ଲକ୍ଷ୍ନୌ: ଥମୁନି ଲଜ୍ଜା । ଉତ୍ତରପ୍ରଦେଶ ମୁଜାଫରନଗରରେ ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ( 9 year old girl raped By two minor Boys in Uttar Pradesh Muzaffarnagar ) । ଦୁଇ ନାବାଳକ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବେ ଏହି ଘଟଣା ଘଟିଥିବା ବେଳେ ଗତ ୫ତାରିଖ ଦିନ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁୟାୟୀ, ଘଟଣା ଦିନ ନାବାଳିକା ଜଣଙ୍କ ଘର ବାହାରେ ଖେଳୁଥିଲେ । ଏହି ସମୟରେ ୨ ନାବାଳକ ନାବାଳିକା ଜଣଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିଥିଲେ। ୨ ନାବାଳକଙ୍କ ବୟସ ୧୦ ଓ ୧୪ ବର୍ଷ ହୋଇଥିବା ଜଣା ପଡିଛି । ଏନେଇ ପୀଡିତାଙ୍କ ବାପା ମା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ତଦନ୍ତ ଜାରି ରଖିଛି ।