ETV Bharat / bharat

ଦେଶ ପାଇଁ ଗୁଳି ଖାଇଥିଲେ CDS ! ଜାଣନ୍ତୁ କେମିତି

author img

By

Published : Dec 10, 2021, 7:12 PM IST

ଜେନେରାଲ ବିପିନ ରାୱତଙ୍କୁ ନେଇ ଅନେକ ସାହାସିକତାର କାହାଣୀ ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ୧୯୯୩ ମସିହା ମେ ୧୭ ତାରିଖର ଘଟଣା । ଉରିରେ ପାଟ୍ରୋଲିଂ କରୁଥିବା ବେଳେ ପାକିସ୍ତାନ ପକ୍ଷରୁ ସିଜ୍‌ ଫାୟରିଂ ହୋଇଥିଲା । ଅଧିକ ପଢ଼ନ୍ତୁ

ଦେଶର ପାଇଁ ଦେହରେ ଗୁଳି ଖାଇଥିଲେ CDS, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଅକାଳରେ CDS ବିପିନ ରାୱତଙ୍କ ବିୟୋଗ ହୋଇଛି । ଦେଶର ସାମରିକ ବାହୀନି ପାଇଁ ଏହାଏକ ଅପୂରଣୀୟ କ୍ଷତି । ଦେଶ ଜଣେ ବୀରପୁତ୍ରଙ୍କୁ ହରାଇଲା । ଶତ୍ରୁଙ୍କ ପ୍ରତ୍ୟେକ ପ୍ରଶ୍ନର କଡ଼ା ଜବାବ ଦେଇଥିଲେ ସିଡିଏସ୍‌ । ଜେନେରାଲ ବିପିନ ରାୱତଙ୍କୁ ନେଇ ଅନେକ ସାହାସିକତାର କାହାଣୀ ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ୧୯୯୩ ମସିହା ମେ ୧୭ ତାରିଖର ଘଟଣା ।

ଉରିରେ ପାଟ୍ରୋଲିଂ କରୁଥିବା ବେଳେ ପାକିସ୍ତାନ ପକ୍ଷରୁ ସିଜ୍‌ ଫାୟରିଂ ହୋଇଥିଲା । ଏହାପରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଏହାସତ୍ତ୍ବେ ଦମ୍ଭ ଦେଖାଇ ସେନାରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ବି ପଢ଼ନ୍ତୁ Coonoor Chopper Crash: ଆଜି ପଞ୍ଚଭୂତରେ ବିଲୀନ ହେବେ ବିପିନ ରାୱତ

ଏହି ସମୟରେ ବିପିନ ରାୱତଙ୍କ ଗୋଇଠିରେ ଏକ ଗୁଳି ବାଜିଥିଲା । ଖାଲି ସେତିକି ନୁହେଁ ଗୁଳିର ଏକ ଏକ ଶ୍ରାପ୍ନେଲ୍‌ (shrapnel ) ତାଙ୍କ ଡାହାଣ ହାତରେ ଭେଦ କରିଯାଇଥିଲା । ସେହି ସମୟରେ ୩୫ ବର୍ଷୀୟ ଯୁବ ବିପିନ ରାୱତ ୫/୧୧ ଗୋର୍ଖା ରାଇଫଲ୍‌ରେ ମେଜର ଦାୟିତ୍ବରେ ରହିଥିଲେ । ତେବେ ଗୁଳି ବାଜିବା ପରେ ତାଙ୍କୁ ସଙ୍ଗେସଙ୍ଗେ ଶ୍ରୀନଗର ୯୨ ବେସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ତେବେ କାନଭାସ୍‌ ଯୋତା ପିନ୍ଧି ଥିବାରୁ ଅଧିକ ଆଘାତ ପାଇବାରୁ ବଞ୍ଚି ଯାଇଥିଲେ ବିପିନ ରାୱତ । ସେହି ସମୟରେ ମଧ୍ୟପ୍ରଦେଶରେ ସିନିୟର କମାଣ୍ଡ କୋର୍ସ କରିବାକୁ ଚେଷ୍ଟା କରୁଥିଲେ ବିପିନ । ଆର୍ମିରେ ପ୍ରମୋସନ ପାଇବା ପାଇଁ ସେହି କୋର୍ସ ନିତାନ୍ତ ଆବଶ୍ୟକ ଥିଲା । ସେତେବେଳେ ସେ ଭାବିଥିଲେ ଯେ, ତାଙ୍କ ଆର୍ମି ଜୀବନ ଶେଷ ହେବାକୁ ବସିଛି ।

ଏହା ବି ପଢ଼ନ୍ତୁ Chopper Crash: ମଝି ଆକାଶରୁ ଖସିପଡୁଛି ବିମାନ, ଆଖି ବୁଜିଛନ୍ତି ଏହି ଓଡିଆ ଯବାନ

ଗୁଳି ବାଜିବା ପରେ ସେ ଏକ ମାସ ଯାଏଁ ଛୁଟିରେ ରହିଥିଲେ । ଧୀରେଧୀରେ ସେ ସାହାରା ନେଇ ଚାଲିବାକୁ ଚେଷ୍ଟା କଲେ ଏବଂ ଶ୍ରୀନଗର ୯୨ ବେସ୍‌ ହସ୍ପିଟାଲ୍‌କୁ ଫେରିଲେ । କିନ୍ତୁ ପରବର୍ତ୍ତୀ ସମସ୍ୟା ଥିଲା ସେ ବର୍ତ୍ତମାନେ କେଉଁଠାରେ ପୋଷ୍ଟିଂ ହେବେ । ବିପିନ ରାୱତଙ୍କ ମନରେ ଆଶଙ୍କା ରହିଥିଲା ଯେ ତାଙ୍କୁ ପୁଣି ଲକ୍ଷ୍ନୌସ୍ଥିତ ତାଙ୍କ ପୁରୁଣା ରେଜିମେଣ୍ଟକୁ ପଠାଇ ଦିଆଯିବ । ତେବେ ଯଦି ମିଲିଟାରୀ ସେକ୍ରେଟାରୀ ଅନୁମତି ଦିଅନ୍ତୁ ତେବେ ବିପିନ୍‌ଙ୍କୁ ତାଙ୍କ କମାଣ୍ଡିଂ ଅଫିସର ୟୁନିଟରେ ରଖିବାରେ କୌଣସି ଅସୁବିଧା ହେବନି ବୋଲି କହିଥିଲେ । ଏହାପରେ ସେ ୟୁନିଟ ସହ ରହିବା ବେଳେ ତାଙ୍କ ଗୋଇଠି ଧୀରେଧୀରେ ଠିକ୍ ହେବାକୁ ଲାଗିଲା ।

ଏହାପରେ ସେ କେବେ ପଛକୁ ଫେରି ଚାହିଁନାହାନ୍ତି । ସେ ତାଙ୍କ ଆର୍ମି କ୍ୟାରିଅରରେ ଅନେକ ପରାକ୍ରମ ଦେଖାଇଥିଲେ । ଯାହାଫଳରେ ତାଙ୍କ ଜୀବନରେ ବହୁ ପରିବର୍ତ୍ତନ ଘଟିଥିଲା । CDS ଜେନରାଲ ବିପିନ ରାୱତ ଏହି କାହାଣୀ ଶୁଣାଇ କହୁଥିଲେ ଜୀବନର ପ୍ରତିଟି ବାଧାବିଘ୍ନ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି । ଏବଂ ସବୁ ବାଧାକୁ ସେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆଗକୁ ଆସିଛନ୍ତି । କିନ୍ତୁ ଡିସେମ୍ବର ୮ ତାରିଖରେ ସେହି ଚପର କ୍ରାସ ଚ୍ୟାଲେଞ୍ଜ ଦେଶର ପ୍ରଥମର CDSଙ୍କ ଉପରେ ଭାରି ପଡ଼ି ଯାଇଥିଲା । ଫଳରେ ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଶହୀଦ ହୋଇଗଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.