ETV Bharat / bharat

ତେଲେଙ୍ଗାନାରେ ଜଳିଗଲା ଦକ୍ଷିଣ ଏକ୍ସପ୍ରେସର ଦୁଇ ବଗି, ଯାତ୍ରୀ ସୁରକ୍ଷିତ

author img

By

Published : Jul 4, 2022, 1:02 PM IST

ଦକ୍ଷିଣ ଏକ୍ସପ୍ରେସର ଦୁଇ ବଗିରେ ଲାଗିଲା ନିଆଁ । ନିଆଁକୁ କରାଗଲା ଆୟତ । ଯାତ୍ରୀ ସୁରକ୍ଷିତ । ଅଧିକ ପଢନ୍ତୁ

ତେଲେଙ୍ଗାନାରେ ଜଳିଗଲା ଦକ୍ଷିଣ ଏକ୍ସପ୍ରେସର ଦୁଇ ବଗି, ଯାତ୍ରୀ ସୁରକ୍ଷିତ
ତେଲେଙ୍ଗାନାରେ ଜଳିଗଲା ଦକ୍ଷିଣ ଏକ୍ସପ୍ରେସର ଦୁଇ ବଗି, ଯାତ୍ରୀ ସୁରକ୍ଷିତ

ହାଇଦ୍ରାବାଦ: ସିକନ୍ଦରାବାଦରୁ ଦିଲ୍ଲୀ ଯାଉଥିବା ଦକ୍ଷିଣ ଏକ୍ସପ୍ରେସ (Dakshin Express )ରେ ଅଗ୍ନିକାଣ୍ଡ । ତେଲେଙ୍ଗାନାର ଭୁବନଗିରି ଅନ୍ତର୍ଗତ ପଗିଡିପଲ୍ଲୀ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଶେଷ ଦୁଇ ବଗି ଜଳିଯାଇଛି । ଗତକାଲି ରାତି ପ୍ରାୟ 1ଟାବେଳେ ଏହି ଅଘଟଣ ଘଟିଛି । ଶେଷ ଦୁଇ ବଗିରେ କେବଳ ମାଲ ଥିବାରୁ ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟ ଆରମ୍ଭ କରିଥିଲା । ଦୁଇ ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା । ନିଆଁ ଆୟତ ହେବା ପରେ ପୋଡି ଯାଇଥିବା ଯନ୍ତ୍ରାଂଶ ଓ ମାଲକୁ ଜେସିବି ସାହାଯ୍ୟରେ କାଢି ଅଲଗା କରାଯାଇଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.