ETV Bharat / bharat

୫ କିଲୋଗ୍ରାମର ଶିଶୁକନ୍ୟାକୁ ଜନ୍ମଦେଲେ ମହିଳା - ଭଦ୍ରାଚଲମ୍‌ ଡାକ୍ତରଖାନାରେ ଜନ୍ମହେଲା ୫ କେଜିଆ ଶିଶୁ

ତେଲେଙ୍ଗାନାର ଭଦ୍ରାଚଲମ୍‌ ସହରରେ ଥିବା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଜଣେ ମହିଳା ଗୋଟିଏ ୫ କିଲୋଗ୍ରାମର ଶିଶୁକନ୍ୟାକୁ ଜନ୍ମ ଦେଇଛି, ଯାହା କ୍ବଚିତ ଦେଖିବାକୁ ମିଳେ । ଅଧିକ ପଢନ୍ତୁ

୫ କିଲୋଗ୍ରାମର ଶିଶୁକନ୍ୟାକୁ ଜନ୍ମଦେଲେ ମହିଳା
୫ କିଲୋଗ୍ରାମର ଶିଶୁକନ୍ୟାକୁ ଜନ୍ମଦେଲେ ମହିଳା
author img

By

Published : May 5, 2022, 10:45 PM IST

Updated : May 6, 2022, 9:48 AM IST

ହାଇଦ୍ରାବାଦ: ତେଲେଙ୍ଗାନାର ଭଦ୍ରାଚଲମ୍‌ ସହରରେ ଥିବା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଜଣେ ମହିଳା ୫ କିଲୋଗ୍ରାମର ଶିଶୁକନ୍ୟାକୁ ଜନ୍ମ ଦେଇଛି, ଯାହା କ୍ବଚିତ ଦେଖିବାକୁ ମିଳେ । ସାଧାରଣତଃ ଶିଶୁଟିଏ ଜନ୍ମ ହେଲେ ତାର ଓଜନ ୨ରୁ ୪ କେଜି ଭିତରେ ହୋଇଥାଏ । ଶିଶୁକନ୍ୟାଟି ଜନ୍ମ ହେବା ପରେ ଡାକ୍ତର କହିଛନ୍ତି ଏହା ଅତି ବିରଳ ଘଟଣା ।

ଡୁମ୍ମୁଗୁଡେମ ଜୋନ୍‌ ଅନ୍ତର୍ଗତ ଡବାନୁଟଲା ଗାଁର ସିଲମ୍‌ ଗଙ୍ଗ ଭବାନୀ ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ଭଦ୍ରାଚଲମ୍‌ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଏହି ୫ କେଜିର ଶିଶୁକନ୍ୟା ଜନ୍ମ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହା ତାଙ୍କର ଦ୍ବିତୀୟ ଡେଲିଭରୀ ଥିଲା । ସେଠାରେ ଥିବା ଡାକ୍ତରମାନେ ସମସ୍ତ ପ୍ରକାର ପରୀକ୍ଷା ନୀରିକ୍ଷା ସାରିବା ପରେ ଭବାନୀଙ୍କ ଏହି ସଫଳ ପ୍ରସବ ହୋଇଥିଲା ।

ଡାକ୍ତର କହିଛନ୍ତି,‘ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି । ଗଙ୍ଗ ଭବାନୀ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ମିଳୁଥିବା ପୃଷ୍ଟିକର ଖାଦ୍ୟ ଖାଇବା ସହ ସରକାରୀ ଡାକ୍ତରଖାନାର ମାର୍ଗଦର୍ଶିକା ଅନୁସରଣ କରି ନିୟମିତ ଔଷଧ ସେବନ କରୁଥିଲେ । ତେଣୁ ଉଭୟ ସୁସ୍ଥ ଅଛନ୍ତି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2022, 9:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.