ETV Bharat / bharat

ମଝି ସମୁଦ୍ରରେ ବୁଡିଗଲା ମାଛଧରା ବୋଟ୍‌, ଅଳ୍ପକେ ବର୍ତ୍ତିଲେ 19 ମତ୍ସ୍ୟଜୀବୀ

ତାମିଲନାଡୁ ଉପକୂଳରେ ମଝି ସମୁଦ୍ରରେ ବୁଡିଗଲା ମାଛଧରା ବୋଟ । ଅନ୍ୟ ଏକ ବୋଟ ସାହାଯ୍ୟରେ ଉଦ୍ଧାର ହେଲେ ସମସ୍ତ 19 ମତ୍ସ୍ୟଜୀବୀ । ଅଧିକ ପଢନ୍ତୁ

author img

By

Published : Sep 28, 2022, 10:02 AM IST

ମଝି ସମୁଦ୍ରରେ ବୁଡିଗଲା ମାଛଧରା ବୋଟ, 19 ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

ଚେନ୍ନାଇ: ତାମିଲନାଡୁ ଉପକୂଳରେ ଅଘଟଣ । ମାଛ ଧରିବାକୁ ଯାଇଥିବା ଏକ ବୋଟ ମଝି ସମୁଦ୍ରରେ ବୁଡିଯାଇଛି (Fishing Boat sunk in the middle Sea)। ଏଥିରେ ଥିବା ସମସ୍ତ 19 ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ବୋଟ ଦ୍ବାରା ସୁରକ୍ଷିତ ଉଦ୍ଧାର କରାଯାଇଛି । 22 ତାରିଖରେ ଏହି ମତ୍ସ୍ୟଜୀବୀମାନେ କନ୍ୟାକୁମାରୀ ନିକଟବର୍ତ୍ତୀ ଏକ ଫିସିଂ ହର୍ବରରୁ ମାଛ ଧରିବା ପାଇଁ ସମୁଦ୍ର ଯାଇଥିଲେ ।

ତେବେ 24 ତାରିଖରେ ମଝିି ସମୁଦ୍ରରେ ମାଛ ମାରୁଥିବାବେଳେ ହଠାତ ଉକ୍ତ ବୋଟରେ ପାଣି ପଶିବା ସହ ବୋଟଟି ବୁଡିବାକୁ ଲାଗିଥିଲା । ସୌଭାଗ୍ୟବଶତଃ ନିକଟରେ ମାଛ ଧରୁଥିବା ଅନ୍ୟ ଏକ ବୋଟରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରି କନ୍ୟାକୁମାରୀ ନିକଟବର୍ତ୍ତୀ ମୁତ୍ତାମ ଫିସିଂ ପୋର୍ଟକୁ ଆଣିଛନ୍ତି । ସମସ୍ତେ ସୁରକ୍ଷିତ ରହିଥିବା ମଧ୍ୟ ସୂଚନା ମିଳିଛି । ତେବେ ବୋଟଟି କେଉଁ କାରଣରୁ ବୁଡିଗଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

ନିକଟରେ ଥିବା ଅନ୍ୟ ଏକ ବୋଟରେ ଉକ୍ତ ବୋଟଟି ବୁଡି ଯାଉଥିବାର ସମ୍ପୂର୍ଣ୍ଣ ଦୃଶ୍ୟ ମୋବାଇଲ କ୍ୟାମେରାରେ ମଧ୍ୟ କଏଦ ହୋଇଛି । ଘଟଣା ସମ୍ପର୍କରେ ଖବର ପାଇଁ ସ୍ଥାନୀୟ କୋଷ୍ଟାଲ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କ ନିକଟରୁ ଦୁର୍ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.