ହାଇଦ୍ରାବାଦ: ଟମାଟୋ ଦର ଆକାଶ ଛୁଆଁ ହେବା ପରେ ଏବେ ଗ୍ରାହକ ଟମାଟୋ କିଣିବା ପାଇଁ ଭୟ କଲେଣି । କିଛି ସ୍ଥାନରେ ଟମାଟୋ ଦର ସମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ମଧ୍ୟ ଦର ଶହେ ଟଙ୍କା ପାଖାପାଖି ରହିଛି । ଏହାରି ମଧ୍ୟରେ ଟମାଟୋକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଗୋଟିଏ ପରେ ଗୋଟିଏ ରୋଚକ ଖବର ଆସିବାରେ ଲାଗିଛି । କେଉଁଠି ଟମାଟୋ ବିକ୍ରି କରି ଚାଷୀ କୋଟିପତି ତ, କେଉଁଠି ଟମାଟୋ ଦୋକାନରେ ବାଉନର ମୁତୟନ କରି ବେପାରୀ ଗିରଫ ହେବା ଘଟଣା ସାମ୍ନାକୁ ଆସିଛି । ସେହିପରି କିଛି ସ୍ଥାନରେ ଟମାଟୋ ଚୋରି ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ହାଇଦ୍ରାବାଦରେ ଟମାଟୋକୁ ନେଇ ଭିନ୍ନ ଖବର ଆସିଛି । ଝିଅର ଜନ୍ମଦିନରେ ଟମାଟୋ ବାଣ୍ଟିଲେ ଜଣେ ସ୍ଥାନୀୟ ନେତା । ତେବେ ପ୍ରାୟ 4 କୁଇଣ୍ଟାଲ ଟମାଟୋ ବ୍ୟକ୍ତିଜଣଙ୍କ ବାଣ୍ଟି ଥିବା ଜଣାପଡିଛି ।
ହାଇଦ୍ରାବାଦର ପଞ୍ଜାଗୁଟ୍ଟା ପ୍ରତାପନଗର ନିବାସୀ ହାଇଦ୍ରାବାଦରେ ନିଜ ଝିଅର ଜନ୍ମଦିନରେ TMRPS ଯୁବାସେନା ସଭାପତି ନାଲା ଶିବ ମାଡିଗା 4 କ୍ୱିଣ୍ଟାଲ ଟମାଟୋ ବଣ୍ଟନ କରିଛନ୍ତି । ଖାଦ୍ୟ ଏବଂ ଫଳ ବଣ୍ଟନ ସହ ଅତିଥିଙ୍କୁ ଟମାଟୋ ମଧ୍ୟ ବଣ୍ଟନ କରିଥିଲେ । ଟମାଟୋ ମୂଲ୍ୟରେ ଅହେତିକ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରାୟ 400 କିଲୋଗ୍ରାମ (4 କ୍ବିଣ୍ଟାଲ) ଟମାଟୋ କ୍ରୟ କରାଯାଇ ଗତ ବୁଧବାର ଝିଅ ଜନ୍ମଦିରେ ସାମିଲ ହୋଇଥିବା ଅତିଥି ଓ ସାଧାରଣ ସହରବାସୀଙ୍କୁ ମାଗଣାରେ ବାଣ୍ଟିଥିଲେ ।
ଏହା ମଧ୍ଯ ପଢନ୍ତୁ:-Crorepati Tomato Farmer: ଟମାଟୋ କଲା କୋଟିପତି, ୮୩୦୦ ପେଟି ବିକି ରୋଜଗାର କଲେ କୋଟିଏ
ନିକଟରେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ବଲହଘାଟି ଅଞ୍ଚଳର ଜୟରାମ ନାମକ ଜଣେ ଟମାଟୋ ଚାଷୀ ବିକ୍ରି କରି କୋଟିଏ ଟଙ୍କା ରୋଜଗାର କରିଛନ୍ତି । ୬୭ ବର୍ଷରେ ନିଜ ଜୀବନର ସବୁଠୁ ଅଧିକ ରୋଜଗାର କରିବା ପରେ ଜୟରାମଙ୍କ ଖୁସି କହିଲେ ନସରେ । ସେ କହିଥିଲେ, ଯେ ସେ ଗତ ୫ ଦଶନ୍ଧି ଧରି ଟମାଟୋ ଚାଷ କରିଆସୁଛନ୍ତି । ହେଲେ ଚଳିତ ବର୍ଷ ତାଙ୍କୁ ଯେଉଁ ଲାଭ ମିଳିଛି ତାହା ପୂର୍ବରୁ କେବେ ବି ମିଳିନଥିଲା । ଏବେ ମଣ୍ଡିରେ ଟମାଟୋ କେଜି ପିଛା କେତେବେଳେ ୧୫୦ ତ ଆଉ କେତେବେଳେ ୨୦୦, ୨୫୦ ଟଙ୍କା ମଧ୍ୟ ବିକ୍ରି ହେଉଛି । ସେ ୮,୩୦୦ ପେଟି ବା ୧୦ ହଜାର କ୍ୟାରେଟ ବିକ୍ରି କରି ଏପର୍ଯ୍ୟନ୍ତ ୧ କୋଟି ୧୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଜୟରାମଙ୍କ ୨ ପୁଅ ସତୀଶ ଓ ମନୀଷ ମଧ୍ୟ ତାଙ୍କୁ ଏହି ବ୍ୟବସାୟରେ ସାହାଯ୍ୟ କରିଥିବା ସେ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ