ETV Bharat / bharat

ସୀମା ଟପିଲା ବର୍ବରତା, କୁକୁରକୁ ବାନ୍ଧି ଦେଢ କିିମି ଘୋଷାଡ଼ି ନେଲେ ବ୍ୟକ୍ତି

author img

By

Published : Mar 20, 2023, 6:38 AM IST

କୁକୁର କାମୁଡୁଥିବାରୁ ବାଇକରେ ବାନ୍ଧି ଦେଢ କିିମି ଘୋଷାଡ଼ି ନେଲେ ବ୍ୟକ୍ତି । ଭିଡ଼ିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା ଘଟଣା । ଅଧିକ ପଢ଼ନ୍ତୁ

କୁକୁରକୁ ବାନ୍ଧି ଦେଢ କିିମି ଘୋଷାଡ଼ି ନେଲେ ବ୍ୟକ୍ତି

f

ଲକ୍ଷ୍ନୌ: ବର୍ବରତାର ସୀମା ଟପୁଛି ମଣିଷ । ମାନବ ଜନ୍ମ ପାଇ ମଧ୍ୟ ଅମାନୁଷିକ କାର୍ଯ୍ୟ କରି ସମାଜକୁ ନିନ୍ଦିତ କରୁଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ କୁକୁର ପ୍ରତି ନିର୍ଦ୍ଦୟ ଆଚରଣ କରୁଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି କୁକୁରକୁ ବାଇକରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଜଣାପଡ଼ିଛି । ଏହି ଘଟଣାଟି ଗାଜିଆବାଦ ସ୍ଥିତ ବିଜୟନଗର ଥାନା ଅନ୍ତର୍ଗତ ପ୍ରତାପ ବିହାର ଆଉଟପୋଷ୍ଟ ନିକଟରେ ଘଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିକୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଦିଲ୍ଲୀ ପୋଲିସ ନିକଟରେ 4 ପୃଷ୍ଠାର ପ୍ରାଥମିକ ଉତ୍ତର ଦାଖଲ କଲେ ରାହୁଲ, କଂଗ୍ରେସ କହିଲା ଦଳ ଭୟଭୀତ ନୁହେଁ

ଜଣେ ବ୍ୟକ୍ତି କୁକୁର ଗୋଡ଼କୁ ଦଉଡ଼ିରେ ବାନ୍ଧି ବାଇକରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଥିଲା । କୁକୁରଟି ଜୀବିତ ଥିବା ଜାଣିପରି ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ଅଟକାଇଥିଲେ । ପ୍ରାୟ ଦେଢ କିଲୋମିଟର ବାଟ ରାସ୍ତାରେ ଘୋଷାଡ଼ି ହୋଇ ଆସିଥିବା କୁକୁରଟି ରକ୍ତାକ୍ତ ହୋଇପଡ଼ିଥିଲା । କୁକୁରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଅନ୍ୟପଟେ ଏହାର ଭିଡ଼ିଓ ଭାଇରାଲ ହେବା ପରେ ପଶୁପ୍ରେମୀ ସଂଗଠନ ପିଏଫଏର ସଦସ୍ୟାମାନେ ସମ୍ପୃକ୍ତ ବ୍ୟକ୍ତିକୁ କାବୁ କରି ପୋଲିସ ହେପାଜତରେ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ହିନ୍ଦୁ ଯୁବତୀଙ୍କୁ ଅସମ୍ମାନ କଲେ ସେମାନଙ୍କ ହାତ କାଟିଦେବୁ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଉତ୍ତେଜିତ ବୟାନ

ତେବେ କୁକୁରଟି ଅନେକ ଲୋକଙ୍କୁ କାମୁଡୁଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି । କୁକୁର ଆକ୍ରମଣରେ ପ୍ରାୟ ୫ ଜଣ ଆହତ ହୋଇଛନ୍ତି । ଏହି କାରଣରୁ କୁକୁରକୁ ନେଇ କିଛି ଦୂରରେ ଛାଡ଼ିବାକୁ ଯାଇଥିଲେ । ଏହି ସମୟରେ କେହି ତାଙ୍କ ଭିଡ଼ିଓ କରି ଭାଇରାଲ କରିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ପିଏଫଏ ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ କାବୁ କରିବା ସହ ଆହତ କୁକୁରକୁ ଚିକିତ୍ସା କରାଇବାକୁ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରେମିକ ସହ ମିଶି ଭାଇକୁ କାଟି ଫିଙ୍ଗିଦେଲା ଭଉଣୀ, ୮ ବର୍ଷ ପରେ ଦୁଇ ହତ୍ୟାକାରୀ ଗିରଫ

ଏନେଇ ପିଏଫଏ ସଦସ୍ୟ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ପଶୁ କ୍ରୁଲିଟି ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.