ETV Bharat / bharat

ମୁମ୍ବାଇରେ ଭୁଶୁଡିଲା 3 କୋଠା: ୯ ମେଡିକାଲରେ ଭର୍ତ୍ତି

ମୁମ୍ବାଇର ଅନଟପ୍ ହିଲ୍ ଅଞ୍ଚଳରେ ଭୁଶୁଡିଲା କୋଠା । ୯ ଜଣ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ମୁମ୍ବାଇରେ ଭୁଶୁଡିଲା କୋଠା; ୯ ମେଡିକାଲରେ ଭର୍ତ୍ତି

author img

By

Published : Nov 9, 2021, 10:13 AM IST

Updated : Nov 9, 2021, 12:25 PM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଆନଟପ୍ ହିଲ୍(Antop Hill) ଅଞ୍ଚଳରେ ଅଘଟଣ । ଆଜି ସକାଳୁ ଆନଟପ୍ ହିଲସ୍ଥିତ ମହାରାଷ୍ଟ୍ର ନଗର ବସ୍ତିରେ ଥିବା ୩ଟି କୋଠା ଭୁଶୁଡି ଯାଇଛି । ଏଥିରେ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସକାଳ ୮ଟା ସମୟରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଆନଟପ ହିଲ୍ ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଭୁଶୁଡିଥିବା କୋଠା ମଧ୍ୟରେ ଗୋଟିଏ ତେଜରାତି ଦୋକାନ ହୋଇଥିବାବେଳେ ଆଉ ଗୋଟିଏ ସ୍କ୍ରାପ ଦୋକାନ ଏବଂ ଅନ୍ୟଟି ଲୁଣ ଦୋକାନ ହୋଇଥିବା ଜଣାପଡିଛି । ତେଜରାତି ଦୋକାନଟି ତିନି ମହଲା ବିଶିଷ୍ଟ ହୋଇଥିବାବେଳେ ଏଠାରେ ମରାମତି କାର୍ଯ୍ୟ ଚାଲୁଥିଲା । ସେହିପରି ସ୍କ୍ରାପ ଦୋକାନ ଉପରେ ଆଉ ଦୁଇଟି ମହଲା ଥିବାବେଳେ ଲୁଣ ଦୋକାନ ଉପରେ ଗୋଟିଏ ମହଲା ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2021, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.