ETV Bharat / bharat

ପରିବାର ହୀରା ବ୍ୟବସାୟୀ: ପ୍ରାଚୁର୍ଯ୍ୟ ମୋହ ଛାଡି 16 ବର୍ଷରେ ଦୀକ୍ଷା ଗ୍ରହଣ

author img

By

Published : Feb 16, 2023, 9:24 PM IST

ନିକଟରେ ଆଉ ଜଣେ ସ୍କୁଲରେ ପଢୁଥିବା ଛାତ୍ରୀ ମଧ୍ୟ ଦୀକ୍ଷା ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ପିତା ତଥା ପରିବାରର କୋଟି କୋଟି ଟଙ୍କାର ବ୍ୟବସାୟ ଥିବା ବେଳେ ଏମାନଙ୍କୁ କିନ୍ତୁ ସେସବୁ ମୋହଭୁକ୍ତ କରିପାରୁନାହିଁ । ଅଧିକ ପଢନ୍ତୁ

ପରିବାର ହୀରା ବ୍ୟବସାୟୀ: ପ୍ରାଚୁର୍ଯ୍ୟର ମୋହ 16 ବର୍ଷରେ ଦୀକ୍ଷା ଗ୍ରହଣ ନାବାଳକ

ଗାନ୍ଧୀନଗର: ପରିବାରର ଥିଲା କୋଟି କୋଟି ଟଙ୍କାର ହୀରା ବ୍ୟବସାୟ । ହେଲେ ସମସ୍ତ ସମ୍ପତ୍ତିକୁ ପଛରେ ପକାଇ ମାତ୍ର 16 ବର୍ଷ ବୟସରେ ଦୀକ୍ଷାରେ ଦିକ୍ଷୀତ ହେଲେ ନାବାଳକ । ଏପରି ଏକ ଘଟଣା ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି । ଦୀକ୍ଷା ଗ୍ରହଣ କରିଥିବା ନାବାଳକ ଏବେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ସେ ଦୀକ୍ଷା ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ପରିବାର ପକ୍ଷରୁ ଏନେଇ ସ୍ବତନ୍ତ୍ର ଦୀକ୍ଷାଗ୍ରହଣ ସମାରୋହ ବିଧି ଆୟୋଜନ କରାଯାଇଥିଲା । ଯେଉଁଥିରେ ତାଙ୍କୁ ବ୍ରାହ୍ମଣ ଓ ଆଧ୍ୟାତ୍ମିକ ଗୁରୁ ଦୀକ୍ଷାରେ ଦିକ୍ଷୀତ କରିଛନ୍ତି ।

ସୁରଟ ସହରର ଜଣେ ଜଣାଶୁଣା ହୀରା ବ୍ୟବସାୟୀ ସୁନୀଲବାଇଙ୍କ 16 ବର୍ଷୀୟ ପୁଅ ଆର୍ୟ୍ୟନ ପିତା ତଥା ପାରିବାରିକ ସମ୍ପତ୍ତି ଏବଂ ବିଳାସପୂର୍ଣ୍ଣ ଜୀବନକୁ ତ୍ୟାଗ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସେ ନବମ ଶ୍ରେଣୀ ପରୀକ୍ଷା ଦେବା କୋରୋନା କାଳରେ ଏକ ଗୁରୁକୂଳରେ ରହୁଥିଲେ । ସେଠାରେ ତାଙ୍କର ଜୀବନଶୈଳୀ ଓ ସାମାଜିକ ରୁଚିରେ ମଧ୍ୟ ପରିବର୍ତ୍ତନ ଆସିଥିଲା । ପରେ ସେ ଦୀକ୍ଷା ଗ୍ରହଣ ପାଇଁ ଥିବା ଅଭିଳାଷ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଅବଗତ କରିଥିଲେ । ଆଜି ତାଙ୍କର ଦୀକ୍ଷା ଗ୍ରହଣ ସମାରୋହ ଆୟୋଜିତ ହୋଇଛି । ଶ୍ରୀ ପ୍ରେମ-ଭୁବନଭାନୁ ଅଭିପଥ ଭାଟିକା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୂଳଚନ୍ଦ୍ରସୁରୀଶ୍ୱର ମହାରାଜଙ୍କଠାରୁ ସେ ବିଧିବଦ୍ଧ ଭାବେ ଦୀକ୍ଷା ଗ୍ରହଣ କରିଛନ୍ତି । ଆର୍ଯ୍ୟଙ୍କର ଜଣେ ସାନ ଭାଇ ଏବଂ ସାନ ଭଉଣୀ ମଧ୍ୟ ଅଛନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି ସମଗ୍ର ଦେଶରେ ବାଣିଜ୍ୟ ପାଇଁ ସୁରଟ ସହରର ଭିନ୍ନ ଏକ ପରିଚୟ ରହିଛି । ହେଲେ ନିକଟରେ ଏପରି କନିଷ୍ଠ ବୟସରେ କିଛି ନାବାଳକ ନାବାଳିକା ଦୀକ୍ଷା ଗ୍ରହଣ କରିବା ଘଟଣା ସୁରଟକୁ ଭିନ୍ନ ଏକ ଚର୍ଚ୍ଚାର ପରିସରକୁ ନେଇସାରିଲାଣି । କୋଟିପତି ପରିବାରର ପିଲାମାନେ ପରିବାରିକ ସମ୍ପତ୍ତିରୁ ମୋହ ତ୍ୟାଗ କରି ଦୀକ୍ଷା ନେବା ପାଇଁ ମନସ୍ଥ କରୁଛନ୍ତି । ନିକଟରେ ଆଉ ଜଣେ ସ୍କୁଲରେ ପଢୁଥିବା ଛାତ୍ରୀ ମଧ୍ୟ ଦୀକ୍ଷା ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ପିତା ତଥା ପରିବାରର କୋଟି କୋଟି ଟଙ୍କାର ବ୍ୟବସାୟ ଥିବା ବେଳେ ଏମାନଙ୍କୁ କିନ୍ତୁ ସେସବୁ ମୋହଭୁକ୍ତ କରିପାରୁନାହିଁ । ଆଧ୍ୟାତ୍ମିକତାରେ ଅନୁପ୍ରାଣିତ ହୋଇ ବୈରାଗ୍ୟ ତଥା ଅନୁଶାସନପୂର୍ଣ୍ଣ ଜୀବନ ଜିଇଁବା ପାଇଁ ଏମାନେ ଉଚିତ ମଣୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.