ETV Bharat / bharat

Operation Rahul: ନିର୍ମାଣ ହେବ ପ୍ରାମାଣିକ ଚଳଚ୍ଚିତ୍ର

author img

By

Published : Jun 16, 2022, 10:51 PM IST

ଅନେକଙ୍କ ସଫଳ ପ୍ରଚେଷ୍ଟା ପରେ ଅପରେସନ ରାହୁଲ ସଫଳ ହୋଇଛି । ତେବେ ଏହି ଭୟଙ୍କର ଘଟଣା ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ହେବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Operation Rahul: ନିର୍ମାଣ ହେବ ପ୍ରାମାଣିକ ଚଳଚ୍ଚିତ୍ର
Operation Rahul: ନିର୍ମାଣ ହେବ ପ୍ରାମାଣିକ ଚଳଚ୍ଚିତ୍ର

ରାୟପୁର: ଛତିଶଗଡ଼ ଜାଞ୍ଜାଗିର ଚାମ୍ପାରେ ଘଟିଥିବା ଭୟଙ୍କର ଘଟଣା ଉପରେ ଗତ କିଛି ଦିନ ଧରି ସାରା ଦେଶବାସୀଙ୍କ ନଜର ରହିଥିଲା । ସ୍ଥାନୀୟ ପ୍ରଶାସନ ଓ ରେସ୍କ୍ୟୁ ଟିମଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ପରେ ରାହୁଲକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ଉପରେ ଏକ ପ୍ରାମାଣିକ ବା ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାଣ (Documentary film to be made on Operation Rahul) କରାଯିବ ବୋଲି ଜଣାପଡ଼ିଛି ।

ଅପରେସନ ରାହୁଲ ସଫଳ
ଅପରେସନ ରାହୁଲ ସଫଳ

ଏ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ ଯେଉଁ ଉତ୍ସର୍ଗୀକୃତ ଏବଂ ସମର୍ପଣ ଭାବନା ସହିତ ରାହୁଲ ଉଦ୍ଧାର କରାଯାଇଛି ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏହି ଅପରେସନରେ ଜଡିତ ସମସ୍ତ ସଦସ୍ୟ ସାହସର ସହିତ କାର୍ଯ୍ୟ କରିଥିଲେ। ଉଦ୍ଧାର କାର୍ଯ୍ୟରେ ଜଡିତ ସମସ୍ତ ସଦସ୍ୟଙ୍କୁ ସିଏମ୍ ସମ୍ମାନିତ କରିଛନ୍ତି । ରାହୁଲର ଶିକ୍ଷା ତଥା ଚିକିତ୍ସା ପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ରାଜୋତ୍ସବରେ ରାଜ୍ୟ ସରକାର ପୁନର୍ବାର ରାହୁଲ ଏବଂ ଉଦ୍ଧାରକାରୀ ଦଳକୁ ସମ୍ମାନିତ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାହୁଲ ଶିକ୍ଷା-ସ୍ବାସ୍ଥ୍ୟର ଖର୍ଚ୍ଚ ବହନ କରିବେ ସରକାର:-

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି, "ରାହୁଲଙ୍କ ଶିକ୍ଷା, ପାଠପଢା, ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମୁଁ ଉଦ୍ଧାରକାରୀ ଦଳ, ଦେଶ ତଥା ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି । ରାହୁଲଙ୍କୁ ଶୀଘ୍ର ଉଦ୍ଧାର କରିବା ଏପରି କରିବା ଉଚିତ ଯାହା ଦ୍ବାରା ଲୋକମାନେ ଏହାକୁ ଦେଖିପାରିବେ ଏବଂ ବୁଝିପାରିବେ । ଫଳରେ ଭବିଷ୍ୟତରେ ଏପରି ଘଟଣାକୁ ଏଡାଇ ଦିଆଯାଇପାରିବ।"

ପ୍ରତିକୂଳ ପରିସ୍ଥିତିରେ ଉଦ୍ଧାରକାର୍ଯ୍ୟ ଥିଲା ଜାରି:-

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଦ୍ଧାରକାରୀ ଟିମ ଦୃଢ ଭାବରେ କାର୍ଯ୍ୟ ଜାରି ରଖିଥିଲେ । ଖୋଲା ପଡ଼ିଆରେ, ଟାଣ ଖରାରେ କ୍ରମାଗତ ଭାବରେ ପରିସ୍ଥିତି ସହ ଲଢିଥିଲେ । ଭଗବାନ ରାହୁଲକୁ ଶାରୀରିକ ଭାବେ କିଛି ଅଭାବ କରିଛନ୍ତି, କିନ୍ତୁ ଅନ୍ୟପଟେ ତାକୁ ଅଦମ୍ୟ ସାହସ ଯୋଗାଇଛନ୍ତି । ରାହୁଲଙ୍କ ସାହସ ଏବଂ ଧୈର୍ଯ୍ୟ ବହୁତ ବଡ଼ କାମ କରିଛି । ରାହୁଲର ଶିକ୍ଷା ଏବଂ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଯଦି କଥା କହିବା ଏବଂ ଶ୍ରବଣ ଉପକରଣ ଲଗାଇବାରେ ଆବଶ୍ୟକତା ଥାଏ, ତେବେ ରାଜ୍ୟ ସରକାର ମଧ୍ୟ ଏହି ଖର୍ଚ୍ଚ ବହନ କରିବେ। ମୁଁ ଉଦ୍ଧାର କାର୍ଯ୍ୟର ସମସ୍ତ ଦଳକୁ ଅଭିନନ୍ଦନ ଜଣାଉଛି । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.