ETV Bharat / bharat

ଦାଉଦର ଡାହାଣ ହାତ ଛୋଟା ରାଜନ୍, ସିନେମା ଟିକେଟ ବିକି ପାଇଥିଲା ଅଣ୍ଡର ୱାର୍ଲଡର ଟିକେଟ୍ - ଦାଉଦ ଇବ୍ରାହିମ

ରାଜେନ୍ଦ୍ର ଏସ ନିଖାଲଜେ ଓରଫ୍ ଛୋଟା ରାଜନ୍, ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଦାଉଦ ଇବ୍ରାହିମର ଡାହାଣ ହାତ । ଶୁକ୍ରବାର କିଛି ସମୟ ପାଇଁ ଖବରରେ ଥିଲା ଛୋଟା ରାଜନ୍ । ଖବର ଆସିଲା କି କୋରୋନା ସଂକ୍ରମଣରେ ଛୋଟା ରାଜନର ମୃତ୍ୟୁ ହୋଇଛି ମାତ୍ର ପରେ ଏହା ଗୁଜବ ବୋଲି ଜଣା ପଡିଥିଲା । ଅଧିକ ପଢନ୍ତୁ...

ଦାଉଦର ଡାହାଣ ହାତ ଛୋଟା ରାଜନ୍
ଦାଉଦର ଡାହାଣ ହାତ ଛୋଟା ରାଜନ୍
author img

By

Published : May 8, 2021, 1:00 PM IST

ହାଇଦ୍ରାବାଦ: ରାଜେନ୍ଦ୍ର ଏସ ନିଖାଲଜେ ଓରଫ୍ ଛୋଟା ରାଜନ୍, ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଦାଉଦ ଇବ୍ରାହିମର ଡାହାଣ ହାତ । ଶୁକ୍ରବାର କିଛି ସମୟ ପାଇଁ ଖବରରେ ଥିଲା ଛୋଟା ରାଜନ୍ । ଖବର ଆସିଲା କି କୋରୋନା ସଂକ୍ରମଣରେ ଛୋଟା ରାଜନର ମୃତ୍ୟୁ ହୋଇଛି ମାତ୍ର ପରେ ଏହା ଗୁଜବ ବୋଲି ଜଣା ପଡିଥିଲା । ଛୋଟା ରାଜନ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଆଜୀବନ ଦଣ୍ଡ ଭୋଗୁଛି ଆଉ ବର୍ତ୍ତମାନ ଏମ୍ସରେ ଭର୍ତ୍ତି ହୋଇଛି । ସିନେମା ହଲ ବାହାରୁ କଳାବଜାରୀ କରି ଟିକେଟ୍ ବିକ୍ରି କରୁଥିବା ଛୋଟା ରାଜନ୍ ଅଣ୍ଡରାୱାର୍ଲ୍ଡରେ ପାଇଲା ଡନର ପରିଚୟ ।

ସିନେମା ହଲରୁ ଅଣ୍ଡରୱାର୍ଲ୍ଡ ଡନ୍ ଯାତ୍ରା-

  • ଛୋଟା ରାଜନ 1982 ମସିହାରେ ଗ୍ୟାଙ୍ଗଷ୍ଟର ରାଜନ ମହାଦେବ ନାୟାର ଓରଫ ବଡା ରାଜନ ପାଇଁ କାମ କରୁଥିଲା। ଗୁଳି ଖାଇ ବଡା ରାଜନର ମୃତ୍ୟୁ ପରେ ଛୋଟା ରାଜନ ଏହି ଗ୍ୟାଙ୍ଗକୁ ଆପଣେଇ ନେଇଥିଲା । ଛୋଟା ରାଜନ ହାଜି ମସ୍ତାନ, କରିମ ଲାଲା ଏବଂ ୱାର୍ଧା ଭୋଇକୁ ଅପରାଧରେ ଟ୍ରେନିଂ ଦେଇଛି ।
  • 1984 ରେ ଛୋଟା ରାଜନ ଦାଉଦ ଇବ୍ରାହିମ ପାଇଁ କାମ କରିବା ଆରମ୍ଭ କରିଥିଲା, ସେତେବେଳେ ସେ ଜଣେ ସୁନା ଚୋରା ଚାଲାଣକାରୀ ଥିଲା ।
  • 1984 ରୁ 1993 ପର୍ଯ୍ୟନ୍ତ ରାଜନ-ଦାଉଦ ଦୁନିଆର ସବୁଠାରୁ ଖତରନାକ୍ ଅଣ୍ଡରୱାର୍ଲ୍ଡ ଯୋଡି ଥିଲେ ।
  • 1993 ମୁମ୍ବାଇ ସିରିଏଲ ବିସ୍ଫୋରଣ ପରେ ଦୁହେଁ ଅଲଗା ହୋଇଗଲେ ଏବଂ ଅଲଗା ଅଲଗା ଗ୍ୟାଙ୍ଗ ଗଠନ କଲେ , ଯାହା ପ୍ରାୟତଃ ଦାଉଦର ଡି-କମ୍ପାନୀ ସହ ମୁହାଁମୁହିଁ ହେଉଥିଲା ।
  • 1998 ରେ ଛୋଟା ରାଜନ ଏବଂ ତା ଗ୍ୟାଙ୍ଗର ସଦସ୍ୟମାନେ ନେପାଳର ସାଂସଦ ମିର୍ଜା ଦିଲଶାଦ ବାଗଙ୍କୁ ହତ୍ୟା କରିଥିଲେ, ଯିଏକି ଦାଉଦ ଇବ୍ରାହିମ ସହ ସମ୍ପର୍କରେ ଥିବା ଜଣା ପଡିଥିଲା ।
  • ନଭେମ୍ବର 2015 ରେ ଛୋଟା ରାଜନ ଇଣ୍ଡୋନେସିଆର ବାଲିରୁ ନିର୍ବାସିତ ହୋଇଥିଲା ଏବଂ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲା । ବର୍ତ୍ତମାନ ଏହି ମାମଲାରେ ସେ ଦିଲ୍ଲୀର ତିହାର ଜେଲରେ ସଜା କାଟୁଛି । ଛୋଟା ରାଜନ ସୁଜତା ନିଖାଲଜେଙ୍କୁ ବିବାହ କରିଥିଲା । ଛୋଟା ରାଜନର ତିନୋଟି ଝିଅ ମଧ୍ୟ ଅଛନ୍ତି ।

ଟିକେଟ କଳା ବଜାରୀ କରି ଦାଉଦ ସହ ଅଣ୍ଡରାୱାର୍ଲ୍ଡର ଯାତ୍ରା-

  • ରାଜନ ଟିକେଟର କଳାବଜାରୀ କରି ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ରାଜନଙ୍କ ଅପରାଧିକ କ୍ୟାରିଅର୍ ଆରମ୍ଭ କରିଥିଲା । ପରେ ସେ ସ୍ଥାନୀୟ ଅପରାଧୀ ଜଗଦୀଶ ଶର୍ମାର ଗ୍ୟାଙ୍ଗରେ ଯୋଗ ଦେଇଥିଲା।
  • ରାଜନ ଖୁବ୍ ଶୀଘ୍ର ନାୟାରର ପ୍ରିୟ ହୋଇଯାଇଥିଲା ଏବଂ ମୁମ୍ବାଇର ପୂର୍ବ ଉପକଣ୍ଠରେ ଥିବା ବ୍ୟବସାୟୀଙ୍କଠାରୁ ହପ୍ତା ଆଦାୟ କରୁଥିଲା ।
  • 30 ସେପ୍ଟେମ୍ବର 1983ରେ ନାୟାରକୁ ତାର ପ୍ରତିଦ୍ବନ୍ଦ୍ବୀ ଅବଦୁଲ କୁଞ୍ଜୁର ହିଟମ୍ୟାନ ଗୁଳି କରି ହତ୍ୟା କରିଥିଲା।
  • ନାୟାରର ମୃତ୍ୟୁ ରାଜନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା ​​। ଯଦିଓ ସେ ଗ୍ୟାଙ୍ଗକୁ ଗ୍ରହଣ କରିଥିଲା ମାତ୍ର କୁଞ୍ଜୁକୁ ରାସ୍ତାରୁ ହଟାଇବା ତାର ଏକମାତ୍ର ଉଦ୍ଦେଶ୍ୟ ଥିଲା। ପରେ ପୋଲିସ ନିକଟରେ କୁଞ୍ଜୁ ଆତ୍ମସମର୍ପଣ କରିବା ପରେ ତାକୁ କୋର୍ଟରୁ ଜେଲକୁ ନିଆଯିବା ସମୟରେ ରାଜନ ଅନେକ ଥର ଆକ୍ରମଣ କରିଥିଲା। କୁଞ୍ଜୁ ଆକ୍ରମଣରୁ ବଞ୍ଚିବା ପରେ ରାଜନ ତାକୁ ଜେଜେ ହସ୍ପିଟାଲରେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁନର୍ବାର ବିଫଳ ହୋଇଥିଲା।
  • କୁଞ୍ଜୁକୁ ହତ୍ୟା କରିବା ପାଇଁ ରାଜନର ନିରନ୍ତର ଉଦ୍ୟମ ଦାଉଦକୁ ଆକର୍ଷିତ କରିଥିଲା ​​ଏବଂ ତାକୁ ଡି-କମ୍ପାନୀର ଏକ ଅଂଶ କରିଥିଲା। ଡି-କମ୍ପାନୀରେ ଯୋଗଦେବା ପରେ ରାଜନ ଘାଟକୋପରରେ ଏକ କ୍ରିକେଟ୍ ମ୍ୟାଚରେ କୁଞ୍ଜୁକୁ ହତ୍ୟା କରିବାରେ ସେ ସଫଳ ହୋଇଥିଲା ।
  • 1993ରେ ମୁମ୍ବାଇ ବମ୍ ବ୍ଲାଷ୍ଟର ମୁଖ୍ୟ ଆଶାମୀ ଦାଉଦ ଓ ରାଜନ୍ ଥିଲେ । 1993 ସିରିଏଲ ବିସ୍ଫୋରଣରୁ ଦାଉଦଠାରୁ ଅଲଗା ହେବା ବାହାନାରେ ରାଜନ୍ ନିଜର ଏକ ଗ୍ୟାଙ୍ଗ ଗଠନ କଲା, ମୁଖ୍ୟତଃ ଛୋଟା ଶକିଲ କାରଣରୁ ଏହି ଗ୍ୟାଙ୍ଗରେ ତାର ପ୍ରାସଙ୍ଗିକତା ହ୍ରାସ ପାଇଥିଲା।
  • 1994 ସୁଦ୍ଧା ରାଜନ ଦୁବାଇକୁ ପଳାୟନ କରିବାରେ ସଫଳ ହୋଇଥିଲା ।
  • 1995ରେ ଯେତେବେଳେ ଛୋଟା ରାଜନର ଲୋକମାନେ ଦୁବାଇରେ ଦାଉଦର ମୁଖ୍ୟ ସୁନୀଲ ସାୱନ୍ତକୁ ଗୁଳି କରିଥିଲେ, ସେତେବେଳେ ଦାଉଦ ରାଜନର ନିକଟବର୍ତ୍ତୀ ରାମନାଥ ପୟାଦେକୁ ଗୁଳି କରି ପ୍ରତିଶୋଧ ନେଇଥିଲା ଏବଂ ରାଜନ ଦାଉଦର ତିନିଜଣ ଲୋକଙ୍କୁ ହତ୍ୟା କରିଥିଲା ।
  • ସେପ୍ଟେମ୍ବର 2000ରେ ବ୍ୟାଙ୍କକରେ ଏକ ମାରାତ୍ମକ ଆକ୍ରମଣ ହୋଇଥିଲା ଯେତେବେଳେ ଦାଉଦର ଡି-କମ୍ପାନୀ ଗ୍ୟାଙ୍ଗଷ୍ଟରମାନେ ରାଜନଙ୍କୁ ଆହତ କରିଥିଲେ । ଛୋଟା ରାଜନ ବିଶ୍ବାସ କରୁଥିଲା ଯେ ଶେଟ୍ଟୀ ତାଙ୍କ ଜୀବନକୁ ବ୍ୟବସ୍ଥିତ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ଛୋଟା ରାଜନ୍ ବିରୋଧରେ ଥିବା କିଛି ମାମଲା-

ରାଜନ୍ ବର୍ତ୍ତମାନ 4ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା, ବିଲ୍ଡର ବିଆର ସେଟ୍ଟୀ ଉପରେ ଗୁଳିମାଡ, ବିଲ୍ଡର ଅଜୟ ଗୋସଲିଆ ଉପରେ ଗୁଳିମାଡ ଆଦି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଛି । ରାଜନ୍ ମାମଲାକୁ 21 ନଭେମ୍ବର 2015ରେ ସିବିଆଇକୁ ସ୍ଥାନାନ୍ତରିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.