ବେଙ୍ଗାଲୁରୁ: କଂଗ୍ରେସ ଦଳ ଓ ‘ଭାରତ ଯୋଡ ଯାତ୍ରା’ର ଅଫିସିଆଲ ଟ୍ବିଟର ଆକାଉଣ୍ଟ ବନ୍ଦ କରିବା ପାଇଁ ବେଙ୍ଗାଲୁର ଏକ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଆକାଉଣ୍ଟ ତୁରନ୍ତ ଅଚଳ କରିବା ପାଇଁ କୋର୍ଟ ଟ୍ବିଟରକୁ ନିର୍ଦ୍ଦେଶ ଦେଇଛନ୍ତି । ଏମଆରଟି ମ୍ୟୁଜିକ (MRT Music) ନାମକ ଏକ ସଂସ୍ଥା କଂଗ୍ରେସ ଦଳ ଦ୍ବାରା କପି ରାଇଟ ଉଲଙ୍ଘନ ହୋଇଥିବା ନେଇ ମାମଲା ଦାଏର କରିଥିଲା । କଂଗ୍ରେସ ପାର୍ଟି ଏହି କମ୍ପାନୀ ଦ୍ବାରା କ୍ରୟ କରାଯାଇଥିବା ଏକ ସୁପରହିଟ ମୁଭିର ସଙ୍ଗୀତର ହିନ୍ଦୀ ଭର୍ସନର ଗୀତ ବ୍ୟବହାର କରି ଭିଡିଓ ପ୍ରସ୍ତୁତ କରୁଥିବା ସମ୍ପୃକ୍ତ ସଂସ୍ଥା ମାମଲାରେ ଦର୍ଶାଇଥିଲା । ଶେଷରେ ଟ୍ବିଟର ଆକାଉଣ୍ଟ ବନ୍ଦ କରିବା ପାଇଁ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
-
A Bengaluru court directs Twitter to temporarily block the accounts of Congress party and Bharat Jodo Yatra for allegedly infringing the statutory copyright owned by MRT Music by illegally using sound records of the film KGF Chapter-2.
— ANI (@ANI) November 7, 2022 " class="align-text-top noRightClick twitterSection" data="
(File photo) pic.twitter.com/lLRm0g1a6o
">A Bengaluru court directs Twitter to temporarily block the accounts of Congress party and Bharat Jodo Yatra for allegedly infringing the statutory copyright owned by MRT Music by illegally using sound records of the film KGF Chapter-2.
— ANI (@ANI) November 7, 2022
(File photo) pic.twitter.com/lLRm0g1a6oA Bengaluru court directs Twitter to temporarily block the accounts of Congress party and Bharat Jodo Yatra for allegedly infringing the statutory copyright owned by MRT Music by illegally using sound records of the film KGF Chapter-2.
— ANI (@ANI) November 7, 2022
(File photo) pic.twitter.com/lLRm0g1a6o
ସମ୍ପୂର୍ଣ୍ଣ ଘଟଣା କ'ଣ:-
ଏମଆରଟି ମ୍ୟୁଜିକ ଦ୍ବାରା କାରଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର କେଜିଏଫ-2ର ସାଉଣ୍ଡ ରେକର୍ଡ ଭାରତ ଯୋଡ ଯାତ୍ରାର ଅନେକ କିଛି ଭିଡିଓରେ ବ୍ୟବହାର କାରଯାଇଛି । ଏହା ବିରୋଧରେ ସଂସ୍ଥା କଂଗ୍ରେସ ନେତା ତଥା ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ, ଦଳର ବରିଷ୍ଠ ନେତା ଜୟରାମ ରମେଶ ଏବଂ ଅନ୍ୟ କିଛି ନେତାଙ୍କ ବିରୋଧରେ ବେଙ୍ଗାଲୁରୁର ୟଶୱନ୍ତପୁର ପୋଲିସ ଷ୍ଟେସନରେ ଏତଲା ଦାଏର କରିଥିଲା । ଆଜି ବେଙ୍ଗାଲୁରୁର ଏକ ସ୍ଥାନୀୟ କୋର୍ଟ ଏହି ମାମଲାର ଶୁଣାଣି କରି ଦଳର ଦୁଇ ଟ୍ବିଟର ଆକାଉଣ୍ଟ ଅଚଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
-
मीडिया से यह पता चला है कि बेंगलुरु कोर्ट ने @INCindia और 'BJY' के सोशल मीडिया हैंडल को ब्लॉक करने का आदेश दिया है।
— Congress (@INCIndia) November 7, 2022 " class="align-text-top noRightClick twitterSection" data="
हमें इस कार्यवाही के बारे में सूचित नहीं किया गया, ना हम कोर्ट में उपस्थित थे, ना ही आदेश की कॉपी मिली है।
हम कानूनी सलाह ले रहे हैं।
भारत जोड़ो यात्रा जिंदाबाद!
">मीडिया से यह पता चला है कि बेंगलुरु कोर्ट ने @INCindia और 'BJY' के सोशल मीडिया हैंडल को ब्लॉक करने का आदेश दिया है।
— Congress (@INCIndia) November 7, 2022
हमें इस कार्यवाही के बारे में सूचित नहीं किया गया, ना हम कोर्ट में उपस्थित थे, ना ही आदेश की कॉपी मिली है।
हम कानूनी सलाह ले रहे हैं।
भारत जोड़ो यात्रा जिंदाबाद!मीडिया से यह पता चला है कि बेंगलुरु कोर्ट ने @INCindia और 'BJY' के सोशल मीडिया हैंडल को ब्लॉक करने का आदेश दिया है।
— Congress (@INCIndia) November 7, 2022
हमें इस कार्यवाही के बारे में सूचित नहीं किया गया, ना हम कोर्ट में उपस्थित थे, ना ही आदेश की कॉपी मिली है।
हम कानूनी सलाह ले रहे हैं।
भारत जोड़ो यात्रा जिंदाबाद!
ଆଇନର ଆଶ୍ରୟ ନେବ କଂଗ୍ରେସ:-
ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦଳ କହିଛି, କୋର୍ଟର ନିର୍ଦ୍ଦେଶ ସମ୍ପର୍କରେ ଗଣମାଧ୍ୟମରୁ ସୂଚନା ମିଳିଛି । କାର୍ଯ୍ୟାନୁଷ୍ଠାନ ନେଇ ଆମକୁ କେହି ଔପଚାରିକ ଭାବେ ଅବଗତ କରିନାହାନ୍ତି, କିମ୍ବା କୋର୍ଟଙ୍କ ନିର୍ଦ୍ଦେଶର କୌଣସି କପି ମଧ୍ୟ ଆମର ହସ୍ତଗତ ହୋଇନାହିଁ । ଏହି ପ୍ରସଙ୍ଗରେ ଆମେ ଆଇନଗତ ବିଚାର ବିମର୍ଷ ଜାରି ରଖିଛୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ