ଅହମ୍ମଦାବାଦ: ଭଦୋଦରାରେ ଭିଷଣ ଅଗ୍ନୀକାଣ୍ଡ । ଗୁଜୁରାଟ ଭଦୋଦରାରେ ଥିବା ଶିବମ ପେଟ୍ରୋକେମ ଇଣ୍ଡଷ୍ଟ୍ରିଜ୍ ନାମକ ଏକ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦମକଳ ବାହାନୀ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ।
ଏହି ଅଗ୍ନୀକାଣ୍ଡରେ 6 ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସାଭଲି ଜମୋତ୍ରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହାସହ 2 ଜଣ ସାମାନ୍ୟ ଆହତ ଏବଂ 4 ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭଦୋଦରା ଏସଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ତେବେ ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡି ନଥିବାବେଳେ କମ୍ପାନୀ ଚାରିପଟେ ଥିବା ଚାଷ ଜମିରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କୌଣସି ଜୀବନହାନୀର ସୂଚନା ମିଳିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ