେବଳ ଚୁକ୍ତିଭିତ୍ତିକ ବା ଠିକା ଅଧ୍ଯାପକଙ୍କ ଦ୍ବାରା ସଞ୍ଚାଳିତ କରିବା ନେଇ ସୁପ୍ରିମକୋର୍ଟ ଗଭୀର ଉଦବେଗ୍‌ ପ୍ରକାଶ କରିଛନ୍ତି । ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାରେ ରାଜସ୍ଥାନ ହାଇକୋର୍ଟଙ୍କ 2019 ମସିହାର ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାରେ ଆଜି ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ରାଜସ୍ଥାନ ହାଇକୋର୍ଟ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସେବା ନିୟମକୁ ଅବୈଧ ଦର୍ଶାଇବା ସହ ରଦ୍ଦ କରିଥିଲେ । ଯାହାକୁ ନେଇ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଆଜି ଶୁଣାଣିରେ ଦେଶର ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ କେବଳ ଠିକା ଅଧ୍ୟାପକଙ୍କ ସାହାରାରେ ଚଳାଇବାକୁ ସର୍ବୋଚ୍ଚ କୋର୍ଟ ନାପସନ୍ଦ କରିବା ସହ ଗଭୀର ଚିନ୍ତାବ୍ୟକ୍ତ କରଛନ୍ତି ।

ଠିକା ଅଧ୍ୟାପକଙ୍କ ଭରସାରେ ଯୋଧପୁର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ! ଉଦବେଗ ପ୍ରକାଶ କଲେ ସର୍ବୋଚ୍ଚ କୋର୍ଟ

ବିଶ୍ବବିଦ୍ୟାଳୟରେ ଚୁକ୍ତିଭିତ୍ତିକ ଅଧ୍ୟାପକ ଓ ଅନ୍ୟ ଶୈକ୍ଷିକ କର୍ମଚାରୀଙ୍କୁ ଠିକା ପ୍ରକ୍ରିୟାରେ ନିଯୁକ୍ତ କରିବା ଓ ମାତ୍ର ଏକ ମାସର ନୋଟିସ ଦେଇ ସେମାନଙ୍କ ନିଯୁକ୍ତି ସମାପ୍ତ କରାଯାଇ ପାରିବା ନେଇ ବିଶ୍ବବିଦ୍ୟାଳୟର ସେବା ନିୟମ ରହିଥିଲା । ଯାହା ସମ୍ବିଧାନର ଧାରା-14ର ଉଲ୍ଲଂଘନ ଦର୍ଶାଇ ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଏହି ନିଯୁକ୍ତି ଅଧିନିୟମକୁ ରଦ୍ଦ କରିଦେଇଥିଲେ । ଏହାକୁ ନେଇ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ୍‌ ସଞ୍ଜୟ କିଶନ କୌଲ ଓ ସଧାଂଶୁ ଧୁଲିଆଙ୍କ ଖଣ୍ଡପୀଠରେ ହୋଇଥିଲା । କୋର୍ଟ ଏହି ଠିକା ନିଯୁକ୍ତି ଉପରେ ତୀବ୍ର ଉଦବେଗ ପ୍ରକାଶ କରିଥିଲେ । କୌଣସି ବିଶ୍ବବିଦ୍ୟାଳୟରେ 50 ପ୍ରତିଶତ ସ୍ଥାୟୀ କର୍ମଚାରୀ ଓ 50 ପ୍ରତିଶତ ଠିକା କର୍ମଚାରୀ ରହିବା ନେଇ ବିଶ୍ବବିଦ୍ୟାଳୟର ନିୟମ ରହିଛି । ସେହିପରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନିୟମ ଅନୁସାରେ, କୌଣସି ଜାତୀୟ ଶିକ୍ଷାନୁଷ୍ଠାନରେ 10 ପ୍ରତିଶତରୁ ଅଧିକ ଠିକା କର୍ମଚାରୀ ରହିବାର ବ୍ୟବସ୍ଥା ନଥିବା ଥିବା ଖଣ୍ଡପୀଠ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-ସନାତନ ଧର୍ମର ଧ୍ବଂସ ଚାହୁଁଛି ‘ଇଣ୍ଡିଆ’ ମେଣ୍ଟ: ମୋଦି

ହେଲେ କୋର୍ଟଙ୍କ ଏପରି ପ୍ରଶ୍ନରେ ଯୋଧପୁର ଏନଏଲୟୁ ଏକ ଅନୁଦାନ ରାଶିପ୍ରାପ୍ତ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଏହା ଏକ ସ୍ବୟଂଚାଳିତ ଅନୁଷ୍ଠାନ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ କୋର୍ଟଙ୍କୁ ଅବଗତ କରିଥିଲେ । ତଥାପି ଏହି ଉତ୍ତର କୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଦେଶର ଅଗ୍ରଣୀ ଆଇନ ପ୍ରତିଷ୍ଠାନ କେବଳ ମାତ୍ର ଠିକା ଅଧ୍ୟାପକଙ୍କ ଦ୍ବାରା ସଂଞ୍ଚାଳିତ ହେବା ଅତି ଚିନ୍ତାର ବିଷୟ ବୋଲି ଖଣ୍ଡପୀଠ କହିଛନ୍ତି । ଏହା ସହ ମାମଲାର ଶୁଣାଣି ଅକ୍ଟୋବର 31 ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.