ETV Bharat / bharat

Sri Lanka Crisis: ଶ୍ରୀଲଙ୍କାରେ ଥିଲେ ସଫଳ ବ୍ୟବସାୟୀ, ଏବେ ବିକୁଛନ୍ତି ପାମ୍ପଡ଼

author img

By

Published : Jul 16, 2022, 10:55 PM IST

ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବଦଳାଇଛି ଭାଗ୍ୟ । ଦିନେ ବିଦେଶରେ ବଡ ରେସ୍ତୋରାଁ ଚଲାଉଥିବା ବେଳେ ଆଜି ବିକୁଛନ୍ତି ପାମ୍ପଡ଼ । ଅଧିକ ପଢନ୍ତୁ

Sri Lanka Crisis: ଶ୍ରୀଲଙ୍କାରେ ଥିଲେ ସଫଳ ବ୍ୟବସାୟୀ, ଏବେ ବିକୁଛନ୍ତି ପାମ୍ପଡ଼
Sri Lanka Crisis: ଶ୍ରୀଲଙ୍କାରେ ଥିଲେ ସଫଳ ବ୍ୟବସାୟୀ, ଏବେ ବିକୁଛନ୍ତି ପାମ୍ପଡ଼

ଥିରୁଅନନ୍ତପୁରମ: ଆର୍ଥିକ ସଙ୍କଟର ନିଆଁରେ ଜଳୁଛି ଶ୍ରୀଲଙ୍କା । ଦେଶରେ ପଡିଥିବା ହାହାକାର ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ଦେଶବାସୀ । ଦେଶର ଏହି ଅବସ୍ଥା ଯୋଗୁଁ ଅନେକ ପ୍ରଭାବିତ ହୋଇଛନ୍ତି । ଶ୍ରୀଲଙ୍କାରେ ବିଗତ ୧୪ ବର୍ଷ ଧରି ହୋଟେଲ ବିଜେନସ ଚଳାଇଥିବା ଜଣେ ସଫଳ ବ୍ୟବସାୟୀ ଅବଦୁଲ୍ଲା ମହମ୍ମଦ ସାଫି ଏବେ ଭାରତ ଫେରି ପାମ୍ପଡ ବିକ୍ରି କରୁଛନ୍ତି ।

ଏନେଇ ସାଫି କହିଛନ୍ତି ଯେ ଶ୍ରୀଲଙ୍କାରେ LPG ଗ୍ୟାସ ମିଳିବା କଷ୍ଟକର । ପେଟ୍ରୋଲ ପାଇଁ ଲୋକମାନେ ଅନେକ ସମୟ ଅପେକ୍ଷା କରୁଥିଲେ । ଲୋକଙ୍କ ହାତରେ ପଇସା ନଥିବା ବେଳେ ଜୀବନ ଦୁର୍ବିସହ ହୋଇପଡ଼ିଛି । ତେବେ ସାଫି ଶ୍ରୀଲଙ୍କାରେ ହୋଟେଲ ଚଲାଉଥିବା ବେଳେ ତାଙ୍କ ଲାଗି ରନ୍ଧନ ଗ୍ୟାସ ନିହାତି ଆବଶ୍ୟକ । ମାତ୍ର ରନ୍ଧନ ଗ୍ୟାସ ନ ମିଳିବାରୁ ଧୀରେ ଧୀରେ ତାଙ୍କ ବ୍ୟବସାୟ ଡୁବିଥିଲା । ଅନ୍ୟପଟେ କଞ୍ଚାମାଲର ମଧ୍ୟ ଦର ଅହେତୁକ ବୃଦ୍ଧି ପାଇଥିଲା । ଏଥିଲାଗି ସେ ନିଜ ରେସ୍ତୋରାଁକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।

ଏହାପରେ ସେ ମେଡିକାଲ ଷ୍ଟୋର ଆରମ୍ଭ କରିଥିଲେ । ତାହା ମଧ୍ୟ ଅଧିକ ଦିନ ଚାଲିନଥିଲା । ସେ କଲମ୍ବୋରେ ରେସ୍ତୋରାଁ ଚଲାଉଥିଲେ । ଶ୍ରୀଲଙ୍କାର ଏହି ଆର୍ଥିକ ସଙ୍କଟ ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଥିଲା । ଏହାପରେ ସେ ବାଧ୍ୟ ହୋଇ ନିଜ ବାସସ୍ଥାନ କସାରଗୋଡ଼ାକୁ ଫେରିଥିଲେ ଏବଂ ଏଠାରେ ପାମ୍ପଡ ବିକ୍ରି କରୁଥିବା ଜଣାପଡ଼ିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.